ETV Bharat / international

ନାଇଟକ୍ଲବ ବାହାରେ ଗୁଳିକାଣ୍ଡ: 1 ମୃତ, 3 ଆହତ

ମେଲବୋର୍ଣ୍ଣ ସ୍ଥିତ ଏକ ନାଇଟ୍‌କ୍ଲବ୍‌ ବାହାରେ ଗୁଳିକାଣ୍ଡ। ରବିବାର ସକାଳୁ ହୋଇଥିବା ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି।

author img

By

Published : Apr 14, 2019, 10:33 AM IST

ପ୍ରତିକାତ୍ମକ ଫଟୋ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଦ୍ବିତୀୟ ବଡ ସହର ମେଲ୍‌ବର୍ଣ୍ଣ ସ୍ଥିତ ଏକ ନାଇଟ୍‌କ୍ଲବ୍‌ ବାହାରେ ଗୁଳିକାଣ୍ଡ। ରବିବାର ସକାଳୁ ହୋଇଥିବା ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି। ତେବେ ସେଥିମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ତେବେ ଏହି ଗୁଳିକାଣ୍ଡରେ କୌଣସି ଆତଙ୍କବାଦୀ ସଂଗଠନର ହାତ ନଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ମୃତକ ଜଣକ ସେଠାକାର ସିକ୍ୟୁରିଟି ଗାର୍ଡ। ତାଙ୍କ ମୁହଁରେ ଗୁଳି ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏବେ ସୁଦ୍ଧା ଆକ୍ରମଣକାରୀର ପତା ଲାଗିନଥିବା ଜଣା ପଡିଛି।

Intro:Body:

gfgffg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.