ETV Bharat / international

2021 ଆରମ୍ଭରେ କୋଭିଡ ଭ୍ୟାକ୍ସିନ ଲଞ୍ଚ କରିବ ଟୁନିସିଆ

author img

By

Published : Aug 23, 2020, 12:28 PM IST

ବିଶ୍ବର କୋଣ ଅନୁକୋଣରେ କୋରୋନା ମୁକାବିଲା ପାଇଁ ପ୍ରତିଷେଧକ ଟୀକା ବିକାଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଉତ୍ତର ଆଫ୍ରିକାର ଟୁନିସିଆରେ ମଧ୍ୟ ଜାରି ରହିଛି ପ୍ରତିଷେଧକ ଟିକା ପ୍ରସ୍ତୁତି ପ୍ରକ୍ରିୟା । ଯାହା ଆସନ୍ତା ବର୍ଷ ଅର୍ଥାତ୍‌ 2021 ପ୍ରାରମ୍ଭରେ ଲଞ୍ଚ ହେବା ନେଇ ସ୍ପଷ୍ଟ ହୋଇଛି ।

covid vaccine, corona latest news, covid vaccine by tunisia, tunisia latest news, କୋଭିଡ ଭ୍ୟାକ୍ସିନ, କୋରୋନା ଲାଟେଷ୍ଟ ନ୍ୟୁଜ୍‌, ଟୁନିସିଆର କୋରୋନା ଭ୍ୟାକ୍ସିନ, ଟୁନିସିଆ ଲାଟେଷ୍ଟ ନ୍ୟୁଜ୍‌
2021 ଆରମ୍ଭରେ କୋଭିଡ ଭ୍ୟାକ୍ସିନ ଲଞ୍ଚ କରିବ ଟୁନିସିଆ

ଟୁନିସ: ସାରା ବିଶ୍ବକୁ ଗ୍ରାସିବାରେ ଲାଗିଛି କୋରୋନା ସଂକ୍ରମଣ । ଏମିତିରେ ଏହାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛି ପ୍ରତିଷେଧକ ଟିକା । ବିଶ୍ବର କୋଣ ଅନୁକୋଣରେ ଏହାର ବିକାଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଉତ୍ତର ଆଫ୍ରିକାର ଟୁନିସିଆରେ ମଧ୍ୟ ଜାରି ରହିଛି ପ୍ରତିଷେଧକ ଟୀକା ପ୍ରସ୍ତୁତି ପ୍ରକ୍ରିୟା । ଯାହା ଆସନ୍ତା ବର୍ଷ ଅର୍ଥାତ୍‌ 2021 ପ୍ରାରମ୍ଭରେ ଲଞ୍ଚ ହେବା ନେଇ ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପାଶ୍ଚର ଇନଷ୍ଟିଚ୍ୟୁଟ ଅଫ ଟୁନିସ(ଆଇପିଟି)ର ସାଧାରଣ ନିର୍ଦ୍ଦେଶକ ହେଚମି ଲୋଜିର ।

କୋରୋନା ଲଢେଇ ପାଇଁ ଦେଶରେ ପ୍ରସ୍ତୁତ ହେଉଥିବା ପ୍ରତିଷେଧକଟି ମୂଳତଃ ଡିଏନଏ ଉପରେ ନିର୍ଭରଶୀଳ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ ବୋଲି ହେଚମି ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ପ୍ରତିଷେଧକ ଟିକା ଦ୍ବାରା କୋରୋନା ଭୂତାଣୁର ଅନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଆଦିକୁ ମଧ୍ୟ ମାତ ଦେଇ ହେବ ବୋଲି ସେ ଦାବି କରିଛନ୍ତି ।

ସେପଟେ ଏନେଇ ଦେଶର ସ୍ବାସ୍ଥ୍ୟ ବିଭାଗ କହିଛି କି ପ୍ରତିଷେଧକ ପ୍ରଭାବଶାଳୀ ବୋଲି ଥରେ ପ୍ରମାଣ ହୋଇଗଲେ ଏସମ୍ବନ୍ଧରେ ଚଳିତବର୍ଷ ଶେଷ ଅର୍ଥାତ୍‌ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଜଣାଇ ଦିଆଯିବ । ଏନେଇ ବିଜ୍ଞାନ ଓ ସ୍ବାସ୍ଥ୍ୟ ସମ୍ପର୍କିତ ପତ୍ରିକା ମାଧ୍ୟମରେ ସୂଚନା ଦିଆଯିବ ।

ସୂଚନା ଅନୁୟାୟୀ ଆଇପିଟିର କିଛି ଗବେଷକ ଦଳ କୋରୋନା ଲଢେଇ ପାଇଁ ପ୍ରତିଷେଧକ ଟିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିବା ନେଇ ଗତ ମଙ୍ଗଳବାର ହେଚମି ସୂଚନା ଦେଇଥିଲେ । ସେ କହିଥିଲେ କି ଗବେଷକମାନେ ଡିଏମନଏ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.