ETV Bharat / international

ସାଉଥ ସୁଦାନରେ ଉପରାଷ୍ଟ୍ରପତି ଓ ତାଙ୍କ ପତ୍ନୀ କୋରୋନା ସଂକ୍ରମିତ - ସାଉଥ ସୁଦାନର ଉପରାଷ୍ଟ୍ର କୋରୋନା ସଂକ୍ରମିତ

ମହାମାରୀ କୋରୋନା କବଳରେ ସାଉଥ ସୁଦାନ । ସୁଦାନରେ ବର୍ତ୍ତମାନ ସୁଦ୍ଧା 209 କୋରୋନା ଚିହ୍ନଟ ହୋଇଥିବାବେଳେ ଉପରାଷ୍ଟ୍ରପତି ଓ ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି ।

ସାଉଥ ସୁଦାନରେ ଉପରାଷ୍ଟ୍ର ଓ ତାଙ୍କ ପତ୍ନୀ କୋରୋନା ସଂକ୍ରମିତ

author img

By

Published : May 19, 2020, 2:54 PM IST

ଜୁବା: ସାଉଥ ସୁଦାନର ଉପରାଷ୍ଟ୍ରପତି ରିଏକ ମଚ୍ଚାର କୋରୋନା ସଂକ୍ରମିତ । ସୋମବାର ରିପୋର୍ଟ ପଜିଟିଭ ଆସିବା ପରେ ଏନେଇ ଅଫିସିଆଲ ଘୋଷଣା କରାଯାଇଛି । ମଚ୍ଚାରଙ୍କ ପତ୍ନୀ ତଥା ଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଞ୍ଜେଲେନା ଟ୍ୟାଙ୍କି ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଗତ 2 ସପ୍ତାହ ଧରି ଉପରାଷ୍ଟ୍ରପତି ରିଏକ କ୍ବାରେଣ୍ଟାଇନରେ ଭର୍ତ୍ତି ହୋଇଛନ୍ତି । ରିଏକଙ୍କ କେତେକ କର୍ମଚାରୀ ଓ ସୁରକ୍ଷାକର୍ମୀ ମଧ୍ୟ କୋରୋନା ଚିହ୍ନଟ ହୋଇଛନ୍ତି ।

ସାଉଥ ସୁଦାନରେ ବର୍ତ୍ତମାନ 209ଟି କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । 4 ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହି ମହାମାରୀ ଯୋଗୁଁ ସମଗ୍ର ବିଶ୍ବରେ 4.8 ମିଲିୟମ ଲୋକେ ସଂକ୍ରମିତ ହେବା ସହ 3 1ଲକ୍ଷ 80 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.