ETV Bharat / international

ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଛୁଟିରେ ପଠାଇଲେ ରାଷ୍ଟ୍ରପତି - ଜ୍ବେଲି ମଖିଜେ

ଦୁର୍ନୀତି ଅଭିଯୋଗରେ ଦକ୍ଷିଣ ଆଫ୍ରିକାର ସ୍ବାସ୍ଥ୍ୟମନ୍ତ୍ରୀ ଜ୍ବେଲି ମଖିଜେଙ୍କୁ ସ୍ବତନ୍ତ୍ର ଛୁଟି ପ୍ରଦାନ କଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଛୁଟିରେ ପଠାଇଲେ ରାଷ୍ଟ୍ରପତି

author img

By

Published : Jun 9, 2021, 1:07 PM IST

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ସ୍ବାସ୍ଥ୍ୟମନ୍ତ୍ରୀ ଜ୍ବେଲି ମଖିଜେଙ୍କୁ ସ୍ବତନ୍ତ୍ର ଛୁଟି ପ୍ରଦାନ କରିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ମଖିଜେଙ୍କ ବିରୁଦ୍ଧରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ଆଧାର କରି ରାଷ୍ଟ୍ରପତି ମଙ୍ଗଳବାର ଏହି ଛୁଟି ଦେଇଛନ୍ତି । ଟେଣ୍ଡର କାରବାରରେ ଲକ୍ଷାଧିକ ରେଣ୍ଡ(ଦକ୍ଷିଣ ଆଫ୍ରିକା ମୁଦ୍ରା) ଦୁର୍ନୀତିରେ ମଖିଜେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

ମଖିଜେ ଇସ୍ତଫା ଦିଅନ୍ତୁ ନଚେତ୍ ରାଷ୍ଟ୍ରପତି ତାଙ୍କୁ ବହିଷ୍କାର କରନ୍ତୁ ବୋଲି ବିରୋଧୀ ଏବଂ ଜନସାଧାରଣ ଦାବି କରୁଛନ୍ତି । ସେପଟେ ମାମଲାର ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଷ୍ଟ୍ରପତି ରାମାଫୋସା କହିଛନ୍ତି । ଏନେଇ ମଖିଜେଙ୍କୁ ସ୍ବତନ୍ତ୍ର ଛୁଟି ପ୍ରଦାନ କରାଯାଇଛି । ଯଦ୍ବାରା ଏହି ସମୟ ମଧ୍ୟରେ ମନ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ତଦନ୍ତଭୁକ୍ତ ହୋଇପାରିବେ । ସ୍ବତନ୍ତ୍ର ଅନୁସନ୍ଧାନ ୟୁନିଟ୍ ଘଟଣାର ତଦନ୍ତ କରୁଥିବାବେଳେ ଫଳାଫଳ ଅପେକ୍ଷାରେ ରହିଛନ୍ତି ରାଷ୍ଟ୍ରପତି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.