ଜୋହାନ୍ସବର୍ଗ: କୋରୋନାରେ ଆକ୍ରାନ୍ତ ହେଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା (Cyril Ramaphosa)। କୋରୋନାର ସାମାନ୍ୟ ଲକ୍ଷଣ (Covid-19 symptoms )ଦେଖାଦେବାରୁ ସେ କୋରୋନା ପରୀକ୍ଷା କରିଥିଲେ । ଏହାପରେ ତାଙ୍କ ରିପୋର୍ଟ ଗତକାଲି ପଜିଟିଭ ଆସିଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ।
-
Wishing you a speedy recovery my friend, President @CyrilRamaphosa. https://t.co/mYudl71Dmz
— Narendra Modi (@narendramodi) December 13, 2021 " class="align-text-top noRightClick twitterSection" data="
">Wishing you a speedy recovery my friend, President @CyrilRamaphosa. https://t.co/mYudl71Dmz
— Narendra Modi (@narendramodi) December 13, 2021Wishing you a speedy recovery my friend, President @CyrilRamaphosa. https://t.co/mYudl71Dmz
— Narendra Modi (@narendramodi) December 13, 2021
କୋରୋନା ଟିକାର ଉଭୟ ଡୋଜ ନେଇଥିଲେ ସୁଦ୍ଧା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି । ତେବେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ସମସ୍ତ ଦାୟିତ୍ବ ଉପରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi Wishing speedy recovery South Africa President) ଟ୍ବିଟ କରି ରାଷ୍ଟ୍ରପତିଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଯେ ମୋର ବନ୍ଧୁ ରାଷ୍ଟ୍ରପତି ସିରିଲ ରାମାଫୋସା ଶୀଘ୍ର କୋରୋନାରୁ ସୁସ୍ଥ ହୋଇଯାଆନ୍ତୁ । ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ଏବଂ ଦକ୍ଷିଣ ଆଫ୍ରିକା ଜାତୀୟ ପ୍ରତିରକ୍ଷା ବାହିନୀର ସାମରିକ ସ୍ବାସ୍ଥ୍ୟ ସେବା ଏହାର ତଦାରଖ କରୁଥିବା ବିବୃତ୍ତିରେ କୁହାଯାଇଛି ।
କୋରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ରାଷ୍ଟ୍ରପତି ପଶ୍ଚିମ ଆଫ୍ରିକାର 4ଟି ରାଜ୍ୟ ଭ୍ରମଣ କରିଥିଲେ । ଏହାପରେ ଡିସେମ୍ବର 8ରେ ଜୋହାନ୍ସବର୍ଗରୁ ଫେରିବାପରେ କୋରୋନା ଟେଷ୍ଟ କରାଯଇଥିଲା । କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ କିଛିଦିନ ପରେ ପୁଣି ଥରେ ପରୀକ୍ଷା କରାଯିବାରୁ ଗତକାଲି ରିପୋର୍ଟ ପଜିଟିଭ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ