ETV Bharat / international

ପୁଣି ଏକ ଚର୍ଚ୍ଚରେ ଗୁଳିବର୍ଷଣ, 6 ମୃତ

ଆଫ୍ରିକାର ବୁର୍କିନା ଫାସୋ ଚର୍ଚ୍ଚରେ ଗୁଳିବର୍ଷଣ । ଅତର୍କିତ ଗୁଳିଚାଳନାରେ ଜଣେ ପାଦ୍ରୀଙ୍କ ସମେତ ସମେତ 6ଜଣଙ୍କର ମୃ୍ତ୍ୟୁ ହୋଇଛି । ବାରମ୍ବାର ଏହି ସହରରେ ଜିହାଦି ହମଲାର ସାମ୍ନା କରୁଛି ଆଫ୍ରିକା ।

author img

By

Published : May 13, 2019, 11:08 AM IST

Updated : May 13, 2019, 11:25 AM IST

ଫଟୋ ସୌଜନ୍ୟ: ଏଏନଆଇ

ସିଲଗାଦଜୀ: ରବିବାର ଆଫ୍ରିକାର ବୁର୍କିନା ଫାସୋର ଡାବୁଲ ସହରରେ ଗୁଳିବର୍ଷଣ । ଏକ ଚର୍ଚ୍ଚ ଉପରେ ଅତର୍କିତ ଗୁଳିମାଡ କରିଛନ୍ତି ଆକ୍ରମଣକାରୀ । ଘଟଣାରେ ଚର୍ଚ୍ଚର ପାଦ୍ରୀଙ୍କ ସମେତ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ 30ଜଣ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ଆଫ୍ରିକାର ବୁର୍କିନା ଫାସୋ ଚର୍ଚ୍ଚରେ ସକାଳ 9ଟା ସମୟରେ ହଠାତ ବନ୍ଧୁକଧାରୀ ପଶି ଆସିଥିବା ବେଳେ ଅତର୍କିତ ଗୁଳିଚାଳନା କରିଥିଲେ । ଏହି ହମଲା ପରେ କିଛି ସ୍ଥାନୀୟ ଦୋକାନରେ ଅଗ୍ନିକାଣ୍ଡ କରିବା ସହ ହେଥ୍ଲ ସେଣ୍ଟରରୁ ଲୁଟପାଟ ମଧ୍ୟ କରିଛନ୍ତି ବନ୍ଧୁକଧାରୀ।

କିଛି ବର୍ଷ ଧରି ଜିହାଦି ହମଲାର ସାମ୍ନା କରୁଥିବା ଆଫ୍ରିକା ଗତ ବର୍ଷ ଜରୁରୀକାଳୀନ ଘୋଷଣା କରିଥିଲା । 2014ରେ ଏହି ହମଲାରେ 400ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁବରଣ କରିଥିଲେ । କେତେକ ଆତଙ୍କବାଦୀ ସଙ୍ଗଠନ ଧର୍ମୀୟ ଭାବନାକୁ ନେଇ ହିଂସାକାଣ୍ଡ କରୁଥିବାର ପ୍ରକାଶ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ଏକ ଚର୍ଚ୍ଚରେ ମଧ୍ୟ ଗୁଳିଚାଳନା ହୋଇ 50ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିଲେ । କିଛିଦିନ ପୂର୍ବରୁ ଶ୍ରୀଲଙ୍କାର ଏକ ଚର୍ଚ୍ଚରେ ମଧ୍ୟ ସିରିୟଲ ବ୍ଲାଷ୍ଟ ହୋଇଥିଲା ,ଯେଉଁଥିରେ 250ଜଣଙ୍କର ମୃତ୍ୟୁବରଣ କରିଥିଲେ ।

Intro:Body:

prabir 1

Conclusion:
Last Updated : May 13, 2019, 11:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.