କେପଟାଉନ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କୁ ଶୁଣାଯାଇଛି 15 ମାସର କାରାଦଣ୍ଡ । ଦକ୍ଷିଣ ଆଫ୍ରିକା ସୁପ୍ରିମକୋର୍ଟ ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କୁ ଅଦାଲତ ଅବମାନନା ନେଇ ଏହି ଦଣ୍ଡାଦେଶ ଦେଇଛନ୍ତି ।
ଗତ ବର୍ଷ ନଭେମ୍ବରରେ ଯାଞ୍ଚ ଆୟୋଗ ସାମ୍ନାରେ ଶୁଣାଣିର ବହିଷ୍କାର କରିବା ଓ ପୁଣି ଏଥିରେ ସାମିଲ ହେବାକୁ ମନାକରିବା କାରଣରୁ ଜୁମାଙ୍କୁ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଜ୍ୟାକବ ଜୁମାଙ୍କ ଭାରତରେ ସାହାରଣପୁରର ଗୁପ୍ତା ବନ୍ଧୁଙ୍କ ସହ ସମ୍ପର୍କ ରହିଥିଲା । ଗୁପ୍ତା ବନ୍ଧୁଙ୍କ ବିରୋଧରେ ଦୁର୍ନୀତିକୁ ନେଇ ଦକ୍ଷିଣ ଆଫ୍ରିକାରେ ଯାଞ୍ଚ ଚାଲିଛି ।
ଦକ୍ଷିଣ ଆଫ୍ରିକା ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି, ଦଣ୍ଡ କୋହଳ କରାଯାଇପାରିବ ନାହିଁ । ତମାମ ସଂସ୍ଥାରେ ଦୁର୍ନୀତି ଓ ଲାଞ୍ଚ ଅଭିଯୋଗରେ ଯାଞ୍ଚ କରୁଥିବା ଆୟୋଗ ଜ୍ୟାକବ ଜୁମାଙ୍କୁ ବର୍ଷେ କାରାଦଣ୍ଡ ଶୁଣାଇବା ପାଇଁ ଅପିଲ କରିଥିଲା ।
ଜ୍ୟାକବ ଜୁମା ବାରମ୍ବାର କହିଛନ୍ତି, ସେ ଆୟୋଗ ସହିତ ସହଯୋଗ ପରିବର୍ତ୍ତେ ଜେଲ ଯିବେ । ସୁପ୍ରିମକୋର୍ଟ ଜଷ୍ଟିସ ସିସି ଫାମ୍ପେପେ ମଙ୍ଗଳବାର ସକାଳେ ନିଜ ନିଷ୍ପତ୍ତିରେ ଜ୍ୟାକବ ଜୁମାଙ୍କ ବୟାନକୁ ଅଜବ ଓ ବରଦାସ୍ତ କରାଯାଇପାରିବ ନାହିଁ ବୋଲି କହିଥିଲେ ।