ETV Bharat / international

ବୁର୍କିନା ଫାସୋରେ ଆତଙ୍କବାଦୀ ଆକ୍ରମଣ; 35 ନାଗରିକ ଓ 80 ଆତଙ୍କୀ ମୃତ

author img

By

Published : Dec 25, 2019, 9:08 AM IST

ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ବୁର୍କିନା ଫାସୋରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ 35 ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ 80 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

WEST AFRICA
ବୁରକିନା ଫାସୋରେ ଆତଙ୍କବାଦୀ ଆକ୍ରମଣ

ଓଗାଡୋଗୁ(ବୁର୍କିନା ଫାସୋ): ପଶ୍ଚିମ ଆଫ୍ରିକାର ବୁର୍କିନା ଫାସୋରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ 35 ନାଗରିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡିଛି । ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ 80 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବୁର୍କିନା ଫାସୋର ରାଷ୍ଟ୍ରପତି ରୋଚ ମାର୍କ କାବୋର ସୂଚନା ଦେଇଛନ୍ତି।

ବୁର୍କିନା ଫାସୋର ସୋମ ଅଞ୍ଚଳରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିବା ରାଷ୍ଟ୍ରପତି ଟ୍ବିଟରରେ ସୂଚନା ଦେଇଛନ୍ତି । ଏହି ଆକ୍ରମଣ ପାଇଁ ସେ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ତେବେ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.