ETV Bharat / headlines

ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ପ୍ରଧାନମନ୍ତ୍ରୀ - south korea

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନପାଇଁ ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 21, 2019, 12:40 PM IST

ସିଓଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି । ଗୁରୁବାର ସକାଳେ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ସେ ସିଓଲ ଠାରେ ପହଞ୍ଚିଛନ୍ତି । ଏହି ଅବସରରେ ରିପବ୍ଲିକ ଅଫ୍ କୋରିଆର ବରିଷ୍ଠ ନେତୃତ୍ବ ଏବଂ ଉଚ୍ଚପଦସ୍ତ ଅଧିକାରୀ ତାଙ୍କୁ ସ୍ବାଗତ କରିଛନ୍ତି । ବିମାନବନ୍ଦର ଠାରେ ମଧ୍ୟ ମୋଦିଙ୍କୁ ଦେଖିବା ଲାଗି ପ୍ରବାସୀ ଭାରତୀୟଙ୍କ ଭିଡ଼ ଜମିଥିଲା ।

  • “Acting East”: from policy to action!

    PM @narendramodi arrives in Seoul, Republic of Korea, his 2nd visit after the State Visit in May 2015. During the visit, PM will have bilateral & business engagements, unveil Gandhi bust & accept the Seoul Peace Prize conferred upon him. pic.twitter.com/x8uzRXk6IJ

    — Raveesh Kumar (@MEAIndia) February 21, 2019 " class="align-text-top noRightClick twitterSection" data=" ">

ମୋଦିଙ୍କ ଏହି ଗସ୍ତ ଦ୍ବିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ବେଶ ଗୁରୁତ୍ବ ବହନ କରୁଛି । ଏହି ଅବସରରେ ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବହୁ ଚୁକ୍ତି ଏବଂ ରାଜିନାମା ସ୍ବାକ୍ଷରିତ ହୋଇପାରେ । ବିଶେଷ କରି ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ବୈଶ୍ବିକ, ଆଞ୍ଚଳିକ ଏବଂ ବ୍ୟବସାୟୀକ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଆଜି ପ୍ରଧାନମନ୍ତ୍ରୀ ମୋଦି ସିଓଲ ଠାରେ ଭାରତ-କୋରିଆ ସିମ୍ଫୋଜିୟମ୍ ଏବଂ ଭାରତ-କୋରିଆ ଷ୍ଟାର୍ଟଅପ୍ ହବର ଉଦଘାଟନ କରିବେ । ଏହାପରେ ମୋଦି ଦକ୍ଷିଣ କୋରିଆର କିମ୍‌ହା ସହରର ମେୟରଙ୍କୁ ସାକ୍ଷାତ କରିବେ । କିମ୍‌ହାକୁ ଅଯୋଧ୍ୟାର ଭଗିନୀ ସହର ଭାବେ ଘୋଷଣା କରାଯାଇଛି । ସେହିଭଳି ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀ ଅବସରରେ ମୋଦି ସିଓଲର ୟୋନସେ ବିଶ୍ବବିଦ୍ୟାଳୟ ପରିସରରେ ବାପୁଙ୍କର ଏକ ପ୍ରତିମୂର୍ତ୍ତିର ଅନାବରଣ ମଧ୍ୟ କରିବେ ।

ଶୁକ୍ରବାର ମୋଦି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ-ଜାଏ-ଇନ୍ଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିବେ । ଦୁଇ ଦେଶର ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ । ଏହି ଅବସରରେ ମୋଦିଙ୍କୁ ଅନ୍ତର୍ଜାତୀୟ କ୍ଷେତ୍ରରେ ସମନ୍ବୟ, ବିଶ୍ବ ଅଭିବୃଦ୍ଧି ଏବଂ ମାନବ ବିକାଶ ଲାଗି 'ସିଓଲ ଶାନ୍ତି ପୁରସ୍କାର' ପ୍ରଦାନ କରିବ ଦକ୍ଷିଣ କୋରିଆ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.