ETV Bharat / headlines

କ୍ରାଇମବ୍ରାଞ୍ଚ ପଞ୍ଝାରେ ଫେକ ଅଟୋ ମୋବାଇଲ ଡିଲର

1 କୋଟି ଟଙ୍କାର ଲୋନ ନେଇ କ୍ରାଇମବ୍ରାଞ୍ଚ ହାତରେ ଫସିଲେ ଫେକ୍ ଡିଲର । ଗିରଫ ଅଭିଯୁକ୍ତ କଟକ ଗୋବିନ୍ଦପୁରର ମୈତ୍ରିୟ ମିଶ୍ର ବୋଲି ଜଣାପଡିଛି ।

author img

By

Published : Jun 6, 2019, 8:00 PM IST

Updated : Jun 7, 2019, 6:18 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର: ବିନା ଗାଡି କିଣି ୨୪ଟି ଗାଡିର କୋଟିଏ ଟଙ୍କା ଲୋନ ନେଇ ଫେକ୍ ଅଟୋମୋବାଇଲ ଡିଲର ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଗୋବିନ୍ଦପୁରର ମୈତ୍ରିୟ ମିଶ୍ର । ଲିଙ୍ଗରାଜ ଥାନା ଖରାଖିଆ ବୈଦନାଥ ଲେନରେ ରହୁଥିବା ମୈତ୍ରିୟଙ୍କୁ ତାଙ୍କ ଘରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ସୂଚନା ମୁତାବକ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପଲାସପଲ୍ଲୀ ବ୍ରାଞ୍ଚରୁ ଗାଡି ଲୋନ ନେଇଥିଲା ଅଭିଯୁକ୍ତ । ଫେକ ଅଟୋଡିଲରସିପ ଜରିଆରେ ଟଙ୍କା ଚଳୁ କରିଥିବା ନେଇ ପୂର୍ବରୁ କ୍ରାଇମବ୍ରାଞ୍ଚରେ ମୈତ୍ରିୟ ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧା ଶାଖା କରିଥିଲା ତଦନ୍ତ । ୨୦୧୫ ରୁ ୨୦୧୭ ମସିହାରେ ଠକେଇ ଉଦ୍ଦେଶ୍ୟରେ ମୈତ୍ରିୟ ବିଭିନ୍ନ ଅଟୋମୋବାଇଲ ଡିଲରଙ୍କ ନାମରେ କରିଥିଲା ଲୋନ ।

ଭାରତ ମୋଟର୍ସ, ସିଟି ମୋଟର୍ସ, ଆଦିତ୍ୟ ମୋଟର୍ସ, ଉତ୍କଳ ଅଟୋମୋବାଇଲ ଭଳି ଅନେକ ଅଟୋମୋବାଇଲ ଡିଲର ନାମରେ ଫେକ ଡିଲରସିପ ଆକାଉଣ୍ଟ ବିଭିନ୍ନ ବ୍ୟାଙ୍କରେ ଖୋଲିଥିଲା । ଏଥିସହିତ ଆକ୍ସିସ, ୟୁକୋ ବ୍ୟାଙ୍କ୍, ସିଣ୍ଡିକେଟ୍ ବ୍ୟାଙ୍କ ଭଳି ଅନେକ ବ୍ୟାଙ୍କରେ ଚାରି ଚକିଆ ଓ ଦୁଇ ଚକିଆ ଯାନ ଭଳି 24ଟି ଗାଡି ପାଇଁ ଲୋନ ପାସ କରାଇ 9 ଲକ୍ଷ 62 ହଜାର 352ଟଙ୍କା ଠକି ନେଇଥିଲା ।

ଉକ୍ତ ମାମଲା ସମ୍ପର୍କରେ ଜଣାପଡିବା ପରେ ଆଇପିସିର ଧାରା ୪୨୦, ୪୬୭, ୪୬୮, ୪୭୧, ୧୨୦ବିରେ ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏହା ପଛରେ କୌଣସି ବ୍ୟାଙ୍କ ଅଧିକାରୀଙ୍କ ହାତ ରହିଛି କି ସେ ନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Intro:Body:

DC

Conclusion:
Last Updated : Jun 7, 2019, 6:18 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.