ETV Bharat / entertainment

Vivek Agnihotri: ଫିଲ୍ମ ଫେୟାର ଆୱାର୍ଡ ନେବାକୁ ମନା କଲେ ନିର୍ଦ୍ଦେଶକ, କାହିଁକି ଜାଣନ୍ତୁ - ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ଫିଲ୍ମ'ଦ କାଶ୍ମୀର ଫାଇଲ୍ସ' 68ତମ ଫିଲ୍ମ ଫେୟାର ପୁରସ୍କାରରେ ୭ଟି ବର୍ଗରେ ମନୋନୀତ ହୋଇଛି । କିନ୍ତୁ ପୁରସ୍କାର ଚାହୁଁନାହାନ୍ତି କହିଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ସେ ସୋସିଆଲ ମିଡିଆରେ ପୁରସ୍କାରକୁ 'ଅନୈତିକ ଏବଂ ସିନେମା ବିରୋଧୀ' ବୋଲି ଦର୍ଶାଇ ଏକ ଲମ୍ବା ନୋଟ୍ ଲେଖିଛନ୍ତି । ଅଧିକ ପଢନ୍ତୁ

ଫିଲ୍ମ ଫେୟାର ପୁରସ୍କାର ନେବାକୁ ମନା କଲେ ନିର୍ଦ୍ଦେଶକ

author img

By

Published : Apr 27, 2023, 6:25 PM IST

ମୁମ୍ବାଇ: ବଲିଉଡର ଜଣାଶୁଣଆ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'କାଶ୍ମୀର ଫାଇଲ' ସାରା ଦେଶରେ ବେଶ ଲୋକପ୍ରିୟତା ହାସଲ କରିଥିଲା । କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା ଉପରେ ଆଧାରିତ ଏହି ଫିଲ୍ମଟି ଉଚ୍ଚ ପ୍ରଶଂସିତ ହୋଇଥିଲା ଏବଂ ଦର୍ଶକ ଏହାକୁ ମଧ୍ୟ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ଅନେକ ପୁରସ୍କାର ମଧ୍ୟ ହାତେଇଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଫିଲ୍ମଟି 68ତମ ଫିଲ୍ମ ଫେୟାର ପୁରସ୍କାରରେ ୭ଟି ବର୍ଗରେ ମନୋନୀତ ହୋଇଛି । କିନ୍ତୁ ଏହି ପୁରସ୍କାର ନେବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି ଫିିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଏଥିସହ ସେ ଫିଲ୍ମଫେୟାର ପୁରସ୍କାରକୁ 'ଅନୈତିକ ଏବଂ ସିନେମା ବିରୋଧୀ' ବୋଲି କହି ଏକ ଲମ୍ବା ନୋଟ୍ ସହ ଅସନ୍ତୋଷ ଜାହିର କରିଛନ୍ତି ।

  • ANNOUNCEMENT:
    FILMFARE AWARDS

    I learnt from media that #TheKashmirFiles is nominated in 7 categories for the 68th Filmfare Awards. But I politely refuse to be part of these unethical and anti-cinema awards. Here is why:

    According to Filmfare, other than the stars, nobody has… pic.twitter.com/2qKCiZ8Llh

    — Vivek Ranjan Agnihotri (@vivekagnihotri) April 27, 2023 " class="align-text-top noRightClick twitterSection" data=" ">

ଫିଲ୍ମଫେୟାର ପୁରସ୍କାରକୁ ଗ୍ରହଣ କରିବାକୁ ମନା କରିଛନ୍ତି ବିବେକ ଅଗ୍ନିହୋତ୍ରୀ । ଏନେଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ନୋଟ ସେୟାର କରି ପୁରସ୍କାର ନ ଗ୍ରହଣ କରିବାର କାରଣ ମଧ୍ୟ କହିଛନ୍ତି । ବିବେକ ଲେଖିଛନ୍ତି, 'ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ କାଶ୍ମୀର ଫାଇଲ୍ସ ୭ଟି ବର୍ଗରେ ମନୋନୀତ ହୋଇଛି । କିନ୍ତୁ ମୁଁ ନମ୍ରତାର ସହ ଏହି ଅନୈତିକ ଏବଂ ସିନେମା ବିରୋଧୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରୁଛି । ମୁଁ ଏହାର କାରଣ ମଧ୍ୟ ଜଣାଇବାକୁ ଚାହେଁ ।

ଏହାପରେ ସେ ଲେଖିଛନ୍ତି, 'ଫିଲ୍ମଫେୟାର ଅନୁଯାୟୀ ତାରକାଙ୍କ ବ୍ୟତୀତ ଆଉ କାହାର ଚେହେରା ନାହିଁ । କିଏ ଅଛି ନଅଛି ସେନେଇ କାହାକୁ ଫରକ ପଡୁନି । ଫିଲ୍ମଫେୟାରର ଅନୈତିକ ଦୁନିଆରେ ସଂଜୟ ଲୀଲା ଭଂସାଲୀ ଏବଂ ସୂରଜ ବଡ଼ଯାତ୍ୟାଙ୍କ ଭଳି ମାଷ୍ଟର ନିର୍ଦ୍ଦେଶକମାନଙ୍କ କୌଣସି ଚେହେରା ନାହିଁ । ଭଂସାଲୀଙ୍କ ନାମରେ ଆଲିଆ ଭଟ୍ଟ, ଅମିତାଭଙ୍କ ସହ ସୂରଜ ବଡ଼଼ଯାତ୍ୟା ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଅନିସ୍ ବାଜମିଙ୍କୁ ଦେଖିବାକୁ ମିଳୁଛି । ଫିଲ୍ମଫେୟାର ଆୱାର୍ଡ ଦ୍ବାରା ହିଁ ଫିଲ୍ମ ମେକର୍ସଙ୍କ ଗାରିମା ବଢ଼େନି । ଏଭଳି ବ୍ୟବସ୍ଥା ଶେଷ ହେବା ଉଚିତ୍।

ବିବେକ ଅଗ୍ନିହୋତ୍ରୀ କହିଛନ୍ତି, "ମୁଁ ବଲିଉଡର ଏହି ଦୁର୍ନୀତିଗ୍ରସ୍ତ, ଅନୈତିକ ଏବଂ ଚାମଚାଗିରିକୁ ପ୍ରତ୍ୟାଖ୍ୟାନ କରେ । ମୁଁ ସେପରି କୌଣସି ପୁରସ୍କାର ଗ୍ରହଣ କରିବି ନାହିଁ । ମୁଁ ଏକ ଦୁର୍ନୀତିଗ୍ରସ୍ତ ଏବଂ ବାଧ୍ୟତାମୂଳକ ପ୍ରଣାଳୀର ଏକ ଅଂଶ ହେବାକୁ ଇଚ୍ଛା ପ୍ରକାଶ କରୁନାହିଁ । ଯେଉଁମାନେ ଫିଲ୍ମ ଫେୟାର୍ସ ଜିତିବେ ସେମାନଙ୍କୁ ମୋର ଅଭିନନ୍ଦନ। ଭଲ କଥା ହେଉଛି ମୁଁ ଏକା ନୁହେଁ। ଧୀରେଧୀରେ ଏକ ସମାନ୍ତରାଳ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଉଦୀୟମାନ ହେଉଛି । ସେପର୍ଯ୍ୟନ୍ତ ... ହଙ୍ଗାମା ସୃଷ୍ଟି କରିବା ମୋର ଲକ୍ଷ୍ୟ ନୁହେଁ, ଏହି ଚେହେରା ପରିବର୍ତ୍ତନ କରିବାକୁ ମୋର ପ୍ରୟାସ ।

ବିବେକ ଅଗ୍ନିହୋତ୍ରୀଙ୍କୁ କମଲ ଆର ଖାନ ଓରଫ KRKଙ୍କ ସମର୍ଥନ ମିଳିଛି । KRK ପ୍ରତିକ୍ରିୟାରେ ଲେଖିଛନ୍ତି, 'ଭାଇ ସଠିକ୍ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ସାହସିକ ନିଷ୍ପତ୍ତି । ମୁଁ ତୁମକୁ ନମସ୍କାର କରୁଛି ।' ସେହିପରି ବିବେକଙ୍କ ଏହି ଟ୍ବିଟ୍‌ରେ ଅନେକ ୟୁଜର୍ସ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ୟୁଜର୍ସ ନିର୍ଦ୍ଦେଶକଙ୍କ କଥାକୁ ସଠିକ୍ ବୋଲି କହିଛନ୍ତି । ଅନ୍ୟ କେତେକ ତାଙ୍କୁ ନାପସନ୍ଦ ମଧ୍ୟ କରିଛନ୍ତି ।

68ତମ ଫିଲ୍ମ ଫେୟାର ପୁରସ୍କାର 27 ଏପ୍ରିଲରେ ମୁମ୍ବାଇର ବିଶ୍ୱ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ । ଏହି ଶୋ’ର ଉପସ୍ଥାପକ ହେଉଛନ୍ତି ସଲମାନ ଖାନ । ଫିଲ୍ମ 'କାଶ୍ମୀର ଫାଇଲ୍ସ' ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ମାର୍ଚ୍ଚ 2022ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ 250 କୋଟି ଆୟ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.