କୋଲକାତା: ପ୍ରସିଦ୍ଧ ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ରଙ୍କର ଦେହାନ୍ତ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଅନେକ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଆଜି(ରବିବାର) ଦକ୍ଷିଣ କୋଲକାତାର ଚେଚଲା ଅଞ୍ଚଳରରେ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା ।
ସମୟ ପାଖାପାଖି ରାତି 12ଟା5ରେ ନିର୍ମଳାଙ୍କୁ ହୃଦଘାତ ହୋଇଥିଲା । ନିକଟସ୍ଥ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଡାକ୍ତରଖାନାରେ ହିଁ ତାଙ୍କ ମୃତଦେହ ରହିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
ନିର୍ମଳା ସଙ୍ଗୀତ ଜଗତରେ ତାଙ୍କର ସୁମଧୁରର ସ୍ବର ଛାପ ଛାଡିଛନ୍ତି । ଗୀତ ପାଇଁ ତାଙ୍କୁ ବାଳକୃଷ୍ଣ ଦାସ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ଅନେକ ଓଡିଆ ଓ ବଙ୍ଗାଳୀ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । 'ଇମୋନ ଏକତା ଝିମୁନ', 'ବୋଲୋ ତୋ ଅର୍ଶୀ,' 'କାଗୋଜେର ଫୁଲ ବାଲେ', 'ଇ ବଙ୍ଗରାର ମାଟି ଚାଏ' ଏବଂ ' ଆମି ତୋମାର' ଭଳି ଅନେକ ଗୀତ ଗାଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।