ETV Bharat / entertainment

Twitter Blue Tick: ବ୍ଲୁ ଟିକ ହଟିବା ପରେ ସେଲିବ୍ରିଟିଙ୍କୁ ଟ୍ରୋଲ୍‌, ମିମ୍‌ ଭାଇରାଲ - ଟ୍ବିଟର ବ୍ଲୁ ଟିକ ହଟିବା

ଏଲନ୍ ମସ୍କଙ୍କ ନୂତନ ନୀତି କାର୍ଯ୍ୟକାରୀ ହେବାପରେ ଶାହାରୁଖ ଖାନ, ଆଲିଆ ଭଟ୍ଟ, ଦୀପିକା ପାଦୁକୋନ, ସଲମାନ ଖାନଙ୍କ ପରି ଅନେକ ବଲିଉଡ ସେଲିବ୍ରିଟିମାନେ ଟ୍ବିଟରରେ ବ୍ଲୁ ଟିକ୍‌ ହରାଇଛନ୍ତି । ଏନେଇ ସେଲିବ୍ରଟିଙ୍କ ମିମ୍ସ ଭାଇରାଲ । ଅଧିକ ପଢ଼ନ୍ତୁ

ଟ୍ବିଟରରେ ବ୍ଲୁ ଟିକ ହଟିବା ପରେ ସେଲିବ୍ରଟିଙ୍କ ମେମ୍ସ କଲେ ଫ୍ୟାନ୍ସ

author img

By

Published : Apr 21, 2023, 5:34 PM IST

ହାଇଦ୍ରାବାଦ: ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ, ସଲମାନ ଖାନଙ୍କ ଭଳି ସୁପରଷ୍ଟାର ଏବଂ ସେଲିବ୍ରିଟିଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ଆକାଉଣ୍ଟ୍‌ରୁ ବ୍ଲୁ ଟିକ ହଟିଛି । ଏନେଇ ବର୍ତ୍ତମାନ ଇଣ୍ଟରନେଟରେ ମେମ୍ସ ଫୋଷ୍ଟ କରୁଛନ୍ତି ୟୁଜର୍ସ । ଯେଉଁଥିରେ ସେଲିବ୍ରେଟମାନଙ୍କ ବ୍ଲୁ ଟିକ ହରାଇବା ନେଇ ଟ୍ବିଟରରେ ୟୁଜର୍ସ କିଛି ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ସେୟାର କରିଛନ୍ତି।

  • What #ElonMusk is trying to do?Is his intent is to stop impersonation or to multiply it further?#LegacyCheckmark were kind of authentication stamp related to a genuine person having profundity in their handles.
    Which #Twitter provided it to bona fide ppl frm diffrnt backgrounds. pic.twitter.com/kvBr8FARom

    — ‎Arshi Alvi (@Arshi7Khan) April 20, 2023 " class="align-text-top noRightClick twitterSection" data=" ">

ପୂର୍ବରୁ ଟ୍ବିଟର ସାମ୍ବାଦିକ, ଜନପ୍ରତିନିଧି ଏବଂ ସେଲିବ୍ରିଟିମାନଙ୍କୁ ଦେୟ ମୁକ୍ତ ଭାବେ ଏହି ବ୍ଲୁ ଟିକ ସେବା ପ୍ରଦାନ କରିଥିଲା । କିନ୍ତୁ ବର୍ତ୍ତମାନ ଏଲନ୍ ମସ୍କ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପରେ ଅନେକ ନୂଆ ନିୟମ ଆଣିଛନ୍ତି । ଫଳରେ ପୂର୍ବ ଘୋଷଣା ଅନୁସାରେ ଗତକାଲି(ଗୁରୁବାର) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଟ୍ବିଟର ସିଇଓ । ଯେଉଁ ଉପଭୋକ୍ତାମାନେ ବ୍ଲୁ ଟିକ ସବସ୍କ୍ରିପସନ ପାଇଁ ଦେୟ ଦେଇନାହାନ୍ତି ସେମାନଙ୍କ ଆକାଉଣ୍ଟ ଉପରୁ ବ୍ଲୁ ଟିକ ହଟାଇଛନ୍ତି । ତେବେ ଏନେଇ ସେଲିବ୍ରେଟମାନଙ୍କ ମେମ୍ସ କରି କିଛି ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ସେୟାର କରିଛନ୍ତି ୟୁଜର୍ସ ।

  • Shah Rukh & Virat Kohli too lost their blue ticks. I want to laugh out loud looking at handles with 0 followers now showing verified 🤣

    — Anjali (@MsAnjaliB) April 20, 2023 " class="align-text-top noRightClick twitterSection" data=" ">

ଜଣେ ୟୁଜର୍ସ ଲେଖିଛନ୍ତି, "ଏଲନ ମସ୍କ କ’ଣ କରିବାକୁ ଚେଷ୍ଟା କରୁଛନ୍ତି ? ତାଙ୍କର ଉଦ୍ଦେଶ୍ୟ ହେଉଛି ଫେକ୍‌ ଆକାଉଣ୍ଟକୁ ବନ୍ଦ କରିବା ନା ଏହାକୁ ଆହୁରି ବଢାଇବା ? ଲୋକପ୍ରିୟତା ହାସଲ କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ପ୍ରକାରର ସ୍ବୀକୃତିପ୍ରାପ୍ତ ଷ୍ଟାମ୍ପ ଥିଲା । ଯାହାକୁ ଅନ୍ୟ ପ୍ଲାଟଫର୍ମ ଅପେକ୍ଷା ଟ୍ବିଟର ଯୋଗାଇଥିଲା ।" ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, "ମୁଁ ମୋ ଆକାଉଣ୍ଟରେ ବ୍ଲୁ ଟିକ୍‌ ପାଇଛି । କିନ୍ତୁ ଲୋକପ୍ରିୟ ବଲିଉଡ ଅଭିନେତା ଶାହାରୁଖଙ୍କ କାହିଁକି ହଟାଗଲା ।" ଆଉ ଜଣେ ୟୁଜର୍ସ ଲେଖିଛନ୍ତି, "ଶାହାରୁଖ ଏବଂ ବିରାଟ କୋହଲି ନିଜର ବ୍ଲୁ ଟିକ ହରାଇଛନ୍ତି । ହେଲେ ଯେଉଁମାନଙ୍କର 0 ଫୋଲର୍ସ ରହିଛନ୍ତି, ସେମାନଙ୍କ କିନ୍ତୁ ବ୍ଲୁ ଟିକ୍‌ ଅଛି । ଏହା ହାସ୍ୟାସ୍ପଦ ।" ତେବେ ଅନ୍ୟ କେତେକ ୟୁଜର୍ସ ମଜାଳିଆ ଫଟୋ ସେୟାର କରି ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ଥାଉ କି, ଟ୍ବିଟର ସିଇଓ ଏଲନ ମସ୍କ ଘୋଷଣା କରିଥିଲେ ଯେ," ଟ୍ବିଟର ବ୍ଲୁ ସବସ୍କ୍ରିପସନ ପାଇଁ ଏଣିକି ଦେୟ ଦେବାକୁ ହେବ । ଯେଉଁମାନେ ଟ୍ବିଟର ବ୍ଲୁ ସବସ୍କ୍ରିପସନ ପାଇଁ ଦେୟ ନଦେବେ ଏପ୍ରିଲ ୨୦ ତାରିଖ ପରଠୁ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବ୍ଲୁ ଟିକ୍‌ ହଟାଯିବ । ଏହି କ୍ରମରେ ଗତକାଲି(ଗୁରୁବାର) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଟ୍ବିଟର ପକ୍ଷରୁ ରାଜନେତା ଠାରୁ ଆରମ୍ଭ କରି ଅନେକ ରାଜନେତାଙ୍କ ଆକାଉଣ୍ଟରୁ ହଟିଛି ବ୍ଲୁଟିକ। ସେପଟେ ବ୍ଲୁ ଟିକ୍‌ ପାଇବାକୁ ହେଲେ ଓ୍ବେବ ୟୁଜର୍ସଙ୍କ ପାଇଁ ମାସିକ ୮ ଡଲାର ଏବଂ ଆଇଫୋନ ୟୁଜର୍ସଙ୍କ ପାଇଁ ମାସିକ ୧୧ ଡଲାର ଦେବାକୁ ପଡିବ । ଯାହାକି ଭାରତୀୟ ମୁଦ୍ରାରେ ୬୬୬ ଟଙ୍କା ଏବଂ ଆଇଫୋନ ୟୁଜର୍ସଙ୍କ ପାଇଁ ୯୦୨ ଟଙ୍କା ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.