ETV Bharat / entertainment

Khatron Ke Khiladi 12: ଟାଇଟଲ ହାତେଇଲେ ତୁଷାର

author img

By

Published : Sep 26, 2022, 9:48 AM IST

ରିଆଲିଟି ଶୋ' ଖତରୋଁ କେ ଖିଲାଡି ସିଜିନ 12ର (Khatron Ke Khiladi 12) ବିଜେତା ହୋଇଛନ୍ତି ଡ୍ୟାନ୍ସ କୋରିଓଗ୍ରାଫର ତୁଷାର କାଲିଆ । ଅଧିକ ପଢନ୍ତୁ

Khatron Ke Khiladi 12
Khatron Ke Khiladi 12: ଟାଇଟଲ ହାତେଇଲେ ତୁଷାର

ମୁମ୍ବାଇ: ଲମ୍ବା ସମୟ ଧରି ଚାଲିଥିବା ଦୁଃସାହସିକ ରିଆଲିଟି ଶୋ' ଖତରୋଁ କେ ଖିଲାଡି ଶେଷ ହୋଇଛି । ଶୋ'କୁ ତାର ବିଜେତା ମିଳିଛି । ଡ୍ୟାନ୍ସ କୋରିଓ ଗ୍ରାଫର ତୁଷାର କାଲିଆ ସିଜିନର ବିଜେତା ହୋଇଛନ୍ତି । ଫୈଜଲ ଶେଖ ଓ ମୋହିତ ମଲିକଙ୍କୁ ହରାଇ ଟ୍ରଫି ହାତେଇଛନ୍ତି ତୁଷାର । ଏହି ଟ୍ରଫି ଜିତିବା ପରେ ତୁଷାର ବେଶ ଖୁସିଥିବା କହିଛନ୍ତି ।

ଶୋ'ର ଜଣେ ଦମଦାର ପ୍ରତିଯୋଗୀ ଥିଲେ ତୁଷାର । ଆରମ୍ଭରୁ ହିଁ ସମସ୍ତ ବାଧା ବିଘ୍ନ ପରେ ବି ଷ୍ଟଣ୍ଟ ଶେଷ କରୁଥିଲେ । ଏହି ରିଆଲିଟି ଶୋ'କୁ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ହୋଷ୍ଟ କରୁଥିଲେ । ଫାଇନାଲରେ ଫୈସଲ ଶେଖ ଓ ଅଭିନେତା ମୋହିତ ମଲିକ ରହିଥିଲେ । ତାଙ୍କ ସହ ବିଗବସ 15 ବିଜେତା ରୁବିନା ଦଲିକ ଏବଂ ଜନ୍ନତ ଜୁବେର ମଧ୍ୟ ଫାଇନାଲରେ ପହଞ୍ଚିଥିଲେ । ବିଜେତା ତୁଷାରଙ୍କୁ ଟ୍ରଫି ସହ 20 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ରବିବାର ଅନୁଷ୍ଠିତ ଫାଇନାଲରେ ଶୋ'ର ପୂର୍ବ ପ୍ରତିଯୋଗୀଙ୍କ ସମେତ ଅଭିନେତା ରଣବୀର ସିଂ, ପୂଜା ହେଗଡେ ଏବଂ ଜନି ଲିବର ଉପସ୍ଥିତ ଥିଲେ । ସିଜିନରେ ତୁଷାର ସବୁ ଷ୍ଟଣ୍ଡରେ ଶତ ପ୍ରତିଶତ ପ୍ରଦର୍ଶନ କରିଥିଲେ । ସେ ହିଁ ବିଜେତା ହେବେ ବୋଲି ଆକଳନ କରାଯାଉଥିଲା ।

ଏହା ବି ପଢନ୍ତୁ...କ୍ରିକେଟରୁ ଅବସର ପରେ ଝୁଲଣଙ୍କ ପାଇଁ ସ୍ପେଶାଲ ପୋଷ୍ଟ କଲେ ଅନୁଷ୍କା

ଚଳିତ ବର୍ଷ ଶୋ'ଟି ବହୁତ ଲୋକପ୍ରିୟତା ହାସଲ କରିଛି । ଦକ୍ଷିଣ ଆଫ୍ରିକାର କେପଟାଉନରେ ଏହାର ସୁଟିଂ ହେଉଥିଲା । ପ୍ରତିଯୋଗୀଙ୍କୁ ଦୁଃସାହାସିକ ଷ୍ଟଣ୍ଟ କରିବାକୁ ପଡିଥିଲା । ପ୍ରଦର୍ଶନ ଆଧାରରେ ମୂଲ୍ୟାୟନ କରାଯାଉଥିଲା । ସାମର୍ଥ୍ୟ ବଳରେ ପ୍ରତିଯୋଗୀ ନିଜର ଦମ ଦେଖାଉଥିଲେ । ତୁଷାର ଜଣେ ଡ୍ୟାନ୍ସ କୋରିଓଗ୍ରାଫର । ବିଭିନ୍ନ ବଲିଉଡ ସଙ୍ଗୀତରେ କୋରିଓଗ୍ରାଫ କରିଛନ୍ତି । ଡ୍ୟାନ୍ସ ରିଅଲିଟି ଶୋ' ଝଲକ ଦିଖ୍‌ଲାଜାରେ ମଧ୍ୟ ବିଚାରକ ଦାୟିତ୍ବ ତୁଲାଇଛନ୍ତି ତୁଷାର । ଖତରୋଁ କେ ଖିଲାଡି ସିଜନ ୧୧ର ବିଜେତା ହୋଇଥିଲେ ଲୋକପ୍ରିୟ ଟେଲିଭିଜନ ତାରକା ଅର୍ଜୁନ ବିଜଲାନୀ । ସିଜିନ 9ରେ ଆଉ ଜଣେ ଡ୍ୟାନ୍ସ କୋରିଓ ଗ୍ରାଫର ପୁନୀତ ପାଠକ ଟ୍ରଫି ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.