ETV Bharat / entertainment

ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ: ଅଭିନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ NCWର ନିର୍ଦ୍ଦେଶ

author img

By ETV Bharat Odisha Team

Published : Nov 20, 2023, 5:14 PM IST

ଜାତୀୟ ମହିଳା ଆୟୋଗ ମନସୁର ଅଲ୍ଲୀ ଖାନ ଏବଂ ତ୍ରିଶା କ୍ରିଷ୍ଣନଙ୍କ ବିବାଦରେ ହସ୍ତକ୍ଷେପ କରିଛନ୍ତି । ଏହି ମାମଲାରେ ଏନସିଡବ୍ଲୁ ପୋଲିସ ମୁଖ୍ୟଙ୍କୁ ଅଭିନେତାଙ୍କ ବିବାଦୀୟ ବୟାନ ପାଇଁ ତାଙ୍କୁ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ: ପୋଲିସକୁ ଅଭିନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ NCWର ନିର୍ଦ୍ଦେଶ

ହାଇଦ୍ରାବାଦ: ତ୍ରିଶା କ୍ରିଷ୍ଣନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପରେ ଲିଓ ଅଭିନେତା ମନସୁର ଅଲ୍ଲୀ ଖାନ କଡ଼ା ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ମନସୁରଙ୍କ ମନ୍ତବ୍ୟକୁ ଅନେକ ସେଲିବ୍ରିଟି ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି । ବର୍ତ୍ତମାନ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) । NCW ଚେନ୍ନାଇ ପୋଲିସକୁ ମନସୁର ଅଲି ଖାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

  • The National Commission for Women is deeply concerned about the derogatory remarks made by actor Mansoor Ali Khan towards actress Trisha Krishna. We're taking suo motu in this matter directing the DGP to invoke IPC Section 509 B and other relevant laws.Such remarks normalize…

    — NCW (@NCWIndia) November 20, 2023 " class="align-text-top noRightClick twitterSection" data=" ">

ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ପ୍ରତି ଅଭିନେତା ମନସୁର ଅଲ୍ଲୀ ଖାନଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ଜାତୀୟ ମହିଳା ଆୟୋଗ ଗଭୀର ଚିନ୍ତା ପ୍ରକଟ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି । ଆଇପିସି ଧାରା ୫୦୯ B ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଆଇନ ଅନୁଯାୟୀ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଉଛୁ । ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ନିନ୍ଦା କରାଯିବା ଆବଶ୍ୟକ ।" ଇନଷ୍ଟାଗ୍ରାମ ଷ୍ଟୋରୀରେ NCWର ଟ୍ବିଟକୁ ସେୟାର କରି ହାତ ଯୋଡିବା ଇମୋଜି ସହ ସେୟାର କରିଛନ୍ତି ତ୍ରିଶା ।

  • A recent video has come to my notice where Mr.Mansoor Ali Khan has spoken about me in a vile and disgusting manner.I strongly condemn this and find it sexist,disrespectful,misogynistic,repulsive and in bad taste.He can keep wishing but I am grateful never to have shared screen…

    — Trish (@trishtrashers) November 18, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେ ଫିଲ୍ମରେ ତ୍ରିଶା କ୍ରିଷ୍ଣନଙ୍କ ସହ ଦୁଷ୍କର୍ମ ସିନକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ଅଭିନେତ୍ରୀ ତ୍ରିଶାଙ୍କ ସହ ବେଡରୁମ ସିନ କରିବାକୁ ମୁଁ ଆଗ୍ରହୀ ଥିଲି । ହେଲେ ନିର୍ଦ୍ଦେଶକ ମତେ ଏହି ଭୂମିକା ନଦେଇ ଖଳନାୟକର ଭୂମିକା ଦେଲେ ।" ଯାହା ପରେ ଅଭିନେତାଙ୍କୁ ସବୁଦିଗରୁ ସମାଲୋଚନା କରାଯାଉଛି । ଏନେଇ ତ୍ରିଶା ପ୍ରତିକ୍ରିୟା ପ୍ରକାଶ କରି ଘଟଣାକୁ ନିନ୍ଦା ଏବଂ ଲଜ୍ଜାଜନକ କହିବା ସହ ତାଙ୍କ ସହ ଆଉ ସ୍କ୍ରିନ୍ ସେୟାର କରିବେ ନାହିଁ ବୋଲି କହିଥିଲେ ।

  • Disheartened and enraged to hear the misogynistic comments made by Mr.Mansoor Ali Khan, given that we all worked in the same team. Respect for women, fellow artists and professionals should be a non-negotiable in any industry and I absolutely condemn this behaviour. https://t.co/PBlMzsoDZ3

    — Lokesh Kanagaraj (@Dir_Lokesh) November 18, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ବିବାଦରେ ସାଉଥ ଅଭିନେତା ମନସୁର ଅଲ୍ଲୀ, ବୟାନ ପାଇଁ ବିଭିନ୍ନ ମହଲରୁ ନିନ୍ଦା

ଏହି ଘଟଣା ପରେ ବର୍ତ୍ତମାନ ଏନସିଡବ୍ଲୁଙ୍କ ସମେତ ଲିଓ ନିର୍ଦ୍ଦେଶକ ଲୋକେଶ କନଗରାଜ ଏବଂ ଗାୟକ ଚିନ୍ମୟ ଶ୍ରୀପଡା, ଅଭିନେତା ତଥା ରାଜନେତା ଖୁସବୁ ସୁନ୍ଦର ଏବଂ ସାଉଥ ଭାରତୀୟ କଳାକାର ସଂଘ (SIAA) ଙ୍କ ତ୍ରିଶାଙ୍କୁ ସମର୍ଥନ କରିଛନ୍ତି । ଏବଂ ଘଟଣାକୁ ନେଇ ତୀବ୍ର ନିନ୍ଦା କରିବା ସହ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ । ସେପଟେ କ୍ଷମା ମାଗିବା ପରିବର୍ତ୍ତେ ମନସୁର ଘଟଣା ନେଇ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ମୁଁ ତ୍ରିଶାଙ୍କ ପ୍ରଶଂସା କରିବା ସହ ଥଟ୍ଟାରେ ଏଭଳି ମନ୍ତବ୍ୟ ଦେଇଥିଲେ । ଅଜଥାରେ ଏହାକୁ ପ୍ରସଙ୍ଗ କରାଯାଇ ବିବାଦ ସୃଷ୍ଟି କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.