ETV Bharat / entertainment

ଟାଇଗର 3 ସେଟ୍‌ରେ ସଲମାନ ଆହତ, ଫଟୋ ସେୟାର କରି ଲେଖିଲେ ଟାଇଗର ଜଖମି ହେ

author img

By

Published : May 19, 2023, 11:06 AM IST

ଟାଇଗର 3 ଫିଲ୍ମର ସୁଟିଂ ସମୟରେ ଆହତ ହୋଇଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ । ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସଲମାନ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଟାଇଗର 3 ସେଟରେ ଆହତ ହେଲେ ଭାଇଜାନ
ଟାଇଗର 3 ସେଟରେ ଆହତ ହେଲେ ଭାଇଜାନ

ମୁମ୍ବାଇ: ଆଗାମୀ ଫିଲ୍ମ ଟାଇଗର 3 ଚର୍ଚ୍ଚାରେ ବଲିଉଡ ସୁପରଷ୍ଟାର ସଲମାନ ଖାନ । ସଲମାନଙ୍କ ଅଭିନୀତ ଫିଲ୍ମ କିସି କା ଭାଇ କିସି ଜାନ ଲୋକପ୍ରିୟତା ହାସଲ କରିବାରେ ବିଫଳ ହେବା ପରେ ପୁଣି ସଲମାନଙ୍କୁ ଟାଇଗର 3 ଦମଦାର ଫିଲ୍ମ ସହ ବଡ଼ ପରଦାରେ ଦେଖିବାକୁ ମିଳିବ । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏହାରି ମଧ୍ୟରେ ସଲମାନ ଖାନ ଫିଲ୍ମ ସୁଟିଂ ସେଟରେ ଆହତ ହୋଇଥିବା ଜଣାପଡିଛି । ସଲମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏ ସମ୍ପର୍କରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ସଲମାନ ନିଜ ଇନଷ୍ଟାଗ୍ରାମରେ ସୋସିଆଲ ମିଡିଆରେ ତାଙ୍କ ବାମ କାନ୍ଧରେ ଯନ୍ତ୍ରଣାଦାୟକ ପ୍ୟାଚ୍ ସହ ତାଙ୍କ ପିଠିର ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, "ଯେତେବେଳେ ତୁମେ ଭାବୁଛ ଯେ ତୁମେ ତୁମର କାନ୍ଧରେ ଦୁନିଆର ଭାର ବହନ କରୁଛ, ସେ କୁହନ୍ତି ଦୁନିଆକୁ ଛାଡି 5 କିଲୋ ଡମ୍ବଲ ଉଠାଇ ଦେଖାଅ । ଟାଇଗର ଜଖମି ହେ (ଟାଇଗର ଆହତ ହୋଇଛି) # ଟାଇଗର 3। " ସଲମାନ ଖାନ ଏହି ଫଟୋ ସେୟାର କରିବା ମାତ୍ରେ ତାଙ୍କର ଅନେକ ପ୍ରଶଂସକ ଏବଂ ଶୁଭେଚ୍ଛୁମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ପ୍ରତିକ୍ରିୟା ଦେଇ ଜଣେ ଫ୍ୟାନ୍ସ କହିଛନ୍ତି ଯେ ସଲମାନ ଯତ୍ନ ନିଅନ୍ତୁ । ଅନ୍ୟ ଜଣେ ଲେଖିଛନ୍ତି, "ଶୀଘ୍ର ସୁସ୍ଥ ହୁଅ ସଲମାନ ଭାଇଜାନ ।"

ସୂଚନା ଥାଉ କି, ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ ଟାଇଗର 3ରେ ସେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିବେ । ଏଥିରେ ଇମ୍ରାନ ହାଶମୀ ମଧ୍ୟ ଅଭିନୟ କରିଛନ୍ତି । ତେବେ ଏଥିରେ ବଲିଉଡ କିଙ୍ଗଖାନ ଶାହାରୁଖ ଖାନ ମଧ୍ୟ ସଲମାନଙ୍କ ସହ ନଜର ଆସିବେ । ଏହାପୂର୍ବରୁ, ସଲମାନ ସିଦ୍ଧ ଆନନ୍ଦଙ୍କ ପଠାନରେ ଟାଇଗରଙ୍କ ଭୂମିକାରେ କେମିଓ ରୋଲରେ ନଜର ଆସିଥିଲେ । ସେହିପରି ଟାଇଗର 3ରେ ମଧ୍ୟ ଶାହରୁଖଙ୍କୁ ପଠାନ ଭାବରେ ଏକ କେମିଓ ରୋଲରେ ଦେଖିବାକୁ ମିଳିବ । ମନିଷ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରୀଲର ନଭେମ୍ବର ଅର୍ଥାତ ଦିପାବଳୀରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସିନେମାହଲରେ ରିଲିଜ କରିବ ।

ସେପଟେ 4ବର୍ଷ ପରେ ସଲମାନଙ୍କୁ କିସି କା ଭାଇ କିସି କି ଜାନ ସହ ବଡ ପରଦାରେ ଦେଖିବାକୁ ମିଳିଥିଲା । ଫରହାଦ୍ ସମଜୀଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ କମେଡି-ଡ୍ରାମା ଫିଲ୍ମରେ ପୂଜା ହେଗଡେ, ଡଗଗୁବତୀ ଭେଙ୍କଟେଶ, ଜଗପତି ବାବୁ, ଭୂମିକା ଚାୱଲା, ସିଦ୍ଧାର୍ଥ ନିଗମ, ଜେସି ଗିଲ, ଭୀନାଲି ଭଟ୍ନାଗର ଏବଂ ଡେବ୍ୟୁାଣ୍ଟ ଶେହନାଜ ଗିଲ ଏବଂ ପଲକ ତିୱାରୀ ମଧ୍ୟ ଅଭିନୟ କରିଛନ୍ତି । ଏହା ଏପ୍ରିଲ୍ 21ରେ ରିଲିଜ କରିଥିଲା । ତେବେ ବକ୍ସ ଅଫିସ୍‌ରେ ଏହା ଏତେ କମାଲ କରି ପାରିନାହିଁ । କିନ୍ତୁ ଟାଇଗର 3 ବକ୍ସ ଅଫିସରେ ପୂର୍ବ 2 ଭାଗ ଭଳି ହିଟ ହେବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.