ଥିରୁଅନନ୍ତପୁରମ: ବହୁ ଚର୍ଚ୍ଚିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ଆଜି ରିଲିଜ ହୋଇଛି। ଫିଲ୍ମର ଟ୍ରେଲର ଆସିବା ଦିନ ଠାରୁ ଫିଲ୍ମ ବିବାଦକୁ ଆସିଥିଲା । ଏପରିକି ଫିଲ୍ମ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ଅଭିଯୋଗ କରି ଫିଲ୍ମ ରିଲିଜକୁ ନେଇ ଅନେକ ସଙ୍ଗଠନ ବିରୋଧ କରିବା ସହ ସୁପ୍ରିମକୋର୍ଟ ଯାଇଥିଲେ। ହେଲେ ସୁପ୍ରିମକୋର୍ଟ ଫିଲ୍ମ ରିଲିଜକୁ ଅନୁମତି ଦେଇଥିଲେ। ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ରିଲିଜ ହୋଇଛି । କେରଳର 20ଟି ହଲରେ ଫିଲ୍ମ ରିଲିଜ ହୋଇଛି।
ବିଭିନ୍ନ ସ୍ଥାନରେ ଫିଲ୍ମ ରିଲିଜକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିରୋଧକୁ ଦୃଷ୍ଟିରେ ରଖି ଅଧିକାଂଶ ସିନେମାହଲରେ ଶେଷ ମୁହୂର୍ତ୍ତରେ ଶୋ'କୁ ସ୍ଥଗିତ ରଖାଯାଇଥିଲା । ବିରୋଧକୁ ବିଚାରକୁ ନେଇ ସମସ୍ତ ସିନେମା ହଲ ସମ୍ମୁଖରେ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡର ଯାଞ୍ଚ ପରେ ଏହି ଶୋ ପୁଣି ଆରମ୍ଭ ହୋଇଥିଲା । ଫିଲ୍ମ ରିଲିଜ୍ ବିରୋଧରେ କୋଝିକୋଡରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏପରିକି ସିନେମା ହଲ ବାହାରେ ଯୁବକ ଯୁବତୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ।
ସେହିପରି କୋଚି ସହରର କେବଳ ଗୋଟିଏ ହଲରେ ଫିଲ୍ମ ରିଲିଜ ହୋଇଥିବା ବେଳେ ଦୁଇଟି ସିନେମା ହଲରେ ଫିଲ୍ମ ରିଲିଜକୁ ବାତିଲ କରାଯାଇଛି। କୋଚିର ଲୁଲୁ ମଲ୍ ଏବଂ ସେଣ୍ଟର୍ ସ୍କୋୟାର୍ ମଲ୍ ରେ ଥିବା ସିନେପୋଲିସ୍ ସ୍କ୍ରିନିଂକୁ ବାତିଲ କରିଦେଇଛି । କୋଚିର କେବଳ ଗୋଟିଏ ଥିଏଟର 'ଶେନୋଇସ୍' ରେ ଫିଲ୍ମ ରିଲିଜ ହୋଇଛି। ସକାଳ 10ଟା ସମୟରେ ଫିଲ୍ମ ପ୍ରଦର୍ଶିତ ହୋଇଛି। ତେବେ ଏହି 2 ସିନେମାହଲରେ ଫିଲ୍ମ ରିଲିଜକୁ କାହିଁକି ଫିଲ୍ମ ରିଲିଜକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାହାର ଏପର୍ଯ୍ୟନ୍ତ କୌଣସି କାରଣ ଦର୍ଶାଇ ନାହାଁନ୍ତି ଉଭୟ ମଲ।
ସୂଚନା ଥାଉ କି, ପୂର୍ବରୁ, କେରଳର 50ଟି ସିନେମାହଲରେ ଫିଲ୍ମ ରିଲିଜ କରିବା ପାଇଁ ଡିଷ୍ଟ୍ରିବ୍ୟୁଟରଙ୍କ ସହ ଏକ ଚୁକ୍ତି କରିଥିଲା । କିନ୍ତୁ ରିଲିଜ୍ ପୂର୍ବରୁ ଅନେକ ଏହାକୁ ସମର୍ଥନ ମଧ୍ୟ କରିଥିଲେ । ହେଲେ ଏବେ ଫିଲ୍ମଟି କେବଳ 20ଟି ପରଦାରେ ରିଲିଜ କରିଛି। ତେବେ ଏହି ଫିଲ୍ମଟି ଭିପୁଲ ଅମୃତଲାଲ ଶାହାଙ୍କ ଦ୍ବାରା ନିର୍ମିତ ଏବଂ ସୁଦୀପ୍ତୋ ସେନ୍ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଦାନୀ ଏବଂ ସୋନିଆ ବାଲାନି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଧର୍ମାନ୍ତରୀକରଣ ଉପରେ ଆଧାରିତ । ଏହି ଫିଲ୍ମରେ କେରଳର 32,000 ନିଖୋଜ ଝିଅଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି । ଯେଉଁମାନଙ୍କ ଚିନ୍ତାଧାରା ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା । ପରେ ତାଙ୍କୁ ଆଇଏସଆଇଏସ ସହ ଯୋଡି ଆତଙ୍କବାଦୀ କରାଯାଇଥିଲା । ଫିଲ୍ମର ଟ୍ରେଲର ରିଲିଜ ହେବା ପର ଠାରୁ ବିବାଦ ଘେରକୁ ଆସିଥିଲା ଫିଲ୍ମ ।
ସୂଚନା ଥାଉ କି, ଫିଲ୍ମକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତୀବ୍ର ନିନ୍ଦା କରିବା ସହ ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ଫିଲ୍ମରେ ଦର୍ଶାଯାଇଥିବା ବିଷୟବସ୍ତୁ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ଅଭିଯୋଗ ଏବଂ କେରଳ ବିରୋଧରେ ଘୃଣା ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି ଚଳଚ୍ଚିତ୍ରଟି ସୁଚିନ୍ତିତ ଭାବରେ ନିର୍ମିତ ହୋଇଛି । ଟ୍ରେଲରରୁ ଏହା ଦର୍ଶାଯାଇଛି ।
ଏହି ଫିଲ୍ମ ସଂଗଠନର ପ୍ରଚାର ପ୍ରସାର କରିବାକୁ ଚେଷ୍ଟା କରୁଛି, ଯାହା କେରଳର ଧର୍ମନିରପେକ୍ଷ ଦେଶରେ ଧାର୍ମିକ ଉଗ୍ରବାଦର କେନ୍ଦ୍ର ଭାବରେ ପ୍ରତିଷ୍ଠିତ ହୋଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ଫିଲ୍ମଟି ଏକ ପ୍ରଚାର ଫିଲ୍ମ ବୋଲି କହିବା ସହ ରାଜ୍ୟରେ ନିର୍ବାଚନୀ ରାଜନୀତିରେ ଲାଭ ପାଇବା ପାଇଁ ସଂଗଠନ ପ୍ୟାରୀଙ୍କ ଦ୍ୱାରା ଏହା ସୃଷ୍ଟି କରାଯାଉଥିବା କହିଥିଲେ ସିଏମ । ସେପଟେ କଂଗ୍ରେସ ସାଂସଦ ଶଶି ଥରୁର ରବିବାର ଟ୍ୱିଟ୍ କରି କହିଥିଲେ, ଏହା ହୁଏତ ଆପଣଙ୍କର * କେରଳ-କାହାଣୀ ହୋଇପାରେ । ଏହା ଆମର କେରଳ-କାହାଣୀ ନୁହେଁ ।'' ସେହିପରି ବିରୋଧୀଦଳର ନେତା ଭି.ଡି ସାଥେସନ କହିଥିଲେ ଯେ ଫିଲ୍ମ 'କେରଳ କାହାଣୀ'କୁ ସ୍କ୍ରିନିଂ ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ।
ଅନ୍ୟପଟେ ମୁସଲିମ୍ ୟୁଥ୍ ଲିଗ୍ ନେତା ପି.କେ ଫିରୋଜ ଏହି ଫିଲ୍ମର ଦର୍ଶାଯାଇଥିବା ବିଷୟ ବସ୍ତୁ ପ୍ରମାଣ କରିପାରୁଥିବା ଲୋକଙ୍କୁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା ସହ ଫିଲ୍ମ କେରଳ କାହାଣୀକୁ ତୀବ୍ର ସମାଲୋଚନା କରିଥିଲେ । ଏପରିକି ପରେ ଅନେକ ସଙ୍ଗଠନ ସୁପ୍ରିମକୋର୍ଟରେ ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ପିଟିସନ ଦାଖଲ କରାଯାଇଥିଲା । ତେବେ ସୁପ୍ରିମକୋର୍ଟ ଫିଲ୍ମ ରିଲିଜକୁ ଅନୁମତି ଦେଇଥିଲେ ।
ଏଥିସହ ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (ସିବିଏଫସି) ଏହାକୁ 'ଏ' ସାର୍ଟିଫିକେଟ ଦେଇଥିଲା । ଏହା ସହ ବିବାଦ ପରେ ଫିଲ୍ମର ପୂର୍ବଚନ ମୁଖ୍ୟମନ୍ତ୍ରୀ ବିଏସ ଅଚ୍ୟୁତାନନ୍ଦଙ୍କ ଏକ ସାକ୍ଷାତକାର ସହ 10ଟି ସିନକୁ ରିଲିଜ ପ୍ରିଣ୍ଟରୁ ହଟାଇ ଦିଆଯାଇଛି। ତେବେ ଅନେକ ବାଦ ବିବାଦ ପରେ ଶେଷରେ ଫିଲ୍ମ ରିଲିଜ କରିଛି ।