ETV Bharat / entertainment

The kerala Story: କମୁନି କେରଳ ଷ୍ଟୋରୀର କ୍ରେଜ, ରିଲିଜର ମାସେ ପରେ ବି ହଲରେ ଲାଗୁଛି ଭିଡ - ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ ଦ କେରଳ ଷ୍ଟୋରୀ

ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ରିଲିଜ ହେବାର ଏକ ମାସ ବିତିଗଲାଣି । 30 ଦିନରେ ଏହି ଫିଲ୍ମ ମୋଟ 234 କୋଟି ଟଙ୍କା ରୋଜଗାର କରି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ

ରିଲିଜ୍ ହେବାର ଏକ ମାସ ପରେ ମଧ୍ୟ ଦର୍ଶକଙ୍କ ମନ ଜିତୁଛି ଦ କେରଳ ଷ୍ଟୋରୀ

author img

By

Published : Jun 4, 2023, 7:37 PM IST

ମୁମ୍ବାଇ: ଅଦା ଶର୍ମାଙ୍କ ଅଭିନୀତ 'ଦ କେରଳ ଷ୍ଟୋରୀ' ଏହାର ଟ୍ରେଲର ରିଲିଜ ହେବା ପରଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନେକ ବିରୋଧ, ବିବାଦର ସମ୍ମୁଖୀନ ହୋଇଛି । ଏସବୁ ସତ୍ତ୍ବେ ଫିଲ୍ମଟି ରିଲିଜ ହୋଇଛି ଏବଂ ଦିନକୁ ଦିନ ବକ୍ସ ଅଫିସରେ ସଫଳତାର ସହ ଲୋକପ୍ରିୟତା ହାସଲ କରୁଛି । 200କୋଟି ଉପରେ ଆୟ କରି ରେକର୍ଡ ସୃଷ୍ଟି କରିଛି । ତେବେ ବର୍ତ୍ତମାନ ଫିଲ୍ମ ରିଲିଜ ହେବାର ଏକ ମାସ ବିତିଗଲାଣି । ତଥାପି ଫିଲ୍ମର କ୍ରେଜ କମୁନାହିଁ । ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିଚାଲିଛି ଏହି ଫିଲ୍ମ ।

ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ରିଲିଜ୍ ହେବାର 30 ତମ ଦିନରେ ବକ୍ସ ଅଫିସରେ 1.60 କୋଟି ରୋଜଗାର କରିଛି । ତେବେ ଫିଲ୍ମର ମୋଟ ବକ୍ସ ଅଫିସ୍ ସଂଗ୍ରହ 234 କୋଟିକୁ ବୃଦ୍ଧି ପାଇଛି । ସୂଚନା ଥାଉ କି, ଫିଲ୍ମଟି ରିଲିଜ୍ ହେବାର ତିନି ସପ୍ତାହ ମଧ୍ୟରେ 200 କୋଟି ଅତିକ୍ରମ କରିଥିଲା । ଯାହା ପରେ ଫିଲ୍ମ ରୋଜଗାରର ଧୀର ହୋଇଗଲା । ବର୍ତ୍ତମାନ ଏହି ଫିଲ୍ମଟି ଖୁବଶୀଘ୍ର 250 କ୍ଲବରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି ।

'ଦ କେରଳ ଷ୍ଟୋରୀ' ର ଟ୍ରେଲରରେ ଦାବି କରାଯାଇଥିଲା ଯେ କେରଳର 32,000 ଯୁବତୀଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରୁ ସେମାନଙ୍କୁ ଆଇଏସ୍ଆଇଏସ୍ ଯୋଗଦେବାକୁ ପଠାଯାଇଛି । କିନ୍ତୁ ଯେତେବେଳେ ଫିଲ୍ମ ବିବାଦ ଭିତରକୁ ଆସିଲା, ନିର୍ମାତାମାନେ ଏହି ସଂଖ୍ୟାକୁ ତିନି ଯୁବତୀରେ ବଦଳାଇଲେ । ଏହା ପରଠାରୁ ଫିଲ୍ମକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଅନେକ ଫିଲ୍ମକୁ ଏକ ପ୍ରଚାର ଚଳଚ୍ଚିତ୍ର କହି ସମାଲୋଚନା କରିଥିବା ବେଳେ ଅନେକ ଏହାର ସାହସିକ କାହାଣୀ ପାଇଁ ସମର୍ଥନ କରି ଏହାକୁ ପ୍ରଶଂସା କରିଛନ୍ତି ।

ଫିଲ୍ମକୁ ନେଇ ଏବେବି ବିବାଦ ଜାରି ରହିଛି । ଅନେକ ଭେଟେରାନ ତାରକାମାନେ ମଧ୍ୟ ଫିଲ୍ମର ବିରୋଧରେ ପ୍ରତିକ୍ରିୟା ଦେଇ ସମାଲେଚନା କରିଛନ୍ତି । ନିକଟରେ ସାଉଥ ଅଭିନେତା କମଲ ହାସନ ଫିଲ୍ମକୁ ପ୍ରଚାର ଫିଲ୍ମ ବୋଲି କହିଥିଲେ। ସେପଟେ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା ଫିଲ୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଫିଲ୍ମର ସଫଳତା ଉପରେ ପ୍ରଶ୍ନ ଉଠାଇଥିଲେ । ଏବଂ କହିଥିଲେ, ମୁଁ ଦେଖିନି କି ମୋର ଏହି ଫିଲ୍ମ ଦେଖିବାକୁ ଇଚ୍ଛା ନାହିଁ ।" ଅନ୍ୟପଟେ ଫିଲ୍ମକୁ ସମର୍ଥନ ସହ ନାସିରୁଦ୍ଦିନଙ୍କ ମନ୍ତବ୍ୟ ଉପରେ ଖପ୍ପା ହୋଇଥିଲେ ଭୋଜପୁରୀ ଅଭିନେତା ମନୋଜ ତିୱାରୀ । ସେ କହିଥିଲେ, ଏହି ଫିଲ୍ମ 'ପ୍ରକୃତ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର । ଘରେ ବସି ଏପରି କଥା କହିବା ସହଜ, କିନ୍ତୁ ଜଣେ ଭାରତୀୟ ଭାବରେ ଏହି ଜିନିଷ ଠିକ୍ ନୁହେଁ ।"

ତେବେ ଏହି ଫିଲ୍ମ ମେ 5ରେ ସିନେମାହଲରେ ରିଲିଜ କରିଥିଲା ​​। ଅଦାଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତ୍ରୀ ସୋନିଆ ବାଲାନି, ଯୋଗିତା ବିହାନୀ ଏବଂ ସିଦ୍ଧ ଇଡନାନୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.