ETV Bharat / entertainment

The Kerala Story: ପଶ୍ଚିମବଙ୍ଗରେ ରିଲିଜ ହେବ ଫିଲ୍ମ, ବ୍ୟାନ ହଟାଇଲେ ସୁପ୍ରିମକୋର୍ଟ - ଦ କେରଳ ଷ୍ଟୋରୀ ବକ୍ସ ଅଫିସ କଲେକ୍ସନ

'ଦ କେରଳ ଷ୍ଟୋରୀ' ଫିଲ୍ମକୁ ନେଇ ସୁପ୍ରିମକୋର୍ଟର ବଡ଼ ରାୟ । ପଶ୍ଚିମବଙ୍ଗରେ ଫିଲ୍ମକୁ ହୋଇଥିବା ବ୍ୟାନକୁ ହଟାଇଲେ ସୁପ୍ରିମକୋର୍ଟ ଏବଂ ଫିଲ୍ମକୁ ଯଥାଶୀଘ୍ର ରିଲିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ,

ପଶ୍ଚିମବଙ୍ଗରେ ରିଲିଜ ହେବ ଫିଲ୍ମ, ବ୍ୟାନକୁ ହଟାଇଲେ ସୁପ୍ରିମକୋର୍ଟ

author img

By

Published : May 18, 2023, 4:20 PM IST

ନୂଆଦିଲ୍ଲୀ: ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ବିବାଦୀୟ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ସୁପ୍ରିମକୋର୍ଟ ଆଜି ଏକ ପ୍ରମୁଖ ରାୟ ଦେଇଛନ୍ତି। ପଶ୍ଚିମବଙ୍ଗରେ ଏହି ଫିଲ୍ମ ରିଲିଜ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଫିଲ୍ମକୁ ଯଥାଶୀଘ୍ର ରିଲିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ତ୍ତମାନ ଏହି ଫିଲ୍ମ ଖୁବ ଶୀଘ୍ର ପଶ୍ଚିମବଙ୍ଗରେ ରିଲିଜ କରିବ ଏବଂ ଦର୍ଶକ ଏହାକୁ ଉପଭୋଗ କରିପାରିବେ ।

  • Supreme Court stays the May 8 order of the West Bengal government banning the screening of the film ‘The Kerala Story’ in the State. pic.twitter.com/X4evAfOK45

    — ANI (@ANI) May 18, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ମେ 5 ରେ ଦେଶ ତଥା ବିଶ୍ୱରେ ରିଲିଜ କରିଥିଲା ଫିଲ୍ମ ଦ କେରଳ ଷ୍ଟୋରୀ । ତେବେ ପଶ୍ଚିମବଙ୍ଗର ମମତା ସରକାର ଏହାକୁ ସିନେମାହଲରେ ଚଳାଇବାକୁ ମନା କରିଦେଇଥିଲେ । ଏହି ପ୍ରସଙ୍ଗରେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ଆସିଛି। ଫିଲ୍ମ ନିର୍ମାତାଙ୍କ ସପକ୍ଷରେ ହୋଇଛି ମମଲାରକ ଶୁଣାଣି ଏବଂ ବର୍ତ୍ତମାନ ପଶ୍ଚିମବଙ୍ଗର ଲୋକମାନେ ମଧ୍ୟ ଖୁବ ଶୀଘ୍ର ଫିଲ୍ମ ଦ କେରଳ ଷ୍ଟୋରୀ ଦେଖିବେ।

ଆଜି ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ, ସମାଜରେ ଜନସାଧାରଣଙ୍କ ଅସହିଷ୍ଣୁତାକୁ ପ୍ରୋତ୍ସାହିତ କରିବା ପାଇଁ ଆଇନ ବ୍ୟବହାର କରିବା ଭୁଲ ଅଟେ । ଯଦି ଏହା ଜାରି ରହେ, ତେବେ ଆଗାମୀ ସମୟରେ, ଆଦର୍ଶର ଅଭାବ ହେତୁ ଏହିପରି ବିଷୟବସ୍ତୁର ଫିଲ୍ମ ରିଲିଜ କରିବ ନାହିଁ । ଏହି ମାମଲାକୁ ବିଚାରକୁ ନେଇ କୋର୍ଟ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସର୍ବପ୍ରଥମେ ଏହା ରାଜ୍ୟର କର୍ତ୍ତବ୍ୟ। ସୂଚନା ଥାଉ କି, ପୂର୍ବରୁ ଏହା ଉପରେ ଆବେଦନ କରାଯାଇଥିବା ପ୍ରସଙ୍ଗରେ ଫିଲ୍ମ ଉପରେ ପ୍ରତିବନ୍ଧକ ନେଇ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ କାହିଁକି ଏହି ଫିଲ୍ମ ଏଠାରେ ପ୍ରଦର୍ଶିତ ହେଉଛି ତାହାର ଉତ୍ତର ମାଗିଥିଲେ।

ସୂଚନା ଥାଉ କି, ‘ଦ କେରଳ ଷ୍ଟୋରୀ’କୁ ପଶ୍ଚିମବଙ୍ଗରେ ବ୍ୟାନ କରିଥିଲେ ମମତା ସରକାର । ବ୍ୟାନ କରିବା ସହ ଏହି ଫିଲ୍ମକୁ ନେଇ ବର୍ଷିଥିଲେ। ଏହା ଏକ ବିକୃତ ସିନେମା ବୋଲି କହିଥିଲେ। ରାଜ୍ୟରେ ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟିକୁ ରୋକିବା ଓ ରାଜ୍ୟରେ କୌଣସି ହିଂସାକୁ ଏଡାଇବା ସହ ଶାନ୍ତି ବଜାୟ ରଖିବା ପାଇଁ ଏହାକୁ ବ୍ୟାନ କରାଯିବା ଜରୁରୀ ବୋଲି ମମତା କହିଥିଲେ । ସେହିପରି ସେ ‘ଦି କାଶ୍ମୀର ଫାଇଲ୍ସ’ ମୁଭି ସହ ‘ଦି କେରଳ ଷ୍ଟୋରୀ’ ଫିଲ୍ମକୁ ତୁଳନା ମଧ୍ୟ କରିଥିଲେ।

ସେପଟେ 'ଦ କେରଳ ଷ୍ଟୋରୀ'ର ବକ୍ସ ଅଫିସରେ ରୋଜଗାରର ଗତି ବଢିବାରେ ଲାଗିଛି। ଏହି ଫିଲ୍ମଟି 12 ଦିନରେ 150 କୋଟି ଅତିକ୍ରମ କରିଛି ଏବଂ ଖୁବଶୀଘ୍ର 200 କୋଟି କ୍ଲବରେ ଅଣ୍ଟ୍ରି କରିବାକୁ ଯାଉଛି। ଫିଲ୍ମଟି 13 ତମ ଦିନ ମଧ୍ୟରେ 164.59 କୋଟି ଆୟ ରେକର୍ଡ ସୃଷ୍ଟି କରିଛି।

ବକ୍ସ ଅଫିସ କେଲକ୍ସନ: ଦ କେରଳ ଷ୍ଟୋରୀ

ମେ 5 (ପ୍ରଥମ ଦିନ) 8.03 କୋଟି

ମେ 6 (ଦ୍ବିତୀୟ ଦିନ) 11.22 କୋଟି

ମେ 7 (ତୃତୀୟ ଦିନ)16.40 କୋଟି

ମେ 8 (4ର୍ଥ ଦିନ) 10.07 କୋଟି

ମେ 9 (5ମ ଦିନ) 11.14 କୋଟି

ମେ 10 (ଷଷ୍ଠ ଦିନ) 12 କୋଟି

ମେ 11 (ସପ୍ତମ ଦିନ) 12.50 କୋଟି

ମେ 12 (ଅଷ୍ଟମ ଦିନ) 12.50 କୋଟି

ମେ 13 (ନବମ ଦିନ) 19.35 କୋଟି

ମେ 14 (ଦଶମ ଦିନ) 23 କୋଟି

ମେ 15 (11ତମ ଦିନ) 10 କୋଟି

ମେ 16(ଦ୍ବାଦଶ ଦିନ) 9.65କୋଟି

ମେ 17(ତ୍ରୟଦଶ ଦିନ) 7.90କୋଟି

ଫିଲ୍ମର ମୋଟ ବ୍ୟବସାୟ 164.59 କୋଟିରେ ପହଞ୍ଚିଛି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.