ଥିରୁଅନନ୍ତପୁରମ: ପରଲୋକରେ ଦକ୍ଷିଣ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ସଂଗୀତା ସଚିଥ । ୪୬ ବର୍ଷ ବୟସରେ ଆଜି ତାଙ୍କର ମୃତ୍ୟୁ ହୋଇଛି । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳେ ଥିରୁଅନନ୍ତପୁରମରେ ନିଜ ଭଉଣୀଙ୍କ ଘରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ଅପରାହ୍ନ ୩ଟା ସମୟରେ ଥକାଡ ଶାନ୍ତି କବାଡମରେ ତାଙ୍କର ଶେଷକୃତ୍ୟ କରାଯିବ ।
ସେ ମାଲାୟଲାମ, ତାମିଲ, ତେଲୁଗୁ ଓ କନ୍ନଡ ଭାଷାରେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ସେ ତାମିଲ ଚଳଚ୍ଚିତ୍ର 'ନାଲାଇ ଥେରପ୍ପୁ'ରେ ଗୀତ ଗାଇ ନିଜର ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ । ମାଲାୟାଲମ୍ ସିନେମାରେ ଗାଇଥିବା ପ୍ରଥମ ଗୀତ ହେଲା 'ଆମ୍ବିଲିପୋଭାଟମ୍ ପୋନୁରୁଲି' । ମିଷ୍ଟର ରୋମିଓ ଚଳଚ୍ଚିତ୍ରରେ ଏଆର ରହମାନଙ୍କ ରଚନାରେ 'ଥାନେରାଇ କାଦଲିକମରେ କଣ୍ଠଦାନ କରିଥିଲେ । ତାଙ୍କର ବିୟୋଗରେ ସାଉଥ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।