ETV Bharat / entertainment

Malaika Arora Birthday: 'ମୁଁ ସବୁବେଳେ ତୁମ ପଛରେ ଅଛି', ଏଭଳି ମଲାଇକାଙ୍କୁ ଶୁଭେଚ୍ଛା ଜଣାଇଲେ ଅର୍ଜୁନ କପୁର

author img

By ETV Bharat Odisha Team

Published : Oct 23, 2023, 5:56 PM IST

ମଲାଇକା ଆରୋରା ଆଜି ତାଙ୍କ ୪୮ତମ ଜନ୍ମଦିନ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ନିଜ ଜନ୍ମଦିନ ସେଲିବ୍ରେସନର ଝଲକ ଦେଖାଇଛନ୍ତି ଅଭିନେତ୍ରୀ । ସେପଟେ ବୟଫ୍ରେଣ୍ଡ ଅର୍ଜୁନ କପୁର ଉଭୟଙ୍କ ଫଟୋ ସେୟାର କରି ମଲାଇକାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

'ମୁଁ ସବୁବେଳେ ତୁମ ପଛରେ ଅଛି', ଏଭଳି ମଲାଇକାଙ୍କୁ ଶୁଭେଚ୍ଛା ଜଣାଇଲେ ଅର୍ଜୁନ କପୁର

ହାଇଦ୍ରାବାଦ: ବଲିଉଡ ଫିଟନେସ କୁଇନ ମଲାଇକା ଆରୋରାଙ୍କ ଆଜି ୪୮ତମ ଜନ୍ମଦିନ । ଏହି ଅବସରରେ ଅଭିନେତ୍ରୀ ନିଜ ଜନ୍ମଦିନ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ମଲାଇକା ନିଜ ଜନ୍ମଦିନର ଝଲକ ଦେଖାଇଛନ୍ତି । ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ଏକ ନୂଆ ଆରମ୍ଭ । ସେପଟେ ବୟଫ୍ରେଣ୍ଡ ଅର୍ଜୁନ କପୁର ସୋସିଆଲ ମିଡିଆରେ ଉଭୟଙ୍କ ରୋମାଣ୍ଟିକ ଫଟୋ ସେୟାର କରି ମଲାଇକାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

କରୀନା କପୁର ଖାନଙ୍କ ପୋଷ୍ଟ
କରୀନା କପୁର ଖାନଙ୍କ ପୋଷ୍ଟ

ଇନଷ୍ଟାଗ୍ରାମରେ ଅର୍ଜୁନ କପୁର ମଲାଇକା ଏବଂ ତାଙ୍କର ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ବେବି । ଏହି ଫଟୋ ଆମର ଅଟେ । ତୁମ ହସ, ଖୁସି ଏବଂ ଆଲୋକ ଆଣିଦିଏ । କେତେ ଅସୁବିଧା ହେଲେ ବି ମୁଁ ସବୁବେଳେ ତୁମ ପଛରେ ଠିଆ ହୋଇ ରହିବି । ଫଟୋରେ ମଲାଇକା ହ୍ବାଇଟ ଆଉଟଫିଟରେ ନଜର ଆସିଥିବା ବେଳେ ଅର୍ଜୁନ ବ୍ଲାକ ଆଉଟଫିଟରେ ନଜର ଆସିଛନ୍ତି । ଏହି ପୋଷ୍ଟ ସେୟାର ହେବା ମାତ୍ରେ ମଲାଇକା ପ୍ରତିକ୍ରିୟା ଦେଇ "ଲଭ୍ ୟୁ" ବୋଲି ଲେଖିଛନ୍ତି ।

ମଲାଇକା ଆରୋରା ନିଜ ଇନଷ୍ଟାଗ୍ରାମରେ ନିଜ ଜନ୍ମଦିନର ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ମଲାଇକା ଏକ ରୁମରେ ସେ ହାତରେ ଏକ ଡ୍ରିଙ୍କ ଧରି ବସିଥିବା ନଜର ଆସିଛନ୍ତି । ଏହି କୋଠରୀର ଗୋଟିଏ କାନ୍ଥରେ ଜନ୍ମଦିନ ଏବଂ ହାର୍ଟ ବେଲୁନ୍ ଲଗାଯାଇଛି । ଦ୍ୱିତୀୟ ଫଟୋରେ, ମଲାଇକା ଡାଇନିଂ ଟେବୁଲରେ ବସି ହାତରେ ଏକ କୁକିଜ୍‌ ଧରି ପୋଜ ଦେଉଥିବାର ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ସେ ହ୍ବାଇଟ ଜ୍ୟାକେଟ୍ ଏବଂ ଗଗଲ୍ସରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଅନ୍ୟ ଫଟୋରେ ସେ ବାଲକୋନିରେ ବେକ ସାଇଡରୁ ପୋଜ ଦେଇଛନ୍ତି । ଅନ୍ୟଟିରେ ସେ ଖାଉଥିବାର ନଜର ଆସିଥିବା ବେଳେ ଶେଷ ଫଟୋରେ ଗର୍ଜିୟସ ଲୁକରେ ନଜର ଆସିଛନ୍ତି ।

ଏହି ଫଟୋ ସେୟାର କରିବା ମଲାଇକା କ୍ୟାପସନରେ ଲେଖିଛନ୍ତି, "ଆଉ ଏକ ବର୍ଷର ସୂର୍ଯ୍ୟାସ୍ତ ସହ ମୁଁ 48 ବର୍ଷ ବୟସ ହୋଇସାରିଛି । ମୁଁ ମୋର ଲୋକ ଏବଂ ମୋର ଶାନ୍ତି ପାଇଁ କୃତଜ୍ଞ, ଯେଉଁମାନେ ଏହି ଯାତ୍ରା ସମୟରେ ମୋର ସାଥୀ ଅଟନ୍ତି । ମୁଁ ଏହି ସୂର୍ଯ୍ୟୋଦୟରୁ ଏକ ନୂତନ ଆରମ୍ଭ ଆରମ୍ଭ କରୁଛି । ପୁଣି ଥରେ ମୁଁ ମୋ ଜୀବନ ପାଇଁ କୃତଜ୍ଞ । 'ହାପି ବର୍ଥ ଡେ ଟୁ ମି ।' ଏହା ପରେ ଅନେକ ତାରକା ଏବଂ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ତାଙ୍କୁ ଜନ୍ମଦିନ କାମନା ଜଣାଇଛନ୍ତି ।

କରୀନା କପୁର ଖାନଙ୍କ ପୋଷ୍ଟ
କରୀନା କପୁର ଖାନଙ୍କ ପୋଷ୍ଟ

ଏହା ମଧ୍ୟ ପଢନ୍ତୁ: ବ୍ରେକଅପ୍ ଗୁଜବ: ବର୍ଷାରେ ଏକାଠି ନଜର ଆସିଲେ ଲଭ୍‌ ବାର୍ଡ ମଲାଇକା-ଅର୍ଜୁନ, ଭିଡିଓ ଭାଇରାଲ

ମଲାଇକାଙ୍କ ଜନ୍ମଦିନରେ ତାଙ୍କ ବେଷ୍ଟଫ୍ରେଣ୍ଡ କରୀନା ତାଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି । ଇନଷ୍ଟାଗ୍ରାମ ଷ୍ଟୋରୀରେ କରୀନା ମଲାଇକାଙ୍କ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ମସ୍ତି କରୁଥିବା ନଜର ଆସିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, "ଏହି ତିନୋଟି ଫଟୋ ପରସ୍ପର ପ୍ରତି ଭଲପାଇବା ଏବଂ ଆମ ଭଉଣୀ ବନ୍ଧନର ପ୍ରତୀକ ଅଟେ । ମାଲା ତୁମକୁ ମୁଁ ଭଲପାଏ । ଜନ୍ମଦିନର ଶୁଭେଚ୍ଛା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.