ETV Bharat / entertainment

Warning to Rakhi Sawant: ଘରକୁ ଫେରିଆସ ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ - ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ

ବଲିଉଡ ଡ୍ରାମା କୁଇନ ତଥା ବିବାଦିୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ହରିଦ୍ବାର ଆଖଡ଼ା ସଭାପତି କ୍ଷୋଭ ପ୍ରକାଶ କରି ରାକ୍ଷୀଙ୍କୁ ଚେତାବନୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Rakhi Sawant marriage
ରାକ୍ଷୀ ସାୱନ୍ତଙ୍କ ବିବାହ
author img

By

Published : Jan 13, 2023, 4:54 PM IST

ଡେରାଡୁନ: ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ବୟଫ୍ରେଣ୍ଡ ଆଦିଲ ଦୁରାନିଙ୍କୁ ବିବାହ କରିଛନ୍ତି । ଏପରିକି ନିଜ ନାମ ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ପୁଣି ବିବାଦ ଘରରେ ରାକ୍ଷୀ ସାୱନ୍ତ । ହରିଦ୍ବାରର ଆଖଡ଼ା ସଭାପତି ଏନେଇ ରାକ୍ଷୀ ସାୱନ୍ତଙ୍କୁ ଚେତାବନୀ ଦେଇ କହିଛନ୍ତି, ରାକ୍ଷୀ ତୁରନ୍ତ ଘରକୁ ଫେରନ୍ତୁ । ନଚେତ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ।

ହରିଦ୍ବାରର ଶ୍ରୀ ଅଖଣ୍ଡ ପର୍ଶୁରାମ ଆଖଡ଼ା ସଭାପତି ପଣ୍ଡିତ ଅଧିର କୌଶିକ ରାକ୍ଷୀ ସାୱନ୍ତଙ୍କୁ ଚେତାବନୀ ଦେଇ କହିଛନ୍ତି, "ଗୋଟିଏ ପଟେ ଆମେ ଲଭ ଜିହାଦ ବିରୋଧରେ ପ୍ରଚାର କରୁଛୁ ଏବଂ ଝିଅମାନଙ୍କୁ ବଞ୍ଚାଉଛୁ । ଚଳଚ୍ଚିତ୍ର ମାଧ୍ୟମରେ କିଛି ଲୋକ ହିନ୍ଦୁ ଧର୍ମ ବିରୁଦ୍ଧରେ ଏକ ଏଜେଣ୍ଡା ଚଳାଉଛନ୍ତି । ଯାହାକୁ ବରଦାସ୍ତ କରାଯିବ ନାହିଁ ।" ଅଧିର କୌଶିକ ରାକ୍ଷୀ ସାୱନ୍ତଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, "ରାକ୍ଷୀ ଯଦି ଘରକୁ ନ ଫେରନ୍ତି ତେବେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ।

ଏହା ମଧ୍ୟ ପଢ଼ନ୍ତୁ: ବୟଫ୍ରେଣ୍ଡ ଆଦିଲଙ୍କୁ ବିବାହ ପରେ ନାଁ ବଦଳାଇଲେ ରାକ୍ଷୀ ସାୱନ୍ତ !

ପ୍ରକାଶ ଥାଉକି, ଦୀର୍ଘ ଦିନର ଡେଟ ପରେ ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଏବଂ ବୟଫ୍ରେଣ୍ଡ ଆଦିଲ ଦୁରାନିଙ୍କ ବିବାହ ହୋଇଛି । ବିବାହ ସମୟର କିଛି ଫଟୋ ନିଜ ସୋସିଆଲ ମିଡ଼ିଆରେ ସେ ସେୟାର କରିଛନ୍ତି । ଫଟୋରେ ତାଙ୍କ ବାବହ ପ୍ରମାଣପତ୍ର ରହିଥିବା ଦେଖିବାକୁ ମିଳିଛି । ଏହି ପ୍ରମାଣପତ୍ରରେ ରାକ୍ଷୀ ନିଜ ନାମ ପରିବର୍ତ୍ତନ କରି ରାକ୍ଷୀ ସାୱନ୍ତ ଫାତିମା ଭାବେ ଦସ୍ତଖତ କରିଥିବା ଦେଖାଯାଇଛି । ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରାକ୍ଷୀ ଆଦିଲଙ୍କ ସହ ଏକ ଭିଡିଓ ସେୟାର କରି ଲେଖିଛନ୍ତି, " ମୁଁ ମୋର ବିବାହରେ ଖୁସି ଏବଂ ଆଦିଲଙ୍କୁ ମୁଁ ବହୁତ ଭଲ ପାଏ । "

ଏହା ମଧ୍ୟ ପଢ଼ନ୍ତୁ: ବଢୁଛି ସେଲିବ୍ରେଟି ବିବାଦ, ଆପତ୍ତିଜନକ ଶବ୍ଦର ବ୍ୟବହାର କରି ପରସ୍ପର ନାଁରେ FIR

ଏହି ଭିଡିଓରେ ରାକ୍ଷୀ ସାୱନ୍ତ ଏକ ଗୋଲାପୀ ରଙ୍ଗର ଗାଉନ ପିନ୍ଧିଥିବାବେଳେ ଆଦିଲ କଳା ରଙ୍ଗର ସାର୍ଟରେ ନଜର ଆସିଛନ୍ତି । ଆଦିଲ ଜଣେ ବ୍ୟବସାୟୀ ଓ ସେ ରାକ୍ଷୀଙ୍କ ଠାରୁ 6 ବର୍ଷ ସାନ । ଦୁହେଁ କୋର୍ଟରେ ବିବାହ କରିଛନ୍ତି । ଅଭିନେତ୍ରୀଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ ବହୁ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେହିପରି ଅନେକ ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.