ETV Bharat / entertainment

Shraddha Kapoor: ରାଣା ଡଗ୍ଗୁବତୀଙ୍କ ସହ ସ୍କ୍ରିନ ସେୟାର କରିବେ ଶ୍ରଦ୍ଧା

author img

By

Published : May 21, 2023, 8:20 PM IST

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଦକ୍ଷିଣ ତାରକା ରାଣା ଡଗ୍ଗୁବତୀଙ୍କ ସହ ନଜର ଆସିଛନ୍ତି । ତେବେ ଏହା ଏକ ଅନଟାଇଟେଲ୍ଡ ଫିଲ୍ମର ଟିଜର ବୋଲି ଜଣାପଡିଛି । ଦେଖନ୍ତୁ ଭିଡିଓ

Etv Bharat
Etv Bharat

ମୁମ୍ବାଇ: ଶ୍ରଦ୍ଧା କପୁର ବଲିଉଡର ଜଣେ ସୁନ୍ଦର ଅଭିନେତ୍ରୀ । ତାଙ୍କ ଅଭିନୟ ସହିତ ପ୍ରଶଂସକମାନେ ମଧ୍ୟ ତାଙ୍କ କ୍ୟୁଟ୍‌ନେସ ପାଇଁ ପାଗଳ । ନିକଟରେ ତୁ ଝୁଟି ମେ ମକ୍କାରରେ ଶ୍ରଦ୍ଧା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବା ପରେ ଏବେ ସାଉଥର ଲୋକପ୍ରିୟ ତାରକା ରାଣା ଡଗ୍ଗୁବତୀଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି । ଏନେଇ ଶ୍ରଦ୍ଧା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ରାଣା ଡଗଗୁବତୀ ତାଙ୍କ ସହ ନଜର ଆସିଛନ୍ତି ।

'ସ୍ତ୍ରୀ' ଅଭିନେତ୍ରୀ ଶ୍ରଦ୍ଧା କପୁର ଇନଷ୍ଟାଗ୍ରାମରେ ସକ୍ରିୟ ରହିଛନ୍ତି । ସେ ତାଙ୍କର ପ୍ରତ୍ୟେକ ଫଟୋକୁ ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଏକ ଅନଟାଇଟେଲ୍ଡ ଫିଲ୍ମର ଟିଜର ବୋଲି ଜଣାପଡିଛି । କ୍ଲେୟର ଜୋନି ପ୍ରେଜେଣ୍ଟସ 'ମୋଷ୍ଟ ୱାଣ୍ଟେଡ୍' ସହ ଭିଡିଓ ଆରମ୍ଭ ହୋଇଛି । ଏହାପରେ ଶ୍ରଦ୍ଧା କପୁର ଏବଂ ରାଣା ଡଗ୍ଗୁବତୀଙ୍କ ଝଲକ ଦେଖିବାକୁ ମିଳିଛି । ଭିଡିଓର ଶେଷରେ ରିଲିଜ୍ ତାରିଖ ମଧ୍ୟ କୁହାଯାଇଛି ଯେଉଁଥିରେ ଲେଖା ଅଛି, 'ଏହା ଜୁନ୍ 1, 2023 ରେ ଦେଶବ୍ୟାପୀ ରିଲିଜ କରିବ'।

ଶ୍ରଦ୍ଧା କପୁର ଏବଂ ରାଣା ଡଗଗୁବତୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ପଚାରୁଛନ୍ତି କି ଏହା ଏକ ଫିଲ୍ମ ନା ଅନ୍ୟ କିଛି ? ଜଣେ ଫ୍ୟାନ୍ ବି ଉଭୟ ତାରକାଙ୍କର ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଏହା ଏକ ଫିଲ୍ମ ନା କ’ଣ ?' ଅନ୍ୟ ଜଣେ ପ୍ରଶଂସକ ଏହି କ୍ଲିପ୍ ସେୟାର କରି ଲେଖିଛନ୍ତି, 'ଶ୍ରଦ୍ଧା କପୁର ଶୋ' ରୋମାଞ୍ଚକର’।

ରାଣା ଡଗଗୁବତୀଙ୍କ ସ୍କ୍ରିନ ସେୟାର କରିବେ ଶ୍ରଦ୍ଧା କପୁର

ଶ୍ରଦ୍ଧା କପୁରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଶ୍ରଦ୍ଧା 'ସ୍ତ୍ରୀ-୨'ରେ ନଜର ଆସିବେ । ଅମର କୌଶିକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଦୀନେଶ ଭାଇଜାନଙ୍କ ଦ୍ୱାରା ନିର୍ମିତ ଏହି ହରର୍-କମେଡି ଫିଲ୍ମ ଆସନ୍ତା ବର୍ଷ ଅଗଷ୍ଟ 31ରେ ରିଲିଜ କରିବ । ହରର୍-କମେଡି ଫିଲ୍ମ 'ସ୍ତ୍ରୀ'ର ପ୍ରଥମ ଭାଗରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀଙ୍କ ଯୋଡି ଚତ୍ମକାର ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ । ଏହି ଫିଲ୍ମଟି ଭାରତରେ 100 କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ସ୍ତ୍ରୀ-2 ଯାହା ପ୍ରଥମ ଭାଗ ରିଲିଜର 6 ବର୍ଷ ପରେ ରିଲିଜ ହେବ । ଏହି ସିକ୍ବେଲରେ ଶ୍ରଦ୍ଧା କପୁର, ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀ ଯଥାକ୍ରମେ ସ୍ତ୍ରୀ, ବିକି ଏବଂ ରୁଦ୍ରଙ୍କ ଭୂମିକାରେ ପୁଣି ଅଭିନୟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.