ETV Bharat / entertainment

Jawan Release Date: ଶାହାରୁଖ ଖାନଙ୍କ 'ଜବାନ୍' କେବେ ହେବ ରିଲିଜ୍, ଜାଣନ୍ତୁ

author img

By

Published : May 5, 2023, 5:26 PM IST

ବଲିଉଡ କିଙ୍ଗ୍‌ ଶାହାରୁଖ ଖାନଙ୍କ ପ୍ରଶଂସକ ପାଇଁ ଖୁସି ଖବର । ଚଳିତ ବର୍ଷ ଅଗଷ୍ଟ 25ରେ ଶାହାରୁଖଙ୍କ ଆଗାମୀ ଫିଲ୍ମ ଜବାନ ରିଲିଜ ହେବ ବୋଲି ଜଣାପଡିଛି । ଏହାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ

ଅଗଷ୍ଟ 25ରେ ଶାହାରୁଖଙ୍କ ଆଗାମୀ ଫିଲ୍ମ ଜବାନ ରିଲିଜ!

ମୁମ୍ବାଇ: ଫିଲ୍ମ 'ପଠାନ' ସହିତ ବକ୍ସ ଅଫିସରେ ଧମାକା କରିବା ପରେ ବଲିଉଡର 'ବାଦଶାହ' ଶାହାରୁଖ ଖାନ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ 'ଯବାନ' ସହ ପୁଣି ପରଦାକୁ ନଜର ଆସିବେ। ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଶାହାରୁଖଙ୍କ ଫ୍ୟାନ୍ସ । ଏହାରି ମଧ୍ୟରେ ବର୍ତ୍ତମାନ ବାରମ୍ବାର ଫିଲ୍ମର ରିଲିଜ ତାରିଖ ବଦଳୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଫ୍ୟାନ୍ସ । ତେବେ ଫିଲ୍ମ ରିଲିଜକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଅଗଷ୍ଟ 25ରେ ଫିଲ୍ମ ରିଲିଜ ହେବ ବୋଲି ସୂଚନା ମିଳିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ଜୁନ୍ 2 ରେ ରିଲିଜ୍ ହେବ ବୋଲି କୁହାଯାଉଥିଲା। କିନ୍ତୁ ଫିଲ୍ମର ଭିଜୁଆଲ୍ ଇଫେକ୍ଟ ସମାପ୍ତ କରିବାକୁ ଫିଲ୍ମର ଟିମକୁ ଆଉ କିଛି ସମୟ ଦରକାର ଥିବାରୁ ଫିଲ୍ମ ରିଲିଜର ତାରିଖ ଖୁଞ୍ଚାଇ ଦିଆଯାଇଛି। ତେବେ ଖୁବ ଶୀଘ୍ର ଫିଲ୍ମ ରିଲିଜ ହେବାର ନୂଆ ତାରିଖ ଘୋଷଣା କରିବେ ନିର୍ମାତା। ସେପଟେ ଫିଲ୍ମର ଫିଲ୍ମର ଅନେକ ରିଲିଜ୍ ତାରିଖ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ନେଇ ଏହି ଫିଲ୍ମ କେବେ ପରଦାରେ ଆସିବ ସେନେଇ ପ୍ରଶଂସକମାନେ ଅସନ୍ତୋଶ ପ୍ରକାଶ କରିଛନ୍ତି। ତେବେ ଅଗଷ୍ଟ 25ରେ ଫିଲ୍ମ ରିଲିଜ କରିବ ବୋଲି କୁହାଯାଉଥିବା ବେଳେ ଏ ପର୍ଯ୍ୟନ୍ତ ନିର୍ମାତାଙ୍କଠାରୁ ଏପର୍ଯ୍ୟନ୍ତ ଫିଲ୍ମ ରିଲିଜକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଅଟଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଜବାନରେ ଶାହରୁଖ ଖାନଙ୍କ ସମେତ ସାଉଥ ଲୋକପ୍ରିୟ ଅଭିନେତ୍ରୀ ନୟନତାରା, ବିଜୟ ସେତୁପତି ଏବଂ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ଏକ ଆକ୍ସନ୍-ଡ୍ରାମା ଫିଲ୍ମ । ତେବେ ଏହା ଜୁନ୍ ମାସରେ ନୁହଁ ବରଂ ଅଗଷ୍ଟରେ ରିଲିଜ କରିବ ବୋଲି କୁହାଯାଉଛି।

ସୂଚନା ଥାଉ କି, ଜୁନ୍‌ଠାରୁ ଅଗଷ୍ଟରେ ବଡ଼ ବଲିଉଡରେ ଧମାକା ହେବାକୁ ଯାଉଛି । ଏହି ମାସରେ ଅନେକ ଫିଲ୍ମର କଡ଼ା ଟକ୍କର ଦେଖିବାକୁ ମିଳିବ । ଜୁନ୍ 29ରେ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ରୋମ-କମ ଫିଲ୍ମ ସତ୍ୟପ୍ରେମ କି କଥା ଏବଂ ଅଗଷ୍ଟ 1 ରେ, ଥାଲାଇଭା ରଜନୀକାନ୍ତଙ୍କ ଫିଲ୍ମ ଜେଲର, ରଣବୀର କପୁର ଏବଂ ରଶ୍ମିକା ମାନ୍ଦନାଙ୍କ ଆନିମଲ ଏବଂ ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଗଦର-2 ରିଲିଜ ହେବ । ଏଥିସହ, ଅଗଷ୍ଟ 25ରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ଡ୍ରିମ୍ ଗାର୍ଲ-୨ ରିଲିଜ କରିବ । ବର୍ତ୍ତମାନ କେଉଁ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ପାଇଁ ଏକ ବଡ଼ ଦ୍ୱନ୍ଦ୍ୱ ହେବାକୁ ଯାଉଛି । ସମସ୍ତ ଫିଲ୍ମର ପାଖାପାଖି ରିଲିଜ୍ କରୁଥିବାରୁ ଏହି ସମସ୍ତ ଫିଲ୍ମର ରୋଜଗାର ଉପରେ ଏକ ବଡ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.