ETV Bharat / entertainment

ଜି ଷ୍ଟୁଡିଓ ଏବଂ ରୟ କପୁର ଫିଲ୍ମସ ବ୍ୟାନରରେ ନୂଆ ଫିଲ୍ମ, ମୁଖ୍ୟ ଭୂମିକାରେ ସାହିଦ କପୁର

author img

By

Published : May 25, 2023, 7:18 PM IST

ଜି ଷ୍ଟୁଡିଓ ଏବଂ ରୟ କପୁର ଫିଲ୍ମ ଦ୍ୱାରା ନିର୍ମିତ ଆଗାମୀ ଆକ୍ସନ୍ ଥ୍ରୀଲର ଫିଲ୍ମରେ ବଲିଉଡ ଅଭିନେତା ସାହିଦ କପୁର ନଜର ଆସିବେ। ଏହି ଫିଲ୍ମକୁ ମାଲାୟାଲମ୍ ନିର୍ଦ୍ଦେଶକ ରୋଶନ ଆଣ୍ଡ୍ରେସ ନିର୍ଦ୍ଦେଶନା ଦେବେ । ଅଧିକ ପଢନ୍ତୁ

ଜି ଷ୍ଟୁଡିଓ ଏବଂ ରୟ କପୁର ଫିଲ୍ମସ ଦ୍ବାରା ନିର୍ମିତ ଆଗାମୀ ଫିଲ୍ମରେ ନଜର ଆସିବେ ସାହିଦ କପୁର

ମୁମ୍ବାଇ: ଜି ଷ୍ଟୁଡିଓ ଏବଂ ରୟ କପୁରଙ୍କ ଆଗାମୀ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ସାହିଦ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ଏକ ସାକ୍ଷାତକାରରେ ନିର୍ମାତାମାନେ ଏହି ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ ସାଲ୍ୟୁଟ୍ ଏବଂ କାୟାମକୁଲମ୍ କୋଚୁତ୍ରୀଙ୍କ ପରି ମାଲାୟାଲମ୍ ବ୍ଲକ୍‌ବଷ୍ଟର ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ରୋଶନ ଆଣ୍ଡ୍ରୁସ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ଏବଂ 2024ରେ ସିନେମାହଲରେ ରିଲିଜ ହେବ ।

ତେବେ ଏହି ଅନଟାଇଟଲ୍‌ଡ ଫିଲ୍ମ ଏକ ହାଇ ପ୍ରୋଫାଇଲ୍ ମାମଲାର ଯାଞ୍ଚ କରୁଥିବା ଜଣେ ବିଦ୍ରୋହୀ ପୋଲିସ୍ ଅଧିକାରୀଙ୍କ କାହାଣୀକୁ ନେଇ ନିର୍ମିତ ହେବ। ଯେତେବେଳେ ସେ ଏହି ମାମଲାରେ ଗଭୀର ଭାବେ ଯାଞ୍ଚ କରନ୍ତି, ସେ ପ୍ରତାରଣା ଓ ବିଶ୍ୱାସଘାତକତାର ପର୍ଦ୍ଦାଫାଶ କରନ୍ତି । ଯାହା ତାଙ୍କୁ ଏକ ବିପଦପୂର୍ଣ୍ଣ ପଥକୁ ନେଇଯାଏ । ସେପଟେ ଫିଲ୍ମକୁ ନେଇ ସାହିଦ କପୁର କହିଛନ୍ତି ଯେ ଆକ୍ସନ୍, ରୋମାଞ୍ଚ, ଡ୍ରାମା ଏବଂ ସସପେନ୍ସରେ ପରିପୂର୍ଣ୍ଣ ଏହି ଫିଲ୍ମରେ କାମ କରିବାକୁ ନେଇ ସେ ଉତ୍ସାହିତ ଅଛନ୍ତି ।

ସାହିଦ ଆହୁରି ମଧ୍ୟ କହିଛନ୍ତି, "ଜି ଷ୍ଟୁଡିଓ ଏବଂ ସିଦ୍ଧାର୍ଥ ରୟ କପୁରଙ୍କ ସହ ସହଯୋଗ କରିବା ଏକ ସୌଭାଗ୍ୟର ବିଷୟ, ଯାହାଙ୍କ ସହ ମୁଁ ପୂର୍ବରୁ ହାଇଦର ଏବଂ କମିନେରେ କାମ କରିଥିଲି । ଆମେ ମଧ୍ୟ ଦୀର୍ଘ ଦିନ ଧରି ଏକାଠି କାମ କରିଛୁ ।" ରୋଶନ ଆଣ୍ଡ୍ରୁଏସ୍ ଜଣେ ଭେଟେରାନ୍ ଚଳଚ୍ଚିତ୍ର ନିର୍ମାତା, ଯାହାର ମାଲାୟାଲମ୍ ଚଳଚ୍ଚିତ୍ର ଫଟୋଗ୍ରାଫି ଚମତ୍କାର ରହିଥିଲା । ଏହାକୁ ନେଇ ସାହିଦ କହିଛନ୍ତି, "ଆମେ ବର୍ତ୍ତମାନ ଅନେକ ମାସ ଏକାଠି ବିତାଇଛୁ ଏବଂ ଏଭଳି ଦମଦାର ସିନେମା ପାଇଁ କାମ କରିବା ଆନନ୍ଦଦାୟକ ହେବ । ମୁଁ ଏହି ଉତ୍ସାହଜନକ, ମନୋରଞ୍ଜନ ଏବଂ ରୋମାଞ୍ଚକର କାହାଣୀକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଅପେକ୍ଷା କରିପାରୁ ନାହିଁ ।"

ସେପଟେ ଆଣ୍ଡ୍ରୁସ୍ କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିବେ ଏବଂ ସେ ଏକ ଅବିଶ୍ୱସନୀୟ ବୃତ୍ତିଗତ ଦଳ ସହ ସହଯୋଗ କରିବାକୁ ଅପେକ୍ଷା କରିଛନ୍ତି । ସେ କହିଛନ୍ତି, "ସାହିଦଙ୍କ ଅତୁଳନୀୟ ଅଭିନୟ, ନିର୍ମାତା ଭାବରେ ସିଦ୍ଧାର୍ଥ ରୟ କପୁରଙ୍କ ପାରଦର୍ଶିତା ଏବଂ ଗ୍ରାଉଣ୍ଡ ବ୍ରେକିଂ ବିଷୟବସ୍ତୁକୁ ଫିଲ୍ମ ନିର୍ମାଣ ପାଇଁ ଜି ଷ୍ଟୁଡିଓର ଚୁକ୍ତି ପ୍ରକୃତରେ ପ୍ରେରଣାଦାୟକ ହେବ ।"

ସେ ଆହୁରି କହିଛନ୍ତି, "ଜଣେ ନିର୍ଦ୍ଦେଶକ ଭାବରେ ମୁଁ ଏକ ଇମର୍ସିଭ୍ ସିନେମାଟିକ୍ ଅନୁଭୂତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯାହା ଦର୍ଶକଙ୍କୁ ଭୟଭୀତ କରିଥାଏ । ମୋର ବିଶ୍ୱାସ ଯେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏହି ପ୍ରୋଜେକ୍ଟର ସମସ୍ତ ଆବଶ୍ୟକୀୟ ଉପାଦାନ ରହିଛି ।" ଜି ଷ୍ଟୁଡିଓର ସିବିଓ ଶାରିକ୍ ପଟେଲ କହିଛନ୍ତି ଯେ ଏହା ପଛରେ ଅବିଶ୍ୱସନୀୟ ନିର୍ଦ୍ଦେଶନା ଏବଂ ଅଭିନୟ ପ୍ରତିଭା ସହ ଏକ ରୋମାଞ୍ଚକର ଯାତ୍ରା ହେବ । ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ବିଭିନ୍ନ ଦିଗ ଉପରେ ସିଦ୍ଧାର୍ଥ ଏବଂ ସାହିଦଙ୍କ ସହ ପୃଥକ ଭାବରେ ଅନେକ ଆଲୋଚନା କରିସାରିଛି । ଜି ଷ୍ଟୁଡିଓ ଉଭୟଙ୍କ ସହ ପ୍ରଥମ ଥର ପାଇଁ ସହଯୋଗ କରୁଛି।"

ରୟ କପୁର ଫିଲ୍ମସର ପ୍ରତିଷ୍ଠାତା ସିଦ୍ଧାର୍ଥ ରୟ କପୁର କହିଛନ୍ତି , "ଏହି ଚଳଚ୍ଚିତ୍ରରେ ସମସ୍ତ ଉପାଦାନ ଅଛି ଯାହା ଏକ ଅବିଶ୍ୱସନୀୟ ଚଳଚ୍ଚିତ୍ର ପାଇଁ ଆବଶ୍ୟକ । "ସାହିଦ ଏବଂ ରୋଶନଙ୍କ ପରି ଦୁଇଜଣ ପ୍ରତିଭାବାନ କଳାକାର ସ୍କ୍ରିନ୍‌ ସେୟାର କରିବେ, ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ । ଜି ଷ୍ଟୁଡିଓର ସହଭାଗିତାରେ ଏହି ଫିଲ୍ମ ନିର୍ମାଣ କିରିବାକୁ ଆମେ ଅପେକ୍ଷା କରିଛୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.