ETV Bharat / entertainment

Bigg Boss OTT2: ହୋଷ୍ଟ କରିବେ ସଲମାନ ଖାନ, ଜାଣନ୍ତୁ କେବେ ଆରମ୍ଭ ହେବ ଶୋ' - ବିଗ୍ ବସ୍ ଓଟିଟି ସିଜନ 2

ବିଗ୍ ବସ୍ ଓଟିଟି ସିଜନ 2ର ହୋଷ୍ଟ କରିବେ ବଲିଉଡ ଭାଇଜାନ ସଲମାନ ଖାନ । ପୂର୍ବରୁ କରଣ ଜୋହର ଏହି ଶୋ'କୁ ହୋଷ୍ଟ କରୁଥିବା ବେଳେ ବର୍ତ୍ତମାନ ସିଜନ 2ରେ ସଲମାନ କରିବେ ହୋଷ୍ଟ । ଜାଣନ୍ତୁ କେବେ ଆରମ୍ଭ ହେବ ଶୋ'

ବିଗ୍ ବସ୍ ଓଟିଟି ସିଜନ 2ର ହୋଷ୍ଟ କରିବେ ବଲିଉଡ ଭାଇଜାନ ସଲମାନ ଖାନ

author img

By

Published : May 12, 2023, 4:13 PM IST

ମୁମ୍ବାଇ : ଭାଇଜାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏଥର ରିଆଲିଟି ଶୋ' ବିଗ୍‌ବସ୍ ଓଟିଟି ସିଜନ 2ରେ ଧମାକା କରିବାକୁ ଯାଉଛନ୍ତି ବଲିଉଡ 'ଭାଇଜାନ' ସଲ୍‌ମାନ୍‌ ଖାନ୍‌ । ପୂର୍ବରୁ ଏହି ଶୋ'କୁ ବଲିଉଡ ଜଣାଶୁଣା ନିର୍ଦ୍ଦେଶକ କରଣ ଜୋହର ହୋଷ୍ଟ କରୁଥିବା ବେଳେ ବର୍ତ୍ତମାନ ସଲମାନ ସିଜନ-2 ଶୋ' ହୋଷ୍ଟ କରିବେ । ଏହି ଖବର ଶୁଣିବା ମାତ୍ରେ ସଲମାନଙ୍କ ଫ୍ୟାନ୍ସ ଏହାକୁ ଦେଖିବାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଶୋ’ର ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ମେ' ଶେଷ ସୁଦ୍ଧା କିମ୍ବା ଜୁନ ପ୍ରଥସ ସପ୍ତାହରେ ଏହା ଓଟିଟିରେ ରିଲିଜ ହେବ ବୋଲି କୁହାଯାଉଛି ।

ଅନେକ ରିୟଲିଟି ଶୋ' ମଧ୍ୟରେ ବିଗ୍‌ବସ୍ ଅନ୍ୟତମ । ବିଗ୍‌ବସ୍ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ଏହାର କ୍ରେଜ୍ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଶୋ’ର କ୍ରେଜ୍ ଦେଖି ନିର୍ମାତାମାନେ ଏହାକୁ ଓଟିଟିରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ବେଶ ଲୋକପ୍ରିୟତା ହାସଲ କରିଥିଲା । ବିଗ୍‌ବସ୍‌ର OTT ପ୍ରଥମ ସିଜନ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ଏବଂ ଶୋ'କୁ ହିଟ୍ କରିଥିଲା ​ । ବର୍ତ୍ତମାନ ବିଗ୍‌ବସ୍ ଓଟିଟିର ଦ୍ୱିତୀୟ ସିଜିନ୍ ଆସିବ ବୋଲି ଜଣାପଡିଛି । OTT ପ୍ରଥମ ସିଜିନ କରଣ ଜୋହର ହୋଷ୍ଟ କରିଥିବା ବେଳେ ବର୍ତ୍ତମାନ ସିଜନ-2ରେ କରଣଙ୍କ ବଦଳରେ ସଲମାନ ଖାନ କରିବେ ଶୋ'ର ହୋଷ୍ଟିଂ। ଏହି ଶୋ' ତିନି ମାସ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି ଏବଂ ଭୁଟ(VOOT)ରେ ହେବ ଷ୍ଟ୍ରିମିଂ ।

ସୂଚନା ଥାଉ କି, 'ବିଗ୍‌ବସ୍ OTT'ର ପ୍ରଥମ ସିଜିନରେ ଦିବ୍ୟା ଅଗ୍ରୱାଲ ବିଜେତା ହୋଇଥିବାବେଳେ ଶମିତା ଶେଟ୍ଟୀ, ରାକେଶ ବାପତ୍, ଜିଶାନ୍ ଖାନ୍, ନିଶାନ୍ତ ଭଟ, ପ୍ରତୀକ ସେହଜପାଲ ଏବଂ ନେହା ଭାସିନ୍ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ସେପଟେ ଶୋ’ର ପ୍ରତିଯୋଗୀମାନଙ୍କ ବିଷୟରେ ଅନେକ ସେଲିବ୍ରେଟିଙ୍କ ନାମ ଭାଇରାଲ ହେବାରେ ଲାଗିଛି । ଏଥିରୁ ବିଗ୍ ବସ୍ 16 ପ୍ରତିଯୋଗୀ ଅର୍ଚ୍ଚନା ଗୌତମଙ୍କ ଭାଇ ଗୁଲଶନ ଗୌତମଙ୍କ ନାଁ ସାମ୍ନାକୁ ଆସୁଛି । ଏଥିସହିତ କଙ୍ଗନା ରାଣାୱତଙ୍କ ଶୋ' ଲକ୍‌ଅପ୍‌ର ବିଜେତା ତଥା ହାସ୍ୟ ଅଭିନେତା ମୁନାୱାର ଫାରୁକି ମଧ୍ୟ ଏହି ଶୋ’ରେ ନଜର ଆସିପାରନ୍ତି ।

ସଲମାନ୍‌ ଖାନ୍‌ଙ୍କ ୱାର୍କ୍‌ ଫ୍ରଣ୍ଟ୍‌ କଥା କହିବାକୁ ଗଲେ, ଏପ୍ରିଲ 21 ଇଦ ଅବସରରେ ଭାଇଜାନଙ୍କ ଅଭିନୀତ ଫିଲ୍ମ କିସି କା ଭାଇ କିସି କା ଜାନ୍‌ ରିଲିଜ କରିଥିଲା । ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ବିଶେଷ କମାଲ କରିପାରିନାହିଁ । ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଅଭିନେତ୍ରୀ ପୂଜା ହେଗଡେ ଏବଂ ସାଉଥ ଅଭିନେତା ଭେଙ୍କଟେଶ ଏବଂ ଶେହନାଜ ଗିଲ, ରାଘବ ଜୁୟାଲ, ପଲକ ତିୱାରୀଙ୍କ ଭଳି ଅନ୍ୟ ଯୁବ କଳାକାର ଅଭିନୟ କରିଛନ୍ତି । ଏଥିସହ ସଲମାନ ଟାଇଗର 3 ପାଇଁ ମଧ୍ୟ ସୁଟିଂ ଆରମ୍ଭ କରିଛନ୍ତି । ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ଟାଇଗର 3ରେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କ ସହ ନଜର ଆସିବେ ସଲମାନ । ଏହି ଫିଲ୍ମ ଚଳିତ ବର୍ଷ ଦିପାବଳୀରେ ରିଲିଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.