ETV Bharat / entertainment

Salaar: ଜନ୍ମଦିନରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ଭେଟି, ସାଲାରର ନୂଆ ପୋଷ୍ଟର ରିଲିଜ

author img

By ETV Bharat Odisha Team

Published : Oct 23, 2023, 4:34 PM IST

୪୪ ବର୍ଷରେ ପାଦ ଥାପିଲେ ପ୍ରଭାସ । ତାଙ୍କ ଜନ୍ମଦିନ ଅବସରରେ ନିର୍ମାତା ପ୍ରଭାସଙ୍କ ଆଗାମୀ ଫିଲ୍ମ ସାଲାରର ନୂଆ ପୋଷ୍ଟର ରିଲିଜ କରିଛନ୍ତି । ପୋଷ୍ଟରରେ ଅଭିନେତାଙ୍କ ଅନେକ ଲୁକ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Salaar: ଜନ୍ମଦିନରେ ପ୍ରଭାସଙ୍କ ଫ୍ୟାନ୍ସ ଙ୍କୁ ଭେଟି, ସାଲାରର ନୂଆ ପୋଷ୍ଟର ରିଲିଜ

ହାଇଦ୍ରାବାଦ: ସାଉଥ ଲୋକପ୍ରିୟ ଅଭିନେତା ପ୍ରଭାସ ଆଜି ତାଙ୍କ ୪୪ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ଅଭିନେତାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପ୍ରଭାସଙ୍କ ଜନ୍ମଦିନରେ ତାଙ୍କ ଆଗାମୀ ଫିଲ୍ମ ସାଲାରର ନୂଆ ପୋଷ୍ଟର ରିଲିଜ କରିଛନ୍ତି ନିର୍ମାତା ଏହି ପୋଷ୍ଟରରେ ପ୍ରଭାସଙ୍କ ନୂଆ ଲୁକ ଦେଖିବାକୁ ମିଳିଛି ।

ହମ୍ବଲ ଫିଲ୍ମସ ଏକ୍ସରେ ସାଲାରର ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟରରେ ପ୍ରଭାସଙ୍କ ଗୋଟିଏ ନୁହେଁ ଅନେକ ଲୁକ ସେୟାର କରି ପ୍ରଭାସଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଗୋଟିଏ ଲୁକରେ ପ୍ରଭାସ ଦୁଇ ହାତରେ ଖଣ୍ଡା ଧରିଥିବା ନଜର ଆସିଛନ୍ତି । ଅନ୍ୟଟିରେ ସେ ରକ୍ତରେ ଭିଜି ଖଣ୍ଡା ଧରିଥିବା ନଜର ଆସିଥିବା ବେଳେ ଆଉ ଗୋଟିଏରେ ସେ ବନ୍ଧୁକ ଧରି ବସିଥିବାର ଦେଖିବାକୁ ମିଳିଛି । ତାଙ୍କର ଏହି ଦମଦାର ଲୁକର ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏବଂ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରୁଛନ୍ତି ।

ପୃଥ୍ବୀରାଜ ସୁକୁମାରନଙ୍କ ପୋଷ୍ଟ
ପୃଥ୍ବୀରାଜ ସୁକୁମାରନଙ୍କ ପୋଷ୍ଟ
ଭେଙ୍କଟେଶ ଦଗ୍ଗୁବତୀଙ୍କ ପୋଷ୍ଟ
ଭେଙ୍କଟେଶ ଦଗ୍ଗୁବତୀଙ୍କ ପୋଷ୍ଟ

ସେପଟେ ପ୍ରଭାସଙ୍କ ଜନ୍ମଦିନରେ ଅଭିନେତା ପୃଥ୍ବୀରାଜ ସୁକୁମାରନ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଭାସଙ୍କ ଏହି ନୂଆ ପୋଷ୍ଟର ସେୟାର କରି ଅଭିନେତାଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ହାପି ବର୍ଥ ଡେ ଅବିଶ୍ବସନୀୟ ଅଭିନେତା ପ୍ରଭାସ । ୨୨ ଡିସେମ୍ବରରେ ମୋ ସାଲାରକୁ ଦେଖିବାକୁ ଅପେକ୍ଷା କରିପାରୁନାହିଁ । ସେହିପରି ଭେଙ୍କଟେଶ ଦଗ୍ଗୁବତୀ ନିଜ ଇନଷ୍ଟାଷ୍ଟୋରୀରେ ପ୍ରଭାସଙ୍କ ଏକ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏବଂ ଲେଖିଛନ୍ତି, ମୁଁ କାମନା କରୁଛି ଏହି ବର୍ଷ ତୁମକୁ ଭଲପାଇବା, ଶାନ୍ତି ଏବଂ ସଫଳତା ମିଳୁ ।

ଏହା ମଧ୍ୟ ପଢନ୍ତୁ: ସାଲାର ରିଲିଜ ପରେ ବିବାହ କରିବେ ପ୍ରଭାସ ! ସମ୍ପର୍କୀୟ କଲେ ଖୁଲାସା

ସୂଚନା ଥାଉ କି, ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର' 22 ଡିସେମ୍ବରରେ ମୁକ୍ତିଲାଭ କରିବ । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ସହ ପ୍ରୀତିରାଜ ସୁକୁମାରନ୍ ଏବଂ ଶ୍ରୁତି ହାସନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ଦକ୍ଷିଣର ସୁପର ଭିଲେନ୍ ଜଗପତି ବାବୁ, ଇଶ୍ୱରୀ ରାଓ, ଶ୍ରୀୟା ରେଡ୍ଡୀ ମଧ୍ୟ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମର ବଜେଟ୍ 400 କୋଟିରୁ ଅଧିକ ହେବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.