ETV Bharat / entertainment

ରାଷ୍ଟ୍ରପତି ଭବନରେ ମୋଦିଙ୍କ ସହ ନଜର ଆସିଲେ ରବିନା ଟଣ୍ଡନ, ଫଟୋ ସେୟାର କଲେ ଝିଅ

author img

By

Published : Apr 11, 2023, 10:35 AM IST

ନିକଟରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଷ୍ଟ୍ରିୟ ଭବନରୁ ଆସିଛି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରବୀନା ଟଣ୍ଡନଙ୍କ ପରିବାରକୁ ନେଇ ଏହି ସମାରୋହର ଫଟୋ। ଦେଖନ୍ତୁ ଫଟୋ,

ପିଏମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନି

ନୂଆଦିଲ୍ଲୀ: ଗତ ଏପ୍ରିଲ 5 ତାରିଖରେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ । କଳା, କ୍ରୀଡା ଏବଂ ସାମାଜିକ କାର୍ଯ୍ୟରେ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କ୍ରମରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାମ ମଧ୍ୟ ତାଲିକାରେ ସାମିଲ ଥିଲା । ଭାରତୀୟ ଫିଲ୍ମ ଜଗତରେ ତାଙ୍କର ଅବଦାନ ରହିଛି, ଏଥିପାଇଁ ଅଭିନେତ୍ରୀଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଏଭଳି ଏକ ସମ୍ମାନରେ ସମ୍ମାନିତ ହେବାପରେ ଫଟୋ ସେୟାର କରି ରବିନା ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପୁରସ୍କାର ବିତରଣ ସମାରୋହରେ ରବିନା ତାଙ୍କ ପରିବାର ସହ ସାମିଲ ହୋଇଥିଲେ । ବର୍ତ୍ତମାନ ଏହି ସମାରୋହର ସୁନ୍ଦର ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳିଛି ।

ରବିନା ଟଣ୍ଡନ ଝିଅ ରାଶା ଥଡାନି ଏହି ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସେୟାର ହୋଇଥିବା ଫଟୋଗୁଡିକ ସହ ରାଶା କ୍ୟାପସନରେ ଲେଖିଛନ୍ତି, 'ଏ ନାଇଟ୍‌ ଟୁ ରିମେମ୍ବର'। ତେବେ ଏହି ଫଟୋ ଗୁଡ଼ିକରେ ପ୍ରଧାନମନ୍ତ୍ରୀଙ୍କ ସହ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋ ଗୁଡ଼ିକରେ ରାଶାଙ୍କ ପିତା ଅନିଲ ଥଡାନି ଏବଂ ଘରର ଅନ୍ୟ ସଦସ୍ୟମାନେ ରହିଛନ୍ତି । ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟରେ ରବିନା ଟଣ୍ଡନ ଏବଂ ରାଶା ଥଡାନୀଙ୍କୁ ତାଙ୍କ ସୁନ୍ଦରତାକୁ ନେଇ ପ୍ରଶଂସା କରିଛନ୍ତି ।

ପଦ୍ମ ପୁରସ୍କାର ବିତରଣ ସମାରୋହରେ ରବିନା ସୁନେଲୀ ଏବଂ ବ୍ଲାକ ଶାଢୀ ସହ ପାରମ୍ପରିକ ଲୁକ୍‌ରେ ନଜର ଆସିଥିବା ବେଳେ ତାଙ୍କ ଝିଅ ରାଶା ବ୍ଲାକ ଏବଂ ହ୍ୱାଇଟ ଲେହେଙ୍ଗାରେ ନଜର ଆସିଥିଲେ । ଏବଂ ସ୍ବାମୀ ଅନିଲ ଥଡାନି ଏବଂ ପୁଅ ବ୍ଲାକ ସୁଟରେ ନଜର ଆସିଥିଲେ । ସେୟାର କରାଯାଇଥିବା ପ୍ରଥମ ଫଟୋରେ ରାଶା ଏବଂ ପିଏମଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି । ଦ୍ବିତୀୟ ଫଟୋରେ ରବୀନା ତାଙ୍କ ପୁଅଝିଅ ଏବଂ ସ୍ବାମୀ ଅନିଲ ଥଡାନୀଙ୍କ ସହ 'ଆରଆରଆର' ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲିଙ୍କ ସହ ପୋଜ୍ ଦେଇଛନ୍ତି । ତୃତୀୟ ଫଟୋରେ ରବିନା ନିଜ ପୁରା ପରିବାର ସହ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଚତୁର୍ଥ ଫଟୋରେ ରାଷ୍ଟ୍ରପତି ଭବନରେ ରବିନା ପୁଅ ଏବଂ ଝିଅ ସହ ନଜର ଆସିଛନ୍ତି । ପ୍ଞ୍ଚମ ଫଟୋରେ ମୋଦି ରବିନାଙ୍କ ପରିବାର ସହ ନଜର ଆସିଛନ୍ତି । ଶେଷରେ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଅଭିନେତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ସୂଚନା ଥାଉ କି, ରାଶା ଏକ ସୁଟ୍-ସାଲୱାରରେ ତାଙ୍କ ମାଆ ରବିନା ଟଣ୍ଡନଙ୍କ ସହ ମନ୍ଦିରରେ ପୂଜା କରିବାକୁ ବାହାରକୁ ଯାଇଥିଲେ । ସେହି ସମୟରେ ପାପାରାଜୀ କ୍ୟାମେରାରେ କଏଦ ହୋଇଥିଲେ ରାଶା । ସେବେଠାରୁ ରାଶା ଲାଇମଲାଇଟରେ ରହି ଆସୁଛନ୍ତି । ରବିନାଙ୍କ ଫ୍ୟାନ୍ସମାନେ ତାଙ୍କ ଝିଅକୁ ତାଙ୍କ ପରି ସୁନ୍ଦର ବୋଲି କୁହନ୍ତି ।

ରବିନାଙ୍କୁ ଶେଷ ଥର ପାଇଁ ସାଉଥର ରକିଂ ଷ୍ଟାର ୟଶଙ୍କ ମେଗା-ବ୍ଲକବଷ୍ଟର ଫିଲ୍ମ 'କେଜିଏଫ-୨'ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା । ରବିନାଙ୍କୁ ରୋମାଣ୍ଟିକ-କମେଡି ଫିଲ୍ମ 'ଘୁଡଚଡି'ରେ ଦେଖିବାକୁ ମିଳିବ । ଯେଉଁଥିରେ ସଞ୍ଜୟ ଦତ୍ତ, ପାର୍ଥ ସମଥାନ ଏବଂ ଖୁଶଲି କୁମାରଙ୍କ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ରବିନା 'ପଟନା ଶୁକ୍ଲା'ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.