ETV Bharat / entertainment

Randeep Hooda: ବୀର ସାବରକର ଭୂମିକା ପାଇଁ 26 କିଲୋ ଓଜନ କମାଇଲେ ଅଭିନେତା - ରଣଦୀପ ହୁଡାଙ୍କ ଆଗାମୀ ଚଳଚ୍ଚିତ୍ର ସ୍ବତନ୍ତ୍ର ବୀର ସାବରକର

ରଣଦୀପ ହୁଡାଙ୍କ ଆଗାମୀ ଚଳଚ୍ଚିତ୍ର ସ୍ବତନ୍ତ୍ର ବୀର ସାବରକର ଫିଲ୍ମର ଟିଜର ରିଲିଜ ହୋଇଛି। ଅଭିନେତା ଏହି ଫିଲ୍ମ ପାଇଁ 26 କିଲୋ ଓଜନ ହ୍ରାସ କରିଛନ୍ତି। 4 ମାସ କେବଳ କ୍ଷୀର ଏବଂ ଖଜରା ଖାଇଛନ୍ତି। ଅଧିକ ପଢନ୍ତୁ

ବୀର ସାବରକର ଭୂମିକା ପାଇଁ 26 କିଲୋ ଓଜନ କମାଇଲେ ରଣଦୀପ ହୁଡା

author img

By

Published : May 29, 2023, 3:55 PM IST

ମୁମ୍ବାଇ: ମେ' 28ରେ ସାବରକରଙ୍କ 140 ତମ ଜନ୍ମ ବାର୍ଷିକୀ ଅବସରରେ ବଲିଉଡ ଅଭିନେତା ରଣଦୀପ ହୁଡାଙ୍କ ଅଭିନୀତ ଚଳଚ୍ଚିତ୍ର ସ୍ବତନ୍ତ୍ର ବୀର ସାବରକର ଟିଜର ରିଲିଜ କରାଯାଇଛି । ସୋସିଆଲ ମିଡିଆରେ ଫିଲ୍ମର ଟିଜର ରିଲିଜ କରିଛନ୍ତି ନିର୍ମାତା । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହି ଚଳଚ୍ଚିତ୍ରରେ ରଣଦୀପ ସାବରକର ଭୂମିକାରେ ନଜର ଆସିବେ । ସାବରକରଙ୍କ ଭଳି ଦେଖାଯିବା ପାଇଁ ରଣଦୀପ 26 କିଲୋ ଓଜନ ହ୍ରାସ କରିଛନ୍ତି ଏବଂ ଚାରିମାସ ପର୍ଯ୍ୟନ୍ତ କେବଳ କ୍ଷୀର ଏବଂ ଖଜରା ଖାଇଛନ୍ତି । ଏନେଇ ଫିଲ୍ମର ନିର୍ମାତା ଏହା ପ୍ରକାଶ କରିଛନ୍ତି ।

  • " class="align-text-top noRightClick twitterSection" data="">

ଏହି ଚଳଚ୍ଚିତ୍ରର ନିର୍ମାତା ଆନନ୍ଦ ପଣ୍ଡିତ ହୋଇଥିବା ବେଳେ ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରଣଦୀପ । ନିକଟରେ ଫିଲ୍ମର ନିର୍ମାତା ଆନନ୍ଦ ପଣ୍ଡିତ ପ୍ରକାଶ କରିଛନ୍ତି ଯେ, ରଣଦୀପ ହୁଡା କିପରି ଫିଲ୍ମରେ ବୀର ସାବରକରଙ୍କ ଭଳି ଦେଖାଯିବା ପାଇଁ 26 କିଲୋ ହ୍ରାସ କରିଛନ୍ତି । ସେ କହିଛନ୍ତି ଯେ, ବିନାୟକ ଦାମୋଦର ସାବରକର ଭୂମିକାରେ ଅଭିନୟ କରିବାକୁ ରଣଦୀପ 26 କିଲୋ ଓଜନ କମାଇଛନ୍ତି । ନିର୍ମାତା କହିଛନ୍ତି, 'ରଣଦୀପ ସାବରକରଙ୍କ ଚରିତ୍ରକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମର ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ସେ ଚାରି ମାସ ପାଇଁ ଗୋଟିଏ ଗ୍ଲାସ୍ କ୍ଷୀର ଏବଂ ଖଜରା ଖାଇ ରହିଥିଲେ। 'କେବଳ ଏତିକି ନୁହେଁ, ସେ ସାବରକର ଭଳି ଦେଖାଯିବା ପାଇଁ ତାଙ୍କ ମୁଣ୍ଡର କେଶ ମଧ୍ୟ ବଢାଇଥିଲେ ।

ସୂଚନା ଥାଉ କି, ରଣଦୀପ ଏହି ଚଳଚ୍ଚିତ୍ରର ଟିଜର ସେୟାର କରି ଲେଖିଛନ୍ତି, 'ଭାରତର କ୍ରାନ୍ତିକାରୀ'। ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ ଏବଂ ଏହାକୁ ନିଜେ ରଣଦୀପ ହୁଡା ନିର୍ଦ୍ଦେଶନା ଦେଇଛନ୍ତି । ରଣଦୀପ ଏହି ଚଳଚ୍ଚିତ୍ରରୁ ତାଙ୍କ ନିର୍ଦ୍ଦେଶକ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ରଣଦୀପ ହୁଡା 'ସରବଜିତ୍' ଚଳଚ୍ଚିତ୍ର ପାଇଁ ନିଜର ଓଜନ ହ୍ରାସ କରିଥିଲେ । ସରବଜିତ୍ ଫିଲ୍ମ 2016 ମେ' 20ରେ ରିଲିଜ କରିଥିଲା। ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସରବଜିତଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଜଣେ ସାଧାରଣ ଚାଷୀ ସରବଜିତ୍ ମଦ୍ୟପାନ କରି ହଠାତ୍ ସୀମା ପାର ହୋଇ ପାକିସ୍ତାନରେ ପହଞ୍ଚିଯାଇଛି । ପରେ ସେଠାରେ ଭାରତୀୟ ଗୁପ୍ତଚର ଭାବରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିିତ କରାଯାଇଛି । ଏପରିକି ତାଙ୍କୁ ସେଠାରେ ମାସ ମାସ ଧରି ନିର୍ଯାତନା ମଧ୍ୟ ଦିଆଯାଉଛି । ସରବଜିତଙ୍କ ଭଉଣୀ ଭାଇକୁ ମୁକ୍ତ କରିବାକୁ ସବୁ ପ୍ରକାର ପ୍ରୟାସ କରୁଛନ୍ତି । ଶେଷରେ ତାଙ୍କୁ ମୁକ୍ତ କରିବାକୁ କୁହାଯାଉଛି। ହେଲେ ସରବଜିତଙ୍କୁ ତାଙ୍କ ଜେଲ୍‌ କୋଠରୀରେ ପାକିସ୍ତାନୀ କଏଦୀମାନେ ଆକ୍ରମଣ କରୁଛନ୍ତି । ଫଳରେ ସେ ଶେଷ ନିଃଶ୍ବାସ ତ୍ୟାଗ କରୁଛନ୍ତି । ଫିଲ୍ମରେ ନିରୀହ ଲୋକଙ୍କ ପ୍ରତି କିପରି ଅତ୍ୟାଚାର ହୋଇଛି ତାହା ଦର୍ଶାଯାଇଛି । ସେହି ସମୟରେ ଏହି ଚଳଚ୍ଚିତ୍ର ବେଶ ଲୋକପ୍ରିୟତା ହାସଲ କରିଥିଲା ଏବଂ ଫିଲ୍ମରେ ରଣଦୀପଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.