ETV Bharat / entertainment

ବଢୁଛି ସେଲିବ୍ରେଟି ବିବାଦ, ଆପତ୍ତିଜନକ ଶବ୍ଦର ବ୍ୟବହାର କରି ପରସ୍ପର ନାଁରେ FIR

author img

By

Published : Nov 11, 2022, 10:44 AM IST

ବଲିଉଡ ସେଲିବ୍ରେଟି ରାକ୍ଷୀ ସାୱନ୍ତ ଏବଂ ଶର୍ଲିନ ଚୋପ୍ରାଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗଣମାଧ୍ୟମରେ ଆଶାଳୀନ ଭାଷା ବ୍ୟବହାର କରିବା ଅଭିଯୋଗ କରି ଦୁହେଁ ଉଭୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

Rakhi Sawant, Sherlyn Chopra file cases against each other for using objectionable language
ବିବାଦରେ ସେଲିବ୍ରେଟି, ଦୁହେଁ ଉଭୟଙ୍କ ବିରୋଧରେ ଥାନାରେ ଦେଲେ ଏତଲା

ମୁମ୍ବାଇ: ବଲିଉଡ 'ଡ୍ରାମା କୁଇନ' ରାକ୍ଷୀ ସାୱନ୍ତ ଏବଂ ଶର୍ଲିନ ଚୋପ୍ରାଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆପତ୍ତିଜନକ ଭାଷାରେ ଗାଳି ଗୁଲଜ କରିବା ଅଭିଯୋଗ କରି ରାକ୍ଷୀ ଓ ଶର୍ଲିନ ଉଭୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଶର୍ଲିନ ଚୋପ୍ରାଙ୍କ ଅଭିଯୋଗ ଆଧାରରେ ରାକ୍ଷୀ ଏବଂ ତାଙ୍କ ଓକିଲ ଫାଲଗୁନି ବ୍ରହ୍ମାଭଟ୍ଟଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଥିବା ମୁମ୍ବାଇ ପୋଲିସ ସୂଚନା ଦେଇଛି ।

ଉଭୟଙ୍କ ବିରୋଧରେ ଆଇପିସି ବିଭାଗ 354A, 500, 504, 509 ଏବଂ ଆଇଟି ଆକ୍ଟ 67A ଅଧୀନରେ ଏକ ଏଫଆଇଆର ଦାଖଲ କରାଯାଇଛି । ଗତ କିଛି ଦିନ ପୂର୍ବରୁ ଅଭିଯୋଗ ଆସିଥିଲା ଯେ, "ଏକ ସାମ୍ବାଦିକ ସମ୍ମିଳନୀରେ ରାକ୍ଷୀ ଏବଂ ତାଙ୍କ ଓକିଲ ଶର୍ଲିନ ଚୋପ୍ରାଙ୍କ 2ଟି ଆପତ୍ତିଜନକ ଭିଡ଼ଓ ଦେଖାଇ ତାଙ୍କ ବିରୋଧରେ ଖରାପ ଭାଷା ବ୍ୟବହାର କରି ଭଲମନ୍ଦ କହିଥିଲେ । ଅପରପକ୍ଷେ ରାକ୍ଷୀ ମୁମ୍ବାଇର ଓଶିୱାରା ଥାନାରେ ଶର୍ଲିନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେ ବାରମ୍ବାର ପ୍ରେମିକ ବଦଳାଉଛନ୍ତି ବୋଲି ଶର୍ଲିନ ଗଣମାଧ୍ୟମରେ କହିଥିବା ରାକ୍ଷୀ ଅଭିଯୋଗ କରିଛନ୍ତି ।

ରାକ୍ଷୀ ପୋଲିସକୁ କହିଛନ୍ତି ଯେ, "ଶର୍ଲିନ ଚୋପ୍ରା ଗତ 6 ତାରିଖରେ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲୋ । ଯେଉଁଥିରେ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଅଶାଳୀନ ଭାଷା ବ୍ୟବହାର କରିଥିଲେ ।" ଅଭିଯୋଗ ଆଧାରରେ ଓଶିୱାରା ଥାନା ପୋଲିସ ଆଇପିସି ଧାରା 500, 504,506 ଏବଂ 509 ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି ।

ସୂଚନା ଥାଉକି, ଶର୍ଲିନ ଚୋପ୍ରା ସାଜିଦ ଖାନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ବିଗ ବସରେ ଏଣ୍ଟ୍ରି କରାଇବା ନେଇ ପ୍ରଶ୍ନ ଉଠାଇଥିଲେ । ସାଜିଦଙ୍କୁ ସମର୍ଥନ କରିବାକୁ ଯାଇ ରାକ୍ଷୀ ଏବଂ ଶର୍ଲିନଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ସମୟରେ ଦୁହେଁ ଗଣମାଧ୍ୟମ ତଥା ସୋସିଆଲ ମିଡ଼ିଆରେ ଭଉୟଙ୍କ ବିରୋଧରେ ବିବଦୀୟ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.