ETV Bharat / entertainment

Ponniyin Selvan 2 box office colletion day 4: ବିଶ୍ବସ୍ତରରେ 200 କୋଟି କ୍ଲବ୍‌ରେ ସାମିଲ ହେଲା ଫିଲ୍ମ

author img

By

Published : May 2, 2023, 12:34 PM IST

ପୋନିୟିନ୍ ସେଲଭାନ୍-2 ଫିଲ୍ମ ରିଲିଜର 4ର୍ଥ ଦିନ ଅର୍ଥାତ୍ ସୋମବାର ସଫଳତା ହାସଲ କରିଛି। ଏହି ଫିଲ୍ମ ସାରା ବିଶ୍ବରେ 200 କୋଟିରୁ ଅଧିକ ବ୍ୟବସାୟ କରି ରେକର୍ଡ ସୃଷ୍ଟି କରିଛି। ଫିଲ୍ମର ସଫଳତା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଫିଲ୍ମ ନିର୍ମାତା। ଅଧିକ ପଢନ୍ତୁ,

ବିଶ୍ବସ୍ତରରେ 200 କୋଟି କ୍ଲବରେ ସାମିଲ ହେଲା ଫିଲ୍ମ ପୋନିୟିନ୍ ସେଲଭାନ୍-2

ହାଇଦ୍ରାବାଦ: ବକ୍ସ ଅଫିସରେ ଭଲ ଆୟ କରୁଛି ମଣି ରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ ପୋନିୟିନ୍ ସେଲଭାନ୍-2 । ଫିଲ୍ମ ବର୍ତ୍ତମାନ ବିଶ୍ୱସ୍ତରରେ 200କୋଟି କ୍ଲବରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛି । ଏହି ଫିଲ୍ମ ବିଶ୍ବ ବକ୍ସ ଅଫିସରେ 3 ଦିନରେ 150 କୋଟି ଆୟ କରିଥିବା ବେଳେ 4ର୍ଥ ଦିନ ମଧ୍ୟରେ 200 କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି। ତେବେ ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ଫିଲ୍ମର ସଫଳତା ନେଇ ସୂଚନା ଦେଇଛନ୍ତି।

ଫିଲ୍ମ ନିର୍ମାତା ଇନଷ୍ଟାଗ୍ରାମରେ ସାରା ବିଶ୍ବରେ ଫିଲ୍ମ 200 କୋଟିରୁ ଅଧିକ ଆୟ କରିଥିବା ନେଇ ସୂଚନା ଦେଇଛନ୍ତି । ଯାହାକୁ ଫ୍ୟାନ୍ସ ଲାଇକ୍‌ କରିବା ସହ ଫିଲ୍ମର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ତେବେ ସାରା ବିଶ୍ବରେ ରିଲିଜର ମାତ୍ର 4ଦିନ ମଧ୍ୟରେ ଏହି ଫିଲ୍ମ 200 କୋଟିରୁ ଅଧିକ ଆୟ କରିଛି । ଘରୋଇ ବକ୍ସ ଅଫିସରେ 100କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

ସୂଚନା ଅନୁସାରେ, ଘରୋଇ ବକ୍ସ ଅଫିସରେ ଏହାର ପ୍ରଥମ ତିନି ଦିନରେ ଏହି ଔପନ୍ୟାସିକ ଡ୍ରାମା ଫିଲ୍ମ 80 କୋଟି ଟଙ୍କା ଆୟ କରିଥିବା ବେଳେ ବର୍ତ୍ତମାନ ଚତୁର୍ଥ ଦିନରେ 24 କୋଟି ଟଙ୍କା ରୋଜଗାର କରିଛି। ଏହାସହ ଫିଲ୍ମଟି ଆନୁଷ୍ଠାନିକ ଭାବେ 100 କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ବର୍ତ୍ତମାନ ଫିଲ୍ମଟି ଘରୋଇ ବକ୍ସ ଅଫିସରେ ମୋଟ 105.02 କୋଟି ଟଙ୍କା କଲେକ୍ସନ କରିଛି । ବର୍ତ୍ତମାନ ବିଶ୍ବ ବକ୍ସ ଅଫିସରେ 200 କୋଟିରୁ ଅଧିକ ବ୍ୟବସାୟ କରିଛି ।

ଏପ୍ରିଲ 28ରେ 'ପୋନିୟିନ୍ ସେଲଭାନ୍ ୨' ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲାମ ଭାଷାରେ ରିଲିଜ କରିଥିଲା । ତେବେ ଦେଶର ତାମିଲ ଭାଷାଭାଷୀ ଅଞ୍ଚଳରେ PS 2କୁ ଭଲ ରେସପନ୍ସ ମିଳିଛି । ସୋମବାର ଏହି ଅଞ୍ଚଳ ଗୁଡିକରେ 58.04% ସ୍କ୍ରିନ୍‌ ଅଧିକାର କରିଛି ଫିଲ୍ମ । ସେହିପରି ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଏହି ଫିଲ୍ମର 14.21% ସ୍କ୍ରିନ୍‌ରେ ଚାଲିଛି । ତେଲୁଗୁ ଏବଂ ମାଲାୟାଲମ୍ ଦର୍ଶକଙ୍କ ସଂଖ୍ୟା 25.66% ରହିଛି ।

ସେପଟେ ଫିଲ୍ମର ସଫଳତା ନେଇ ଏହି ଫିଲ୍ମଟି ସୋମବାର ଫିଲ୍ମ ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ କହିଛନ୍ତି ଯେ, ଏହି ଫିଲ୍ମ ତାମିଲର 2ଟି ବଡ଼ ଫିଲ୍ମ ବିଷ୍ଟ ଏବଂ ଭରିସୁଙ୍କ ରୋଜଗାରକୁ ଅତିକ୍ରମ କରିବ । ସେ ଟ୍ବିଟରରେ Ponniyin Selvan ହ୍ୟାସଟ୍ୟାଗ୍ କରି କହିଛନ୍ତି ଯେ, "ଆଜି ପୋନିୟିନ୍ ସେଲଭାନ୍-2 ବିଷ୍ଟ (153.64cr) ଏବଂ ଭରିସୁ (195.20 cr)ର ଆୟକୁ ଅତିକ୍ରମ କରିବ ।"

ସୂଚନା ଥାଉ କି, ଫିଲ୍ମ ନିର୍ମାତା ମଣି ରତ୍ନମ ଏହି ଫିଲ୍ମର ପ୍ରଥମ ଏବଂ ଦ୍ବିତୀୟ ଭାଗର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ଅରୁଲମୋଜି ବର୍ମନ ଏବଂ ଚୋଳ ସାମ୍ରାଜ୍ୟର ସର୍ବଶ୍ରେଷ୍ଠ ଶାସକ ରାଜା ଚୋଳ ହେବାର ଯାତ୍ରାକୁ ନେଇ ନିର୍ମିତ ହୋଇଛି । ଫିଲ୍ମର କାହାଣୀକୁ କାଲ୍କିଙ୍କ ଉପନ୍ୟାସରୁ ନେଇ ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ବିକ୍ରମଙ୍କ ସମେତ ତ୍ରିଶା, କାର୍ତ୍ତି ଏବଂ ଜୟମ ରବି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ସହ ବର୍ତ୍ତମାନ କୈଣସି ଫିଲ୍ମର ପ୍ରତିଯୋଗିତା ନଥିବା ବେଳେ ଖୁବଶୀଘ୍ର ଏହି ଫିଲ୍ମ ବକ୍ସ ଅଫିସରେ 1000 କୋଟି କ୍ଲବରେ ସାମିଲ ହୋଇ ଇତିହାସ ରଚିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.