ETV Bharat / entertainment

ବକ୍ସ ଅଫିସରେ ପୋନିୟିନ୍ ସେଲଭାନର ଯାଦୁ, ପ୍ରଥମ ସପ୍ତାହରେ କଲାଣି 150 କୋଟିର ଆୟ

author img

By

Published : May 1, 2023, 1:41 PM IST

ଦର୍ଶକଙ୍କ ମନ ଜିତୁଛି ପୋନିୟିନ୍ ସେଲଭାନ୍ 2 । ଫିଲ୍ମଟି କେବଳ ଘରୋଇ ବକ୍ସ ଅଫିସରେ ଭଲ ନୁହେଁ ବରଂ ଆନ୍ତଃର୍ଜାତୀୟ ବଜାରରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମଟି ମାତ୍ର 3 ଦିନ ମଧ୍ୟରେ ସାରା ବିଶ୍ବରେ 150 କୋଟିରୁ ଅଧିକ ଆୟ କରିଛି । ଅଧିକ ପଢନ୍ତୁ

3 ଦିନ ମଧ୍ୟରେ ସାରା ବିଶ୍ବରେ 150 କୋଟିରୁ ଅଧିକ ଆୟ କଲାଣି ପୋନିୟିନ୍ ସେଲଭାନ

ହାଇଦ୍ରାବାଦ: ଏପ୍ରିଲ 28ରେ ରିଲିଜ କରିଥିବା ପୋନିୟିନ୍ ସେଲଭାନ୍ 2 ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ରିଲିଜର 3 ଦିନ ମଧ୍ୟରେ ଫିଲ୍ମ ବିଶ୍ବ ବକ୍ସ ଅଫିସରେ 150 କୋଟି ଟଙ୍କାର ଆୟ କରିସାରିଲାଣି । ବିକ୍ରମ ଏବଂ ଐଶ୍ବର୍ଯ୍ୟାଙ୍କ ଅଭିନୀତ ଏହି ଫିଲ୍ମଟି ପ୍ରଥମ ଦିନରେ 32 କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ବର୍ତ୍ତମାନ 150 କୋଟିରୁ ଅଧିକ ରୋଜଗାର କରିଛି । ତେବେ ଆଗାମୀ ଦିନରେ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିପାରେ ବୋଲି କୁହାଯାଉଛି ।

ମଣି ରତ୍ନାମଙ୍କ ନିର୍ଦ୍ଦେଶିତ ଐତିହାସିକ ଏପିକ୍ ଡ୍ରାମା ଫିଲ୍ମ ପୋନିୟିନ୍ ସେଲଭାନର ଦ୍ବିତୀୟ ଭାଗ ସିନେମାରେ ସଫଳତାର ସହ ଚାଲିଛି । ଏବଂ ଏହି ଫିଲ୍ମ ସାରା ବିଶ୍ବରେ 150 କୋଟିରୁ ଅଧିକ ଆୟ କରିଥିବା ଜଣାପଡିଛି । ଗତକାଲି ସୋସିଆଲ ମିଡିଆରେ ଫିଲ୍ମ ନିର୍ମାତାମାନେ ଫିଲ୍ମର ଏହି ସଫଳତା ନେଇ ସୂଚନା ଦେଇଥିଲେ । ଟ୍ରେଡ ଆନାଲିଷ୍ଟ ରମେଶ ବାଲା ଟ୍ବିଟ କରି କହିଛନ୍ତି ଯେ, ଫିଲ୍ମ ରିଲିଜ୍ ହେବାର ତିନି ଦିନ ମଧ୍ୟରେ 150 କୋଟି ଟଙ୍କା ରୋଜଗାର କରିଛି । ଏଥିସହ ଅନ୍ତଃର୍ଜାତୀୟ ବଜାରରେ ଏହି ଫିଲ୍ମ ଉତ୍ତର ଆମେରିକାରେ ଅତ୍ୟନ୍ତ ଭଲ ଚାଲିଛି । ତେବେ ଆଜି, 200 କୋଟିରୁ ଅଧିକ ଆୟ କରିବ ବୋଲି ଅନୁମାନ କରାଯାଉଛି ।

'ପୋନିୟିନ୍ ସେଲଭାନ୍ ୨' ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲାମ ଭାଷାରେ ରିଲିଜ ହୋଇଥିଲା । ଏହି ଫିଲ୍ମଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ବିକ୍ରମ, ତ୍ରିଶା, କାର୍ତ୍ତି ଏବଂ ଜୟମ ରବି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆଗାମୀ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ 1000 କୋଟି ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । 2021 ମସିହା ସେପ୍ଟେମ୍ବର 30ରେ ରିଲିଜ କରିଥିବା ଫିଲ୍ମର ପ୍ରଥମ ଭାଗ 'ପୋନିୟିନ୍ ସେଲଭାନ୍ 1' ପ୍ରଥମ 3 ଦିନରେ 230 କୋଟି ଟଙ୍କା ଆୟ କରିଥିଲା । ତେବେ ଦ୍ବିତୀୟ ଭାଗ ପ୍ରଥମ ଭାଗ ଅପେକ୍ଷା କମ ଆୟ କରିଥିବା ବେଳେ ଆଗାମୀ ଦିନରେ ଭଲ ଆୟ କରି ପ୍ରଥମ ଭାଗର ରେକର୍ଡ ଭାଙ୍ଗିପାରେ ବୋଲି କୁହାଯାଉଛି ।

ସୂଚନା ଥାଉକି, ଫିଲ୍ମ ନିର୍ମାତା ମଣି ରତ୍ନମ ପ୍ରଥମ ଏବଂ ଦ୍ବିତୀୟ ଭାଗର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ଅରୁଲମୋଜି ବର୍ମନ ଏବଂ ଚୋଳ ସାମ୍ରାଜ୍ୟର ସର୍ବଶ୍ରେଷ୍ଠ ଶାସକ ରାଜା ଚୋଳ ହେବାର ଯାତ୍ରାକୁ ନେଇ ନିର୍ମିତ ହୋଇଛି । ଫିଲ୍ମର କାହାଣୀକୁ କାଲ୍କିଙ୍କ ଉପନ୍ୟାସରୁ ନେଇ ପ୍ରସ୍ତୁତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.