ETV Bharat / entertainment

କାରରେ ଚଢିବା ବେଳେ ଖସିଲା ନିଶାଙ୍କ ପାଦ, ଟ୍ରୋଲ କଲେ ଫ୍ୟାନ୍ସ

author img

By

Published : Aug 17, 2023, 5:02 PM IST

ଅଜୟ ଦେବଗନଙ୍କ ଝିଅ ନିଶା ଦେବଗନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କାର ଭିତରକୁ ଯିବାବେଳେ ତାଙ୍କ ପାଦ ଖସି ଯାଇଥିଲା । ବର୍ତ୍ତମାନ ଏନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ

କାରରେ ଚଢିବା ବେଳେ ଖସିଲା ନିଶାଙ୍କ ପାଦ, ଟ୍ରୋଲ କଲେ ଫ୍ୟାନ୍ସ
କାରରେ ଚଢିବା ବେଳେ ଖସିଲା ନିଶାଙ୍କ ପାଦ, ଟ୍ରୋଲ କଲେ ଫ୍ୟାନ୍ସ

ହାଇଦ୍ରାବାଦ: ବଲିଉଡ୍‌ରୁ ଦୂରେଇ ରହିଥିଲେ ସୁଦ୍ଧା ଆଜିକାଲି ନିଜ ସାଥୀଙ୍କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ଅଜୟ ଦେବଗନଙ୍କ ଝିଅ ନିଶା ଦେବଗନ । ନିଶାଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥାଏ । କେତେବେଳେ ସେ ନିଜ ସାଥୀଙ୍କ ସହ ସମୟ ବିତାଉଥାନ୍ତି ତ କେତେବେଳେ ପାର୍ଟିରେ ସ୍ପଟ୍‌ ହୋଇଥାନ୍ତି । ବର୍ତ୍ତମାନ ନିଶାଙ୍କ ଆଉ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ଭିଡିଓରେ ସେ କାର୍‌ ଭିତରକୁ ଯିବାବେଳେ ତାଙ୍କ ପାଦ ଖସି ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁର୍ଜସ ତାଙ୍କୁ ଟ୍ରୋଲ୍‌ କରିଛନ୍ତି ।

ଏହି ଭାଇରାଲ ଭିଡିଓ ପ୍ରସିଦ୍ଧ ଇଣ୍ଡୋ-କାନାଡିଆନ ଗାୟକ ତଥା ରାପର୍‌ ଏପି ଢିଲୋଙ୍କ ପାର୍ଟିରୁ ଆସିଛି, ଯେଉଁଠାରେ ନିଶା ଗ୍ରାନ୍ ଟପ୍ ଏବଂ ହ୍ବାଇଟ୍ ପ୍ୟାଣ୍ଟ୍‌ରେ ନଜର ଆସିଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ନିଶା କାର ଭିତରକୁ ଯାଉଥିବା ବେଳେ ଗୋଡ଼ ଉଠାଇବା ସମୟରେ ଖସି ଯାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ନିଶାଙ୍କୁ ଟ୍ରୋଲ୍‌ କରିଛନ୍ତି । ଏବଂ ଅନେକ କମେଣ୍ଟ୍‌ ଦେଉଛନ୍ତି । ଜଣେ ଲେଖିଛନ୍ତି, ଏତେ କାହିଁକି ମଦ୍ୟପାନ କରୁଛ ? ଆଉ ଜଣେ ଲେଖିଛନ୍ତି, ସେ ସବୁବେଳେ ମଦ୍ୟପାନ କରୁଛନ୍ତି । ଆଉ ଜଣେ ଲେଖିଛନ୍ତି, ଇଏ ତ ସବୁବେଳେ ନିଶାରେ ରୁହନ୍ତି ।

ଏହା ମଧ୍ୟ ପଢନ୍ତୁ: ତଥାକଥିତ ପୁରୁଷବନ୍ଧୁଙ୍କ ସହ ବିଦେଶରେ ନ୍ୟାସା ଦେବଗନ, ଭାଇରାଲ ହେଉଛି ଫଟୋ

ସୂଚନା ଥାଉକି, ନିଶା ଦେବଗନ୍ ସୋସିଆଲ ମିଡିଆରେ ମଧ୍ୟ ବେଶି ଆକ୍ଟିଭ୍ ରୁହନ୍ତି ନାହିଁ । ପପୁଲାର ଷ୍ଟାରକିଡ୍‌ଙ୍କ ଲିଷ୍ଟରେ ସାମିଲ ରହିଥିବାରୁ, ତାଙ୍କର ମଧ୍ୟ ବେଶ ଭଲ ଫ୍ୟାନ୍‌ ଫଲୋଇଂ ରହିଛନ୍ତି । କେବଳ ଏତିକି ନୁହେଁ, ନିଶା ଦେବଗନ୍‌ ଅଚାନକ ଭାବେ ସୁନ୍ଦରୀ ଓ ଆକର୍ଷଣୀୟ ଦେଖାଯିବା ପରେ ସୋସିଆଲ୍‌ ମିଡିଆରେ ତାଙ୍କୁ ନେଇ ରୀତିମତ ଚର୍ଚ୍ଚା ଲାଗି ରହୁଥିଲା । ମାତ୍ର ନିଶା ଏବେ ତାଙ୍କର ପାଠପଢା ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ସେ ଫିଲ୍ମରେ ଡେବ୍ୟୁ କରିବାକୁ ନେଇ ଏଯାଏଁ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ନିଶା ଦେବଗନ୍ ବେଦାନ୍ତ ମହାଜନଙ୍କୁ ଡେଟ୍ କରୁଛନ୍ତି । ପାର୍ଟିରେ ନିଶା ଏବଂ ବେଦାନ୍ତଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ବେଦାନ୍ତ ଲଣ୍ଡନ ଏବଂ ମୁମ୍ବାଇରେ ପାର୍ଟି ହୋଷ୍ଟ କରିବା ପାଇଁ ଜଣାଶୁଣା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.