ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ଆଜି ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଆଜିର ଏହି ବିଶେଷ ଦିନକୁ ଆହୁରି ବିଶେଷ କରିବାକୁ ଫ୍ୟାନ୍ସ ପରିବାର ସଦସ୍ୟଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଉଭୟଙ୍କୁ ରଣବୀରଙ୍କ ଶାଶୁ ସୋନି ଆଶୀର୍ବାଦ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ।
ସୋନି ନିଜ ଇନଷ୍ଟାଗ୍ରାମରେ ରଣବୀର ଏବଂ ଆଲିଆଙ୍କ ବିବାହ ସମୟର ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡିକୁ ସେୟାର୍ କରି ସୋନି ଉଭୟଙ୍କୁ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଗତ ବର୍ଷ ଏହି ଦିନ ତୁମେ ଭଲ ଏବଂ ଖରାପ, ସବୁ ସମୟରେ ପରସ୍ପର ସହ ରହିବାକୁ ପ୍ରତିଜ୍ଞା କରିଥିଲ । ଉଭୟଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା । ତୁମ ଦୁହିଁଙ୍କ ଆଗାମୀ ଯାତ୍ରା ଶୁଭ ହେଉ ।'' ସେୟାର କରାଯାଇଥିବା ବିବାହ ସମୟର ଏହି ଫଟୋରେ ରଣବୀର ଏବଂ ଆଲିଆ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଏବଂ ଉଭୟ ନିଜ ବିବାହକୁ ବେଶ ଉପଭୋଗ କରିଥିବା ମଧ୍ୟ ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ସେପଟେ ଏହି କ୍ୟୁଟ ଯୋଡିଙ୍କ ବିଶେଷ ଦିନରେ ଆଲିଆ ଭଟ୍ଟଙ୍କ ଶାଶୁ ନୀତୁ ସିଂ ମଧ୍ୟ ଶୁଭେଚ୍ଛା ସହ ଆଶୀର୍ବାଦ ଦେଇଛନ୍ତି । ନୀତୁ ନିଜ ଇନଷ୍ଟା ଷ୍ଟୋରୀରେ ରଣବୀର ଏବଂ ଆଲିଆଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ସୁନ୍ଦର ଦମ୍ପତିଙ୍କ ଏବଂ ମୋ ହାର୍ଟବିଟ୍ସଙ୍କୁ ପ୍ରଥମ ବିବାହ ବାର୍ଷିକୀ ଶୁଭେଚ୍ଛା । ଉଭୟଙ୍କୁ ମୋର ଭଲପାଇବା ଏବଂ ଆଶୀର୍ବାଦ।
ସେହିପରି ଆଲିଆ ଭଟ୍ଟଙ୍କ ନଣନ୍ଦ ରିଦ୍ଧିମା କପୁର ସାହନି ମଧ୍ୟ ଭାଇ-ଭାଉଜଙ୍କୁ ବହୁତ ଭଲପାଇବା ସହ ପ୍ରଥମ ବିବାହ ବାର୍ଷିକୀରେ ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି । ରିଦ୍ଧିମା ମଧ୍ୟ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ରାହାର ମା' ଏବଂ ବାପାଙ୍କୁ ଶୁଭ ବିବାହ ବାର୍ଷିକୀ । ସେପଟେ ଫ୍ୟାନ୍ସ ମଧ୍ୟ ଉଭୟଙ୍କ ପ୍ରଥମ ବିବାହ ବାର୍ଷିକୀରେ ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି ।
ସୂଚନା ଥାଉ କି, ବିବାହ ବାର୍ଷିକୀ ପାଳନ ପାଇଁ ଅଭିନେତା ରଣବୀର କପୁର ନିଜ କାମ ଛାଡି ଘରକୁ ଆସିଛନ୍ତି । ଏବଂ ଗତକାଲି ସନ୍ଧ୍ୟାରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତାଙ୍କୁ ଦେଖିବାକୁ ମିଳିଥିଲା । ବଲିଉଡର ଏହି ତାରକା ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ଗତ ବର୍ଷ ଏପ୍ରିଲ 14 (2022)ରେ ବିବାହ କରିଥିଲେ । ଏବଂ ସେହି ବର୍ଷ ନଭେମ୍ବର 6ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କୁ ସ୍ୱାଗତ କରିଥିଲେ ।