ETV Bharat / entertainment

ମେ' ୬ରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାଶନ ଶୋ', ରାମ୍ପ୍‌ରେ ଚାଲିବେ ବରିଷ୍ଠ ନାଗରିକ

author img

By

Published : Apr 21, 2023, 6:27 PM IST

ଆସନ୍ତା ମେ ୬ରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାଶନ ଶୋ' ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ରାମ୍ପ୍‌ରେ ଚାଲିବେ ବରିଷ୍ଠ ନାଗରିକ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ମେ ୬ରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାଶନ ଶୋ

ଭୁବନେଶ୍ବର: ଆସନ୍ତା ମେ ୬ରେ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ଫ୍ୟାଶନ ଶୋ ୨୦୨୩ ଅନୁଷ୍ଠିତ ହେବ । ଏଥର ରାମ୍ପ୍‌ରେ ଚାଲିବେ ବରିଷ୍ଠ ନାଗରିକ । ଏହି କାର୍ଯ୍ୟକ୍ରମ ଉତ୍କଳକନିକା ଗ୍ୟାଲେରିଆ ମଲ୍‌ ଦ୍ବାରା ଆୟୋଜିତ ମେଗା ଫ୍ୟାସନ ଶୋ'ର ତୃତୀୟ ସଂସ୍କରଣ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଫ୍ୟାସନ ଷ୍ଟାଇଲକୁ ଅଧିକରୁ ଅଧିକ ଲୋକମାନଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି ।

ତେବେ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ଫ୍ୟାଶନ ଶୋ' ନେଇ ଉତ୍କଳକନିକା ଗ୍ୟାଲେରିଆ ମଲ'ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ ସୂଚନା ଦେଇଥିଲେ । ଆଜି ‘ମଲ୍‌’ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଚଳିତ ବର୍ଷ ଏହି ଶୋ'ରେ ତିନୋଟି ବର୍ଗ ରଖାଯାଇଛି । ମିଷ୍ଟର ଏବଂ ମିସ୍ ଜୁନିଅର୍‌, ମିଷ୍ଟର ଏବଂ ମିସ୍ ସିନିଅର୍ ଏବଂ ବରିଷ୍ଠ ନାଗରିକ । ତେଣୁ ଏଥର ଶୋ'ର ମୁଖ୍ୟ ଆକର୍ଷଣ ସାଜିବେ ବରିଷ୍ଠ ନାଗରିକ । ମିଷ୍ଟର ଏବଂ ମିସ୍ ଜୁନିଅର ଉତ୍କଳ ପାଇଁ ବୟସ ସୀମା ୬ରୁ ୧୪ ଏବଂ ମିଷ୍ଟର ଏବଂ ମିସ୍ ଉତ୍କଳ ସିନିଅର୍ ଲାଗି ବୟସ ସୀମା ୧୮ରୁ ୨୭ ପର୍ଯ୍ୟନ୍ତ ରଖାଯାଇଛି । ଓଡ଼ିଶା ବୁଣାକାରଙ୍କ ହାତ ତିଆରି ପୋଷାକ ପିନ୍ଧି ବରିଷ୍ଠ ନାଗରିକମାନେ ରାମ୍ପରେ ଚାଲିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଆମେ ଏହି ପ୍ରୟାସ ଆରମ୍ଭ କରିଛୁ । ଯେଉଁଥିରେ ଫ୍ୟାସନ ଶୋ' ମାଧ୍ୟମରେ ଲୋକେ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବେ । ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଓଡ଼ିଶାର ବୁଣାକାରଙ୍କ ପ୍ରସ୍ତୁତ ପୋଷାକ ପିନ୍ଧି ନିଜର କଳା ପ୍ରଦର୍ଶନ କରିବା ଦ୍ୱାରା ବୁଣାକାର ମାନଙ୍କର ପ୍ରଚାରପ୍ରସାର ସହ କାରିଗରୀ ଦେଖିବେ ଲୋକେ। ଏବଂ ଏହା ବରିଷ୍ଠ ନାଗରିକଙ୍କୁ ଏକ ନିଆରା ଅନୁଭୂତି ଆଣିଦେବ ।

ସେପଟେ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଲୋକପ୍ରିୟ ଓଡିଶୀ ଗୁରୁ ଶାଶ୍ୱତ ଯୋଶୀ କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ମଧ୍ୟ ଫ୍ୟାସନ ଜ୍ଞାନ ରହିଛି। ସେମାଙ୍କର ବି କଳା ନୈପୁଣତା ଦେଖାଇବାର ଅଧିକାର ଅଛି । ତେଣୁ ଏହି ସୋ ସେମାନଙ୍କ ପାଇଁ ଏକ ଉତ୍ସ ହେବ ସେମାନଙ୍କର କଳାପ୍ରଦର୍ଶନ ପାଇଁ । ଏହାକୁ ନେଇ ବରିଷ୍ଠ ନାଗରିକ ମାନେ ନିଶ୍ଚିତ ଭାବରେ ଖୁସି ହେବେ ଆଉ ଅନେକ ମାତ୍ରରେ ଆସି ଯୋଗ ଦାନ ଦେବେ ବୋଲି କହିଛନ୍ତି । ତେବେ ଏହି ସମ୍ମିଳନୀରେ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ, ମଲ୍‌'ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦଙ୍କ ସମେତ ଓଲିଉଡ଼୍ ଅଭିନେତ୍ରୀ ସୁବାଙ୍ଗି ଜାନା, ଫ୍ୟାସନ କୋରିଓଗ୍ରାଫର ପ୍ରଶାନ୍ତ ଦାସ, ସୁଶୃତ ହସ୍ପିଟାଲର ସିଇଓ ଚିଦାତ୍ମିକା ଖଟୁଆ, ଉତ୍କଳକନିକା ଗ୍ୟାଲେରୀଆ ମଲ୍‌ର ମାର୍କେଟିଂ ମୁଖ୍ୟ ଦୁଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଥାଉ କି, ୨୯ ତାରିଖରେ ଜୁନିଅର ଏବଂ ୩୦ରେ ସିନିଅର ବର୍ଗ ପାଇଁ ଅଡ଼ିଶନ୍ କରାଯିବ । ମୋଟ ୫୬ ଜଣ ପ୍ରତିଯୋଗୀଙ୍କୁ ଏଥିରୁ ଚୟନ କରାଯିବ । ପୁରୁଷ ବର୍ଗରେ ୧୪, ମହିଳାରେ ୧୪ ଏବଂ ବରିଷ୍ଠ ନାଗରିକ ବର୍ଗରେ ୧୪ ଓ ଜୁନିଅରରେ ୧୪ ଜଣ ଲେଖାଏଁ ଚୟନ ହେବେ । ଫାଇନାଲରେ ଉର୍ତ୍ତୀର୍ଣ୍ଣ ହୋଇଥିବା ବିଜେତାଙ୍କୁ ନଗଦ ଅର୍ଥ ରାଶି, ଟ୍ରଫି ପ୍ରଦାନ କରାଯିବ । ସେହିପରି ଉପବିଜେତାଙ୍କୁ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯିବ। ଏଥିପାଇଁ କୌଣସି ଏଣ୍ଟ୍ରି ଫି' ରଖାଯାଇନାହିଁ । ସମସ୍ତେ ସ୍ବଇଚ୍ଛାରେ ଏଥିରେ ଭାଗ ନେଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.