ETV Bharat / entertainment

ବିବାଦରେ ବାଦଶାହ ! ଗୀତରେ ଆପତ୍ତିଜନକ ଶବ୍ଦ ସହ ଭୋଲେନାଥଙ୍କ ନାମକୁ ବ୍ୟବହାର କଲେ - Album Sanak

ବିବାଦରେ ଛନ୍ଦି ହୋଇଛନ୍ତି ବଲିଉଡ ରାପ୍‌ ସିଙ୍ଗର୍‌ ବାଦଶାହ । ତାଙ୍କର ନୂତନ ଆଲବମ୍ ସନକରେ ଆପତ୍ତିଜନକ ଶବ୍ଦ ସହ ଭୋଲେନାଥଙ୍କ ନାମ ଯୋଡା ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ଉଜ୍ଜୈନ ମହାକାଲ ମନ୍ଦିରର ପୁରୋହିତ ଏବଂ ହିନ୍ଦୁ ସଂଗଠନ ବିରୋଧ କରିବା ସହ ଚେତାବନୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ବିବାଦରେ ବାଦଶାହ! ଗୀତରେ ଭୋଲେନାଥ ଶଦ୍ଦକୁ କୁତ୍ସିତ କରିଥିବା ଅଭିଯୋଗ

author img

By

Published : Apr 19, 2023, 3:23 PM IST

ବାଦଶାହ ଆଲବମ୍ 'ସନକ'ରେ ଭୋଲେନାଥଙ୍କ ସହ ଆପତ୍ତିଜନକ ଶବ୍ଦ ବ୍ୟବହାରକୁ ବିରୋଧ

ଲକ୍ଷ୍ନୌ: ଲୋକପ୍ରିୟ ବଲିଉଡ ରାପ୍‌ ସିଙ୍ଗର୍‌ ବାଦଶାହଙ୍କ ଆଲବମ୍ ସନକ୍ ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଏବେ ସର୍ବାଧିକ ଟ୍ରେଣ୍ଡ କରୁଛି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଆଲବମ୍‌କୁ ନେଇ ବିବାଦ ଉପୁଜିଛି । ଏହି ଆଲବମରେ ଭଗବାନ ଭୋଲେନାଥଙ୍କ ନାଁ ସହ ବାଦଶାହ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରିଛନ୍ତି ଉଜ୍ଜୈନ ମହାକାଲ ମନ୍ଦିରର ପୁରୋହିତ ଏବଂ ହିନ୍ଦୁ ସଂଗଠନ।

  • " class="align-text-top noRightClick twitterSection" data="">

ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ଥିବା ବାଦଶାହଙ୍କ ଆଲବମ୍‌ରୁ ଭୋଲେନାଥଙ୍କ ନାମ ହଟାଇବାକୁ ଦାବି ହୋଇଛି । ମହାକାଳ ମନ୍ଦିରର ପୁରୋହିତ ଏବଂ ହିନ୍ଦୁ ସଂଗଠନ ସନକ ଆଲବମରେ ଥିବା ଏହି ଗୀତର ତୀବ୍ର ବିରୋଧ କରିଛନ୍ତି । ଏହା ବ୍ୟତୀତ ମହାକଲେଶ୍ବର ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନେ ମଧ୍ୟ ଏହାର ପ୍ରତିବାଦ କରିଛନ୍ତି । ସେମାନେ କହିଛନ୍ତି ଯେ, "ଆଲବମକୁ ନେଇ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ଭୋଲେନାଥଙ୍କ ନାମ ଏହି ଆଲବମରେ ଆପତ୍ତିଜନକ ଶଦ୍ଦ ସହ ଯୋଡା ହୋଇଛି । ଯାହାକୁ ଆମେ ଦୃଢ ବିରୋଧ କରୁଛୁ ।"

ଆଲବମର ବିରୋଧ କରିବା ସହ ବାଦଶାହାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମହାକାଳେଶ୍ବର ମନ୍ଦିରର ପୁରୋହିତ ମହେଶ ପୂଜାରୀ । ସେ କହିଛନ୍ତି, "ଏହି ଆଲବମରୁ ଭୋଲେନାଥଙ୍କ ନାମ ହଟାନ୍ତୁ, କାରଣ ସନାତନ ଧର୍ମରେ କାହାକୁ ଭଗବାନଙ୍କ ନାମ ସହ ଆପତ୍ତିଜନକ ଶବ୍ଦର ବ୍ୟବହାର କରି ପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ସନାତନ ଧର୍ମ କଳାକାରମାନଙ୍କ ଦ୍ବାରା ବଦନାମ କରାଯାଉଛି । ସାଧୁସନ୍ଥ ତଥା କାହାଣୀକାରମାନେ ଏହିପରି ସମସ୍ତ ବିଷୟ ଉପରେ ନୀରବ ରହୁଛନ୍ତି । ସେ ଫିଲ୍ମ ତାରକା ହୁଅନ୍ତୁ କିମ୍ବା କଣ୍ଠଶିଳ୍ପୀ ହୁଅନ୍ତୁ, ଭଗବାନଙ୍କ ନାମରେ ଅଶ୍ଳୀଳତା ବିସ୍ତାର କରିବାର ସେମାନଙ୍କର କୌଣସି ଅଧିକାର ନାହିଁ । ସମଗ୍ର ଦେଶରେ ଏକାସାଙ୍ଗରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ନଚେତ୍ ସମସ୍ତେ ସନାତନ ଧର୍ମର ଉଲଗ୍ନ ନୃତ୍ୟ ଜାରି ରଖିବେ ବୋଲି ମହାକାଳେଶ୍ବର ମନ୍ଦିରର ପୁରୋହିତ ଏବଂ ହିନ୍ଦୁ ସଂଗଠନ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ, ମହାକାଳ ସେନା ଏବଂ ପୂଜାରୀ ମହାସଙ୍ଗ ସମେତ ହିନ୍ଦୁ ସଂଗଠନ ଗୀତରୁ ଭଗବାନ ଭୋଲେନାଥଙ୍କ ନାମକୁ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଉଜ୍ଜୈନରେ ବାଦଶାହଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି । ଜଣେ ଶ୍ରଦ୍ଧାଳୁ ଏହାର ପ୍ରତିବାଦ କରି କହିଛନ୍ତି, "ଗୀତରେ ବାଦଶାହ ଭୋଲେନାଥଙ୍କ ନାମ ନେଇଛନ୍ତି । ଗୀତରେ ଅଶ୍ଳୀଳତା ପରିବେଷଣ କରାଯାଉଛି । ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ସୋସିଆଲ ମିଡିଆରୁ ଗୀତଟିକୁ ତୁରନ୍ତ ହଟାନ୍ତୁ ଏବଂ ବାଦଶାହ ସମସ୍ତ ଶିବ ଭକ୍ତଙ୍କ ନିକଟରେ କ୍ଷମା ମାଗିନ୍ତୁ । ନଚେତ୍ 24 ଘଣ୍ଟା ମଧ୍ୟରେ ଏକ ମାମଲା ରୁଜୁ କରାଯିବ ।" ବର୍ତ୍ତମାନ ଏହି ବିବାଦ ଯୋଗୁଁ ବାଦଶାହ ଆଲବମରୁ ଭୋଲେନାଥଙ୍କ ନାମକୁ ହଟାଉଛନ୍ତି ନା କ୍ଷମା ମାଗୁଛନ୍ତି। ତାହା ଦେଖିବାକୁ ବାକି ରହିଲା ।

ସୂଚନା ଥାଉ କି, ଲୋକପ୍ରିୟ ରାପ୍‌ ସିଙ୍ଗର୍‌ ବାଦଶାହଙ୍କ ସନକ ଆଲବମର 40 ସେକେଣ୍ଡ ପରେ ଥିବା ଅନ୍ତରାରେ ଭଗବାନ ଭୋଲେନାଥଙ୍କ ସହ ଅନେକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। “କଭି ସେକ୍ସ ତୋ କଭି ଜ୍ଞାନ ବାଣ୍ଟଥା ଫିରୁଁ, ହିଟ ପର ହିଟ ମାରତା ଫିରୁଁ, ତିନ-ତିନ ରାତ ମେଁ ଲଗାତାର ଜାଗତା ଫିରୁଁ, ଭୋଲେନାଥ କେ ସାଥ ମେରି ବନତି ହେ, ନାଚତା ଫିରୁ ନାଚତା ଫିରୁଁ । ଏଭଳି ଆପତ୍ତିଜନକ ଶଦ୍ଦ ସହ ଭଗବାନ ଭୋଲେନାଥଙ୍କ ନାଁ ବ୍ୟବହାର କରିଛନ୍ତି ବାଦଶାହ । ଯାହାକୁ ବିରୋଧ କରାଯାଇଛି । ୟୁଟ୍ୟୁବରେ ଏପର୍ଯ୍ୟନ୍ତ 18 ମିଲିୟନ ଲୋକ ଏହି ଗୀତକୁ ଦେଖି ସାରିଲେଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.