ETV Bharat / entertainment

Road Accident: ଅକାଳରେ ଚାଲିଗଲା ମରାଠୀ ଅଭିନେତ୍ରୀଙ୍କ ଜୀବନ - ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଅକାଳରେ ଆଖି ବୁଜିଲେ ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ (Marathi actress Kalyani Kurale Jadhav dies) । ଶନିବାର ରାତିରେ ଘରକୁ ଫେରୁଥିବା ସମୟରେ ଘଟିଛି ଦୁର୍ଘଟଣା । ଅଧିକ ପଢନ୍ତୁ

Road Accident: ଅକାଳରେ ଚାଲିଗଲା ମରାଠୀ ଅଭିନେତ୍ରୀଙ୍କ ଜୀବନ

author img

By

Published : Nov 13, 2022, 7:57 PM IST

ମୁମ୍ବାଇ: ସଡ଼କ ଦୁର୍ଘଟଣା ହେଲା କାଳ । ଅକାଳରେ ଚାଲିଗଲା ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେଙ୍କ ଜୀବନ (Marathi actress Kalyani Kurale Jadhav dies) । ମରାଠୀ ଭାଷାରେ ପ୍ରସାରିତ ଟେଲିଭିଜନ ଶୋ' 'ତୁଝୟାତ ଜୀବ ରଙ୍ଗଲା' (Tujhyat Jeev Rangla) ଓ 'ଡାକାଞ୍ଚା ରାଜା ଜ୍ୟୋତିବା' (Dakkhancha Raja Jyotiba)ରୁ ସେ ଲୋକପ୍ରିୟତା ହାସଲ କରିଥିବା ବେଳେ ତାଙ୍କ ମୃତ୍ୟୁ ଖବର ପ୍ରଶଂସକଙ୍କୁ ଝଟକା ଦେଇଛି । କଲ୍ୟାଣୀ ମୃତ୍ୟୁର ୨୨ ଘଣ୍ଟା ପୂର୍ବରୁ ଏକ ସୋସିଆଲ ପୋଷ୍ଟ ମଧ୍ୟ କରିଥିଲେ, ଯାହାକି ଏବେ ଖୁବ ଭାଇରାଲ ହେଉଛି । ମାତ୍ର ୩୨ ବର୍ଷ ବୟସରେ କଲ୍ୟାଣୀଙ୍କ ଘଟିଛି ମୃତ୍ୟୁ ।

ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ
ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ

ଶନିବାର ରାତିରେ ଏହି ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି କଲ୍ୟାଣୀ । ମହାରାଷ୍ଟ୍ର କୋଲହାପୁର ଠାରେ ଏକ ଡମ୍ପର ଗାଡ଼ି ସହିତ ତାଙ୍କ କାର ଧକ୍କା ଖାଇବା ପରେ ଘଟିଛି ଏହି ଦୁର୍ଘଟଣା । କଲ୍ୟାଣୀ ଅଭିନୟ କରିବା ସହିତ ଏକ ରେସ୍ତୋରାଁ ମଧ୍ୟ ଚଲାଉଥିଲେ । ତେବେ ଶନିବାର ପ୍ରାୟ ରାତି ୧୧ଟାରେ ସେ ରେସ୍ତୋରାଁ ବନ୍ଦ କରି ଘରକୁ ଫେରୁଥିବା ବେଳେ ହଠାତ୍‌ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । କଲ୍ୟାଣୀଙ୍କ ରେସ୍ତୋରାଁଟି ହଲୋଣ୍ଡିରେ ରହିଛି । ଦୁର୍ଘଟଣା ରେସ୍ତୋରାଁ ନିକଟରେ ହିଁ ଘଟିଛି । ଏନେଇ ଶିରୋଲି ଏମଆଇଡିସି ପୋଲିସ ଷ୍ଟେସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ- ରିଆଲିଟି ଶୋ’ ପାଇଁ ଡିଭୋର୍ସ ଡ୍ରାମା ! ଏକାଠି ନଜର ଆସିବେ ସୋଏବ-ସାନିଆ

ହଲୋଣ୍ଡି ଅଞ୍ଚଳଟି କୋଲହାପୁର ସହରରୁ ୨୦ କିମି ଦୂରରେ ରହିଥିବା ବେଳେ ପୁଣେ ସହର ଠାରୁ ପ୍ରାୟ ୨୩୦ କିମି ଦୂରରେ ଅବସ୍ଥିତ । ଶିରୋଲି ପୋଲିସର ସୂଚନା ଅନୁସାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖାଯାଇଛି । ମୃତ୍ୟୁର ୨୨ ଘଣ୍ଟା ପୂର୍ବରୁ କଲ୍ୟାଣୀ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଥିଲେ । ଏଥିରେ ସେ ରେସ୍ତୋରାଁରେ ସାଲାଡ ଖାଉଥିବାର ଦେଖିବାକୁ ମିଳିଥିଲା । ଏହାସହିତ କଲ୍ୟାଣୀ ଏକ ଭିଡି଼ଓ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ 'ହୋ ନା ହୋ' ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.