ETV Bharat / entertainment

ତାରା ସୁତାରିଆଙ୍କୁ ଡେଟ୍ କରୁଛନ୍ତି କାର୍ତ୍ତିକ ଆର୍ଯ୍ୟନ ! ଡିନର ଡେଟରେ ଆସିଲେ ନଜର

author img

By ETV Bharat Odisha Team

Published : Oct 22, 2023, 5:53 PM IST

କାର୍ତ୍ତିକ ଆର୍ଯ୍ୟନ୍ ଏବଂ ତାରା ସୁତାରିଆ ଏକ ରାତ୍ରୀ ଭୋଜନରେ ଏକାଠି ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉଭୟ ପରସ୍ପରକୁ ଡେଟିଂ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ତାରା ସୁତାରିଆଙ୍କୁ ଡେଟ୍ କରୁଛନ୍ତି କାର୍ତ୍ତିକ ଆର୍ଯ୍ୟନ! ଡିନର ଡେଟରେ ଆସିଲେ ନଜର

ହାଇଦ୍ରାବାଦ: ଡେଟିଂକୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ପ୍ରଥମେ ସାରା ଅଲି ଖାନ ପରେ କିତ୍ରି ସାନନ ଆଉ ଏବେ ତାରା ସୁତାରିଆଙ୍କୁ ଡେଟିଂ ନେଇ ଲାଇମଲାଇଟରେ ରହିଛନ୍ତି କାର୍ତ୍ତିକ ଆର୍ଯ୍ୟନ । କାର୍ତ୍ତିକ ଆର୍ଯ୍ୟନ୍ ଏବଂ ତାରାଙ୍କୁ ଏକ ଡିନଟ ନାଇଟରେ ଏକାଠି ଦେଖିବାକୁ ମିଳିଛି । ଏହି ସମୟର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯାହା ପରେ ଉଭୟଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କାର୍ତ୍ତିକ ଆର୍ଯ୍ୟନ୍ ଏବଂ ତାରା ସୁତାରିଆ ଶନିବାର ଡିନର ନାଇଟରେ ଏକାଠି ନଜର ଆସିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଠାରେ ଉଭୟ ରେସ୍ତୋରାଁରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି । ଏଥିସହ ଉଭୟ କାରରେ ବସିବା ପୂର୍ବରୁ ହଗ୍ ମଧ୍ୟ କରୁଥିବାର ନଜର ଆସିଛନ୍ତି । ଏହି ସମୟରେ କାର୍ତ୍ତିକ ବ୍ଲୁ ପ୍ୟାଣ୍ଟ ଏବଂ ହ୍ବାଇଟ ସାର୍ଟରେ ନଜର ଆସିଥିବା ବେଳେ ତାରା ବ୍ଲାକ କ୍ରପ ଟପ୍ ସହ ୟେଲୋ ବ୍ଲାକ ସ୍କର୍ଟରେ ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟଙ୍କ ପ୍ରେମ ସମ୍ପର୍କ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ସୂଚନା ଥାଉ କି, ଲଭ ଆଜ କଲ ଫିଲ୍ମ କରୁଥିବା ସମୟରେ କାର୍ତ୍ତିକ ଏବଂ ସାରା ଡେଟିଂ କରୁଥିବା ଚର୍ଚ୍ଚା ହୋଇଥିଲା। ଏବଂ ପରେ ଫିଲ୍ମ ବଡ ପରଦାରେ ରିଲିଜ ହେଲା ବେଳୁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା । ଦୀର୍ଘ ଦିନ ପରେ ପୁଣି ଉଭୟ ଏକାଠି ନଜର ଆସିଥିଲେ । ଯାହା ଫଳରେ ପୁଣି ଏମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଲା । ଏହା ପରେ କାର୍ତ୍ତିକ ଆର୍ଯ୍ୟନଙ୍କ ନାଁ କ୍ରିତି ସାନନଙ୍କ ଯୋଡା ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଥମ ଲୁକ୍ ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ

ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, କାର୍ତ୍ତିକ ଆର୍ଯ୍ୟନଙ୍କୁ ଫିଲ୍ମ କବୀର ଖାନ୍‌ଙ୍କ ଫିଲ୍ମ ଚନ୍ଦୁ ଚମ୍ପିଆନରେ ଦେଖିବାକୁ ମିଳିବ । ଏହା ପରେ ସେ ଆଶିକି 3ରେ ନଜର ଆସିବେ । ଏବଂ ଏହାର ସୁଟିଂ ୨୦୨୪ ଜାନୁଆରୀରେ ଆରମ୍ଭ ହେବ । ସୂଚନା ଆନୁସାରେ, ଏହି ଫିଲ୍ମରେ ତାରା ସୁତାରିଆ ନଜର ଆସିପାରନ୍ତି । ହେଲେ ଏନେଇ ନିର୍ମାତା କୌଣସି ଘୋଷଣା କରିନାହାନ୍ତି । ଏଥିସହ କାର୍ତ୍ତିକ ନିର୍ଦ୍ଦେଶକ ହଂସଲ ମେହେତ୍ତାଙ୍କ ଫିଲ୍ମ କ୍ୟାପଟେନ ଇଣ୍ଡିଆରେ ମଧ୍ୟ ନଜର ଆସିପାରନ୍ତି । ସେପଟେ ତାରା ଆଗାମୀ ଫିଲ୍ମ ଅପୂର୍ବା ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.