ETV Bharat / entertainment

Kali Poster Row: ଫିଲ୍ମ ନିର୍ମାତା ଲୀନାଙ୍କୁ ଆଶ୍ବସ୍ତି, ଗିରଫ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ - ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇ

'କାଳୀ' ପୋଷ୍ଟର ବିବାଦରେ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

Kali Poster controversy
Kali Poster controversy
author img

By

Published : Jan 21, 2023, 8:26 AM IST

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଲୀନା ମଣିମେକାଲାଇଙ୍କୁ ଆଶ୍ବସ୍ତି । ଲୀନା ମଣିମେକାଲାଇଙ୍କ ଡକ୍ୟୁମେଣ୍ଟାରୀ 'କାଳୀ' ପୋଷ୍ଟର ବିବାଦ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି । ଗିରଫଦାରୀ ଉପରେ କୋର୍ଟ ରୋକ୍‌ ଲଗାଇଛନ୍ତି । ତାଙ୍କ ବିରୋଧରେ ବଳପୂର୍ବକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଲୀନାଙ୍କ ଆବେଦନ ଉପରେ କେନ୍ଦ୍ର ସମେତ ଦିଲ୍ଲୀ, ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ,ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ଜାରି ହୋଇଛି । 'କାଳୀ' ପୋଷ୍ଟର ବିବାଦ ନେଇ ବିଭିନ୍ନ ରାଜ୍ୟରେ ଲୀନା ମଣିମେକାଲାଇଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହା ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଆଇନ ଅନୁସାରେ ସେସବୁ ମାମଲାକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରାଯିବ, ତାପରେ ଏହାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।

ଶୁକ୍ରବାର ଏହି ମାମଲାର ଶୁଣାଣି ସମୟରେ ଆବେଦନକାରୀ ଲୀନାଙ୍କ ଓକିଲ କାମିନୀ ଜୟସୱାଲ କୋର୍ଟରେ ଉପସ୍ଥିତ ଥିଲେ । ସେ କହିଛନ୍ତି ଯେ, "ଲୀନା କୌଣସି ଧର୍ମର ଭାବନାକୁ ଆଘାତ ଦେବାକୁ ଚାହୁଁନାହାଁନ୍ତି । ସେ କେବଳ ତାଙ୍କ ପ୍ରୋଜେକ୍ଟରେ କାମ କରୁଥିଲେ । ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋରେ ରୁଜୁ ହୋଇଥିବା ମାମଲାକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରି ରଦ୍ଦ କରାଯିବା ଉଚିତ ।" ଆସନ୍ତା ଫେବୃୟାରୀ 20ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ସମୟ ମଧ୍ୟରେ କୌଣସି ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: Kaali Poster Controversy: କାଳୀ ମାଆଙ୍କ ହାତରେ ସିଗାରେଟ୍‌, ଫିଲ୍ମ ମେକର୍ସଙ୍କୁ ଗିରଫ ଦାବି

ସୂଚନା ଥାଉକି, ଫିଲ୍ମ 'କାଳୀ', ଏହା ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ । ଗତ 2 ଜୁଲାଇ 2022ରେ ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା । ସେୟାର ହୋଇଥିବା ପୋଷ୍ଟରରେ ମା' କାଳୀଙ୍କ ହାତରେ ଖଣ୍ଡା ଏବଂ ତ୍ରିଶୂଳ ରହିଥିଲା । ଅନ୍ୟ ଏକ ହାତରେ ସିଗାରେଟ । ସେହିପରି ଆଉ ଏକ ହାତରେ ଏଲ୍‌ଜିବିଟି ପତକା ରହିଥିଲା । ଜଣେ ମହିଳା ମା' କାଳୀ ରୂପରେ ବେଶଭୂଷା ପରିଧାନ କରି ସିଗାରେଟ ଟାଣୁଥିଲେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଡକ୍ୟୁମେଣ୍ଟାରୀ ଫିଲ୍ମ 'କାଳୀ'ରେ । ପୋଷ୍ଟର ରିଲିଜ ହେବା ପରେ ବିବାଦ ଆରମ୍ଭ ହୋଇଥିଲା । ଫିଲ୍ମ ମେକର୍ସଙ୍କୁ ଗିରଫ କରିବା ପାଇଁ ଦାବି ଉଠିବା ସହ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଲୀନା ମଣିମେକାଲାଇଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.