ETV Bharat / entertainment

Ileana D Cruz: ମା' ହେବେ ଇଲିଆନା, ମନୋକ୍ରୋମ୍ ଫଟୋ ସେୟାର କରି ଦେଲେ ଖୁସି ଖବର

author img

By

Published : Apr 18, 2023, 12:00 PM IST

ଇଲିଆନା ଡି କ୍ରୁଜଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ମା' ହେବାକୁ ଯାଉଛନ୍ତି ଏହି ବଲିଉଡ ଅଭିନେତ୍ରୀ । ସୋସିଆଲ ମିଡିଆରେ ସୁନ୍ଦର ମନୋକ୍ରୋମ ଫଟୋ ସେୟାର କରି ଅଭିନେତ୍ରୀ ଏହି ଖବର ଦେଇଛନ୍ତି । ଅଧିକ ପଢନ୍ତୁ,

ମା' ହେବାକୁ ଯାଉଛନ୍ତି ସାଉଥ ଲୋକପ୍ରିୟ ଅଭିନେତ୍ରୀ ଇଲିଆନା ଡି କ୍ରୁଜ

ହାଇଦ୍ରାବାଦ: ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି ସାଉଥ ଲୋକପ୍ରିୟ ଅଭିନେତ୍ରୀ ଇଲିଆନା ଡି କ୍ରୁଜ। ସୋସିଆଲ ମିଡିଆରେ ସୁନ୍ଦର ମନୋକ୍ରୋମ୍ ଫଟୋ ପୋଷ୍ଟ ସେୟାର କରି ଗର୍ଭଧାରଣ ବିଷୟରେ ଖୁଲାସା କରିଛନ୍ତି ଅଭିନେତ୍ରୀ । ଖବର ଶୁଣି ତାଙ୍କ ପ୍ରଶଂସକ ଏବଂ ବନ୍ଧୁବର୍ଗ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏଥିସହ ଇଲିଆନା ଡି କ୍ରୁଜଙ୍କ ମା' ସମୀରା ଡି’କ୍ରୁଜ ମଧ୍ୟ ଏହି ଖୁସି ଖବର ଶୁଣି କମେଣ୍ଟ ଦେଇଛନ୍ତି ।

ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ 2 ଟି ସୁନ୍ଦର ମନୋକ୍ରୋମ୍ ଫଟୋ ସହ ମା' ହେବାର ଖୁସି ଖବର ସେୟାର କରିଛନ୍ତି । ସେୟାର କରିଥିବା ପ୍ରଥମ ଫଟୋରେ ଟି-ସାର୍ଟ ରହିଛି । ଯେଉଁଥିରେ 'And So the Advanture Begins' ଲେଖା ହୋଇଛି । ଅନ୍ୟଟି ଅଭିନେତ୍ରୀ ପିନ୍ଧିଥିବା ଏକ ପେଣ୍ଡାଲର ଏକ କ୍ଲୋଜ ଅପ୍ ଫଟୋ ଅଟେ । ଯେଉଁଥିରେ 'ମାମା' ଲେଖାଯାଇଛି। ତେବେ ଉଭୟ ଫଟୋ ସେୟାର କରି ଇଲିଆନା କ୍ୟାପସନ୍ ଦେଇଛନ୍ତି, 'ଶୀଘ୍ର ଆସିବ । ତୁମକୁ ଭେଟିବାକୁ ଅପେକ୍ଷା କରିପାରିବି ନାହିଁ।

ଅଭିନେତ୍ରୀଙ୍କ ଏହି ପୋଷ୍ଟ ସେୟାର ହେବା ପରେ ତାଙ୍କ ଫ୍ୟାନ୍ସ ଏବଂ ବନ୍ଧୁବର୍ଗ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଇଲିଆନା ଡି’କ୍ରୁଜଙ୍କ ମା' ସମୀରା ଡି’କ୍ରୁଜ ମଧ୍ୟ ଏହି ଖବର ଶୁଣି ପ୍ରତିକ୍ରିୟା ଦେଇଛନ୍ତି । ସେ ହାର୍ଟ ଇମୋଜି ସହ କମେଣ୍ଟରେ ଲେଖିଛନ୍ତି, "ଶୀଘ୍ର ମୋର ଗ୍ରାଣ୍ଡ ବେବିକୁ ଏ ଦୁନିଆକୁ ସ୍ବାଗତ କରିବା ପାଇଁ ଆଉ ଅପେକ୍ଷା କରି ହେଉନାହିଁ ।" ସେହିପରି ଫ୍ୟାନ୍ସମାନେ ଏବଂ ବନ୍ଧୁମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତେବେ ଇଲିଆନା ତାଙ୍କ ସାଥୀଙ୍କ ନାମ ପ୍ରକାଶ କରିନାହାଁନ୍ତି । ଫଳରେ ଅଭିନେତ୍ରୀଙ୍କ ଏହି ଖୁସି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବଂ ଏନେଇ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଫ୍ୟାନ୍ସ ତୁମେ କେବେ ବିବାହ କଲ ବୋଲି ପ୍ରଶ୍ନ କରିଛନ୍ତି ? ସେହିପରି ଅନ୍ୟ ଜଣେ ଲେଖିଛନ୍ତି, 'ପିତା କିଏ ?' ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ''ସେ କେବେ ବିବାହ କରିବେ ? ସେ ନିଜ ସ୍ବାମୀ ବିଷୟରେ କେବେ କହି ନାହାଁନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଇଲିଆନା ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଭାଇଙ୍କୁ ଡେଟ କରୁଛନ୍ତି । ଦୁହେଁ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସହ ମାଲଦ୍ବୀପରେ ଛୁଟିଦିନରେ ନଜର ଆସିଥିଲେ। ଏହାପରେ ସେମାନଙ୍କ ସମ୍ପର୍କର ରୁମର୍ ଭାଇରାଲ ହୋଇଥିଲା । ଯଦିଓ ଉଭୟ ଏପର୍ଯ୍ୟନ୍ତ ସେମାନଙ୍କର ସମ୍ପର୍କକୁ ଅଫିସିଆଲ୍ କରିନାହାଁନ୍ତି । ତେବେ ଅଭିନେତ୍ରୀଙ୍କ ମା' ହେବା ଖବର ସମସ୍ତଙ୍କୁ ଚକିତ କରିଛି ।

ଇଲିଆନାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଇଲିଆନା କୁକି ଗୁଲାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ ବିଗ୍ ବୁଲ୍'ରେ ଶେଷ ଥର ପାଇଁ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ଅଜୟ ଦେବଗନଙ୍କ ଦ୍ବାରା ନିର୍ମିତ ହୋଇଥିଲା । ତେବେ ଅଭିନେତ୍ରୀ ଆଗାମୀ ଫିଲ୍ମ 'ଅନଫେୟର ଏଣ୍ଡ ଲବଲି'ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.