ETV Bharat / entertainment

ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଫିଲ୍ମ IB71ର ଟ୍ରେଲର ରିଲିଜ

author img

By

Published : Apr 24, 2023, 3:30 PM IST

କମାଣ୍ଡୋ ଫେମ୍‌ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଆକ୍ସନ ଫିଲ୍ମ IB71ର ଟ୍ରେଲର ରିଲିଜ୍‌ ହୋଇଛି । ନିର୍ମାତାମାନେ ସୋସିଆଲ ମିଡିଆରେ ଆଜି ଫିଲ୍ମର ଟିଜର ରିଲିଜ କରିଛନ୍ତି । ଫିଲ୍ମଟି ମେ 12ରେ ସିଲଭର ପରଦାକୁ ଓହ୍ଲାଇବ । ଅଧିକ ପଢନ୍ତୁ

ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଫିଲ୍ମ IB71ର ଟ୍ରେଲର ରିଲିଜ
ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଫିଲ୍ମ IB71ର ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବିଦ୍ୟୁତ ଜାମୱାଲ ପୁଣି ଥରେ ହିନ୍ଦୀ ସିନେମାରେ ଧମାକା କରିବାକୁ ଯାଉଛନ୍ତି । ଏହି ଅଭିନେତା ଆଜିକାଲି ତାଙ୍କର ଆଗାମୀ ଜାସୁସି (ଗୁପ୍ତଚର) ଥ୍ରୀଲର ଫିଲ୍ମ 'IB71' ସହ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଟେଲର ରିଲିଜ କରିଛନ୍ତି ଫିଲ୍ମ ନିର୍ମାତା । ଟ୍ରେଲରରେ ଦମଦାର ସିନ୍‌ ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସମାନେ ଉତ୍ସାହର ସହ ଫିଲ୍ମ ଦେଖିବାକୁ ଅପେକ୍ଷା କରି ରହିଛନ୍ତି।

  • " class="align-text-top noRightClick twitterSection" data="">

ଆଜି IB71 ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ବିଦ୍ୟୁତ ଆଇବି ଏଜେଣ୍ଟ(ଇଣ୍ଟେଲିଜେନ୍ସ ବ୍ୟୁରୋ ଏଜେଣ୍ଟ) ଭାବେ ଦେଖିବାକୁ ମିଳିବ । 1971 ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ଭାରତର ଆଇବି ଏଜେନ୍ସି ଦ୍ୱାରା କରାଯାଇଥିବା ଗୁପ୍ତ ମିଶନ ଉପରେ ନେଇ ଏହି ଫିଲ୍ମଟି ନିର୍ମିତ ହୋଇଛି । ଯେଉଁଥିରେ ବିଦ୍ୟୁତଙ୍କୁ ଗୁପ୍ତ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ, ଯିଏ ଭାରତକୁ ଧ୍ୱଂସ କରିବା ପାଁଇ ପାକିସ୍ତାନ ଏବଂ ଚୀନର ଯୋଜନାକୁ ପଣ୍ଡ କରୁଛନ୍ତି ।

ତେବେ 2 ମିନିଟ 01 ସେକେଣ୍ଡର ଏହି ଟ୍ରେଲରରେ ବିଦ୍ୟୁତ୍ ଜାମୱାଲ୍ ଆଇବି ସିକ୍ରେଟ୍ ଭାବରେ ପଡୋଶୀ ଦେଶ ପାକିସ୍ଥାନ ଏବଂ ଚୀନ୍ ଦ୍ୱାରା 1971 ଆକ୍ରମଣକୁ କିପରି ରୋକୁଛନ୍ତି ତାହା ବୁଝାଇବାକୁ ଚେଷ୍ଟା କରିଛନ୍ତି । ଏହି ଗୁପ୍ତ ମିଶନରେ ପାକ୍-ଚୀନ୍ ଯୋଜନାକୁ ନଷ୍ଟ କରିବାକୁ ଭାରତୀୟ ଆଇବିଙ୍କ ପାଖରେ ମାତ୍ର 10 ଦିନ ସମୟ ଅଛି । ଏଥିପାଇଁ ଆଇବି ସିକ୍ରେଟ୍ ଭାବରେ ବିଦ୍ୟୁତ୍ 30ଟି ଏଜେଣ୍ଟଙ୍କ ସହ ଏହି ମିଶନ ସଫଳ କରିବାକୁ ବାହାରିଛନ୍ତି । କିପରି ପାକିସ୍ତାନ ଏବଂ ଚୀନର ଯୋଜନାକୁ ପଣ୍ଡ କରୁଛନ୍ତି ତାହା ଦେଖିବାକୁ ମିଳିବ ।

ସୂଚନା ଥାଉ କି, 1948 ଏବଂ 1965 ପରେ, 1971ରେ ପାକିସ୍ତାନ ପୁଣିଥରେ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି କରିଥିଲା । ଏହି ଆକ୍ରମଣ ହେବାକୁ ଥିବା ନେଇ 10 ଦିନ ପୂର୍ବରୁ ଭାରତ ଜାଣିବାକୁ ପାଇଥିଲା । ଏହି କାରଣରୁ ସମଗ୍ର ଆଇବି ବିଭାଗ ଚିନ୍ତାରେ ପଡ଼ିଥିଲା । ତିନି ଦେଶ (ଭାରତ, ପାକିସ୍ଥାନ ଏବଂ ଚୀନ୍) ମଧ୍ୟରେ ହୋଇଥିବା ଯୁଦ୍ଧରେ, ଭାରତୀୟ ଆଇବି ଏହାର 30 ଏଜେଣ୍ଟ ସହ ଏହି ଗୋଟିଏ ମିଶନରେ ପାକ୍-ଚାଇନା କବଳରୁ କିପରି ଭାରତକୁ ମୁକ୍ତ କରିଥିଲା । ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ।

ତେବେ ନିର୍ମାତା ଭାବରେ ଏହା ବିଦ୍ୟୁତ ଜାମୱାଲଙ୍କର ପ୍ରଥମ ଫିଲ୍ମ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସଙ୍କଳ୍ପ ରେଡ୍ଡୀ । ଏହାପୂର୍ବରୁ ସଙ୍କଳ୍ପ 'ଦ ଗାଜି ଅଟାକ୍' ଭଳି ଏକ ସୁନ୍ଦର ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମ ମେ 12ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.