ETV Bharat / entertainment

Aaradhya Bachchan Petition: ଫେକ୍ ନ୍ୟୁଜ ପ୍ରସାରଣ ଉପରେ ରୋକ ଲଗାଇଲେ କୋର୍ଟ - ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ

ଆଜି ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ଆରାଧ୍ୟାଙ୍କ ସ୍ବାସ୍ଥ୍ୟ ଓ ଜୀବନକୁ ନେଇ ମିଥ୍ୟା ଖବର ବା ଫେକ୍ ନ୍ୟୁଜ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

ଆରାଧ୍ୟାଙ୍କ ସ୍ବାସ୍ଥ୍ୟ ଓ ଜୀବନକୁ ନେଇ ଫେକ୍ ନ୍ୟୁଜ ପ୍ରସାରଣ ଉପରେ ରୋକ ଲଗାଇଲେ କୋର୍ଟ

author img

By

Published : Apr 20, 2023, 5:29 PM IST

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଶେଷ । ଆରାଧ୍ୟା ବଚ୍ଚନଙ୍କ ମାନସିକ କିମ୍ବା ଶାରୀରିକ ସ୍ବାସ୍ଥ୍ୟ ନେଇ ମିଥ୍ୟା ବା ଫେକ୍ ଭିଡିଓ ସେୟାର କରିବାକୁ ଦିଲ୍ଲୀ ହାଇକୋର୍ଟ ବାରଣ କରିଛନ୍ତି । ଜଷ୍ଟିସ ସି ହରିଶଙ୍କରଙ୍କ ଖଣ୍ଡପୀଠ ଆଜି 11 ବର୍ଷୀୟା ଆରାଧ୍ୟା ବଚ୍ଚନଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆରାଧ୍ୟା ବଚ୍ଚନ ତାଙ୍କ ଜୀବନ ବିଷୟରେ ମିଥ୍ୟା ଖବର ଦେଇଥିବା ୟୁଟ୍ୟୁବ ଚ୍ୟାନେଲ ବଲିଉଡ ଟାଇମ୍ସ ବିରୋଧରେ ଅଭିଯୋଗ ନେଇ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଆରାଧ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ଦିନନ୍ କୃଷ୍ଣନ୍ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇ ଯୁକ୍ତି ବାଢିଥିଲେ । ଏହାର ଶୁଣାଣି କରି ଜଷ୍ଟିସ୍ ସି ହରି ଶଙ୍କର ବଚ୍ଚନଙ୍କ ଏକ ଆବେଦନ ଉପରେ ନୋଟିସ୍ ଜାରି କରି ଆରାଧ୍ୟାଙ୍କର କୌଣସି ଭିଡିଓ ପ୍ରକାଶିତ, ଅପଲୋଡ୍ କିମ୍ବା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଏଥିସହ ଇଣ୍ଟରନେଟରେ ଉପଲବ୍ଧ ଯେକୌଣସି ପ୍ଲାଟଫର୍ମରେ ମଧ୍ୟ ଆବେଦନକାରୀଙ୍କ ମାନସିକ କିମ୍ବା ଶାରୀରିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଭିଡିଓ ତଥା କୌଣସି ବିଷୟବସ୍ତୁ ପ୍ରସାରଣ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ଗୁଗୁଲ ଏବଂ ୟୁଟ୍ୟୁବ ନିୟମାବଳୀ ଉଲ୍ଲଂଘନକାରୀଙ୍କ ବିବରଣୀ ଯଥା ଯୋଗାଯୋଗ ନମ୍ବର, ଇମେଲ ଆଇଡି ଇତ୍ୟାଦି ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉ କି, ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ନାବାଳିକା ହୋଇଥିବାରୁ ତାଙ୍କୁ ନେଇ ଏଭଳି ମିଥ୍ୟା ଖବର ପ୍ରସାରଣ ପାଇଁ ସେ ଉକ୍ତ ୟୁଟ୍ୟୁବ ଟାବଲଏଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟରେ ପହଞ୍ଚିଥିଲେ । ଏଭଳି ଖବର ଉପରେ ରୋକ୍ ଲଗାଇବା ପାଇଁ ସେ ଆବେଦନ କରିଛନ୍ତି । ଦିଲ୍ଲୀ ହାଇକୋର୍ଟର ବିଚାରପତି ହରିଶଙ୍କରଙ୍କ ଖଣ୍ଡୀପଠ ଆଜି ଆରାଧ୍ୟାଙ୍କ ଆବେଦନର ଶୁଣାଣି କରି ଆରାଧ୍ୟାଙ୍କୁ ନେଇ କୌଣସି ଖବର ପ୍ରଶାରଣ ଉପରେ ରୋକ୍‌ ଲଗାଇଛନ୍ତି ।

ସୂଚନା ଥାଉ କି, ଆରାଧ୍ୟା ବଚ୍ଚନ ଅନେକ ସମୟରେ ଲାଇମ ଲାଇଟରେ ରହିଥାନ୍ତି ଏବଂ ଟ୍ରୋଲ୍‌ର ଶିକାର ମଧ୍ୟ ହୋଇଥାନ୍ତି । 'ବବ୍ ବିଶ୍ବାସ' ଫିଲ୍ମର ପ୍ରମୋସନ ବେଳେ ଝିଅକୁ ଲଗାତାର ଟ୍ରୋଲ୍‌ କରିବା ନେଇ ଅଭିଷେକ ବଚ୍ଚନ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଥିଲେ । ସୋସିଆଲ ମିଡିଆରେ ଆରାଧ୍ୟାଙ୍କୁ ମିଳୁଥିବା ନକରାତ୍ମକ କମେଣ୍ଟରେ ପ୍ରତିକ୍ରିୟା ଦେଇ ଅଭିଷେକ କହିଥିଲେ, "ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ମୁଁ ଏହାକୁ କେବେ ବି ସହ୍ୟ କରିବି ନାହିଁ । ମୋ ଝିଅ ଏ ସବୁଠୁ ଦୂରରେ, ଯଦି ତୁମମାନଙ୍କୁ କିଛି କହିବାର ଅଛି ତାହାହେଲେ ମୋ ମୁହଁରେ କୁହ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.