ETV Bharat / entertainment

Gadar: ପୁଣି ଏକାଠି ନଜର ଆସିବେ ଅମିଷା-ସନ୍ନି, 'ଗଦର'ର 4K କ୍ବାଲିଟିରେ ଟ୍ରେଲର ରିଲିଜ

22 ବର୍ଷ ପରେ, ଫିଲ୍ମର ନୂଆ ଟ୍ରେଲର 'ଗଦର-ଏକ ପ୍ରେମ କଥା' ରିଲିଜ ହୋଇଛି । ତେବେ ଗଦର-୨ ରିଲିଜ ହେବା ପୂର୍ବରୁ ଫିଲ୍ମ 'ଗଦର'ର ପୁଣି ଥରେ ସିଲ୍‌ଭର ସ୍କ୍ରିନ୍‌ରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ

author img

By

Published : May 26, 2023, 7:33 PM IST

22ବର୍ଷ ପରେ ପୁଣି ଅନସ୍କ୍ରିନ ନଜର ଆସିବେ ଅମିଷା-ସନ୍ନି

ମୁମ୍ବାଇ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପୁଣି ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ବଲିଉଡ ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ ଏବଂ ଅଭିନେତ୍ରୀ ଅମିଷା ପଟେଲଙ୍କ ରୋମାନ୍ସ । ଆମିଷା ଏବଂ ସନ୍ନିଙ୍କ ବ୍ଲକ୍‌ ବ୍ଲଷ୍ଟର ଫିଲ୍ମ 'ଗଦର-ଏକ ପ୍ରେମ କଥା' ପୁଣି ଥରେ ରିଲିଜ ହେବାକୁ ଯାଉଛି । ତେବେ ଆଜି ଏହାର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । 4K ପିକ୍ଚର କ୍ବାଲିଟିରେ 'ଗଦର' ଟ୍ରେଲର ରିଲିଜ ହୋଇଛି । ଏଥିସହ ଫିଲ୍ମର ଦ୍ବିତୀୟ ଭାଗ ମଧ୍ୟ ଆସୁଛି । ତେବେ ପ୍ରଥମ ଭାଗ ଜୁନ-9 ରେ ରିଲିଜ ହେବାକୁ ଥିବା ବେଳେ ଗଦର-2 ଅଗଷ୍ଟ ମାସରେ ରିଲିଜ ହେବ।

  • " class="align-text-top noRightClick twitterSection" data="">

'ଗଦର-ଏକ ପ୍ରେମ କଥା' ଫିଲ୍ମ 2001, ଜୁନ 15 ମସିହାରେ ରିଲିଜ ହୋଇଥିଲା ​​ଏବଂ ବକ୍ସ ଅଫିସରେ ମଧ୍ୟ ଭଲ ଆୟ ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ତେବେ ବର୍ତ୍ତମାନ 22 ବର୍ଷ ପରେ ସନ୍ନି ପୁଣି ଥରେ ତାର ସିଂ ଭୂମିକାରେ ବଡ଼ ପରଦାରେ ଦେଖିବାକୁ ମିଳିବ । ଏହାର ଟ୍ରେଲର ଆଜି ଦମଦାର ଡଲ୍‌ବି ମ୍ୟୁଜିକ୍‌ ଏବଂ 4K ପିକ୍ଚର କ୍ବାଲିଟିରେ ରିଲିଜ ହୋଇଛି । ପ୍ରଥମ ଭାଗ ଜୁନ-9ରେ ରିଲିଜ ହେବାକୁ ଥିବା ବେଳେ ଗଦର-2 ଅଗଷ୍ଟ ମାସରେ ରିଲିଜ ହେବ।

ସେପଟେ ସନ୍ନି ଦେଓଲ ଏବଂ ଅମିଷା ପଟେଲ ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ସେୟାର କରିଛନ୍ତି । ଏହି ପୋଷ୍ଟ ସହ ସନ୍ନି ଲେଖିଛନ୍ତି, 'ସେହି ସମାନ ପ୍ରେମ, ସେହି ସମାନ କାହାଣୀ, କିନ୍ତୁ ଏଥର ଅନୁଭବ ଅଲଗା ହେବ'। ଏଥି ସହିତ ଅମିଷା ମଧ୍ୟ ଏହି ପୋଷ୍ଟ ସହ ସମାନ କ୍ୟାପସନ ଦେଇଛନ୍ତି। ନୂଆ ହାଇ କ୍ୱାଲିଟି ଟ୍ରେଲରରେ, 22 ବର୍ଷ ପୁରୁଣା ପ୍ରତ୍ୟେକ ଫଟୋ ଏବଂ ସିନ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ଏବଂ ହାଇ କ୍ୱାଲିଟି ମ୍ୟୁଜିକ୍‌ ଫିଲ୍ମର ସିନ୍‌କୁ ଆହୁରି ଦମଦାର କରିଛି । ଦର୍ଶକଙ୍କୁ ଗଦର-୨ ପାଇଁ ମଧ୍ୟ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ଏହି ଫିଲ୍ମ ଅଗଷ୍ଟ 11ରେ ରିଲିଜ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା।

ଜାନୁଆରୀ 26ରେ ଗଦର-2କୁ ନେଇ ସନ୍ନି ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଫିଲ୍ମରୁ ନିଜ ନୂଆ ଲୁକ୍‌ ସହ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର ହେବା ପରେ ଫ୍ୟାନ୍ସ ଉଭୟଙ୍କୁ ପୁଣି ଅନ୍‌ସ୍କ୍ରିନରେ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଏହାରି ମଧ୍ୟରେ ଏବେ ପୁଣି ପ୍ରଥମ ଭାଗର ଟ୍ରେଲର 4K ପିକ୍ଚର କ୍ବାଲିଟିରେ ନିର୍ମାତା ରିଲିଜ କରି ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.