ମୁମ୍ବାଇ: ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କୁ ବିବାହ ବିବାଦରେ ଜେଲ ଯାଇଥିବା ତାଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ଅଡୁଆ ବଢିଛି । ଆଦିଲଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଛି । ମହୀଶୂରରେ ଜଣେ ଇରାନୀୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଆଦିଲଙ୍କ ନାମରେ ଅଭିଯୋଗ ହୋଇଛି । ମହୀଶୂରର ଭିଭି ପୁରମ ଥାନାରେ ଆଇପିସି ଧାରା 376 ଅନୁଯାୟୀ ଆଦିଲଙ୍କ ନାମରେ ମାମଲା ରୁଜୁ ହୋଇଛି । ରାକ୍ଷୀ ସାୱନ୍ତଙ୍କୁ ପତ୍ନୀ ଭାବରେ ଗ୍ରହଣ କରୁନଥିବା ଅଭିଯୋଗ ପରେ ଫେବୃଆରୀ 7 ତାରିଖରେ ଆଦିଲ ଖାନ ଗିରଫ ହୋଇଥିଲେ ।
-
K'taka | FIR lodged against Rakhi Sawant's husband Adil Khan Durrani for allegedly raping an Iranian student in Mysuru. The student accused Durrani of raping, threatening & blackmailing her, alleging that he developed a physical relationship with her under the pretext of marriage
— ANI (@ANI) February 13, 2023 " class="align-text-top noRightClick twitterSection" data="
">K'taka | FIR lodged against Rakhi Sawant's husband Adil Khan Durrani for allegedly raping an Iranian student in Mysuru. The student accused Durrani of raping, threatening & blackmailing her, alleging that he developed a physical relationship with her under the pretext of marriage
— ANI (@ANI) February 13, 2023K'taka | FIR lodged against Rakhi Sawant's husband Adil Khan Durrani for allegedly raping an Iranian student in Mysuru. The student accused Durrani of raping, threatening & blackmailing her, alleging that he developed a physical relationship with her under the pretext of marriage
— ANI (@ANI) February 13, 2023
ଏହା ବି ପଢନ୍ତୁ...ଆଜି ଦିଆଯିବ ରାଜ୍ୟ ଚଳଚିତ୍ର ଓ ଟେଲି ପୁରସ୍କାର, ପୁଣି କପି ଫିଲ୍ମ ପାଇବ କି ପୁରସ୍କାର ?
ଇରାନୀୟ ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ବିବାହ ପ୍ରତିଶ୍ରୁତି ଦେଇ ଆଦିଲ ଖାନ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହା ସହିତ ତାଙ୍କୁ ଧମକ, ବ୍ଲାକମେଲ ମଧ୍ୟ କରିଥିଲେ । 5 ମାସ ତଳେ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବାକୁ କହିବାରୁ ସେ ମନା କରି ଦେଇଥିଲେ । ମହୀଶୂରରେ ପିଏଚଡି କରୁଥିବା ସମୟରେ ଆଦିଲଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ସେ କହିଥିଲେ ଅନେକ ଝିଅଙ୍କ ସହିତ ସେ ଏପରି ସମ୍ପର୍କ ରଖିଛନ୍ତି । ଏନେଇ ମୁହଁ ଖୋଲିଲେ ସେ ଯୁବତୀ ଜଣଙ୍କୁ ମାରି ଦେବାକୁ ହତ୍ୟା ଧମକ ମଧ୍ୟ ଦେଇଥିଲେ । ଅଭିଯୋଗ ଆଧାରରେ ଧାରା 376, 417, 420, 504 ଏବଂ 506 ମାମଲା ରୁଜୁ ହୋଇଛି । କିଛି ଦିନ ତଳେ ରାକ୍ଷୀ ସାୱନ୍ତ ଆଦିଲଙ୍କ ବିରୋଧରେ ଠକେଇ ଓ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଆଦିଲ ଖାନଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।
ଏହା ବି ପଢନ୍ତୁ...Bigg Boss 16 Finale: ଟ୍ରଫି ହାତେଇଲେ ରାପର ଏମସି ଷ୍ଟାନ
ରାକ୍ଷୀ ଓ ଆଦିଲଙ୍କ ଦାମ୍ପତ୍ୟ ଜୀବନର କଳହ ଗତ କିଛି ମାସ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି । ନିଜ ବୋଲ୍ଡ ଅନ୍ଦାଜ ଓ ବିବାଦୀୟ ବୟାନ ପାଇଁ ବଲିଉଡରେ ଚର୍ଚ୍ଚାରେ ଥିବା ରାକ୍ଷୀ ସାୱନ୍ତ ଗତବର୍ଷ (2022) ମେ’ ମାସରେ ଆଦିଲଙ୍କୁ ବିବାହ କରିଥିଲେ । ପରେ ତାର ମାତ୍ର କିଛି ମାସ ମଧ୍ୟରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଉଭୟ ପରସ୍ପର ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲେ । ଏବେ ପୁଣି ଆଦିଲଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ତାଙ୍କ ପାଇଁ ଅଡୁଆ ବଢାଇଛି ।