ETV Bharat / entertainment

Fake alert: ରଶ୍ମିକା ମନ୍ଦାନାଙ୍କ ଫେକ୍ ଭିଡିଓ ଭାଇରାଲ, ତାତିଲେ ବିଗ ବି' - ଫେକ୍ ଭିଡିଓ ଭାଇରାଲ ଉପରେ ରଶ୍ମିକାଙ୍କ ପ୍ରତିକ୍ରିୟା

ସୋସିଆଲ ମିଡିଆରେ ରଶ୍ମିକା ମନ୍ଦାନାଙ୍କ ଏକ ଫେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ସମେତ ବିଗ ବି ଅମିତାଭ ବଚ୍ଚନ ଏହି ଭିଡିଓ ଲିକ କରିବା ବ୍ୟକ୍ତି ଉପରେ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

ରଶ୍ମିକା ମନ୍ଦାନାଙ୍କ ଫେକ୍ ଭିଡିଓ ଭାଇରାଲ, ତାତିଲେ ବିଗ ବି

author img

By ETV Bharat Odisha Team

Published : Nov 6, 2023, 2:07 PM IST

Updated : Nov 29, 2023, 1:17 PM IST

ହାଇଦ୍ରାବାଦ: ଲୋକପ୍ରିୟ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଫେକ୍ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରଶ୍ମିକାଙ୍କୁ ଅତି ବୋଲ୍ଡ ଲୁକ୍‌ରେ ଦେଖିବାକୁ ମିଳିଛି, ଯେଉଁ ଲୁକ୍‌ରେ ତାଙ୍କୁ କେବେ ଦେଖାଯାଇ ନାହିଁ । ଏହା ଭିଡିଓ ଭାଇରାଲ ପରେ ବର୍ତ୍ତମାନ ଫ୍ୟାନ୍ସ ନିରାଶ ହୋଇଛନ୍ତି । କେବଳ ଫ୍ୟାନ୍ସ ନୁହଁ ଏହାକୁ ଦେଖି ବିଗ ବି ମଧ୍ୟ ରାଗିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ୍‌ ସେୟାର କରି ଭିଡିଓ ଲିକ୍‌ କରିଥିବା ବ୍ୟକ୍ତି ଉପରେ ବର୍ଷିଛନ୍ତି । ସେପଟେ ରଶ୍ମିକା ମନ୍ଦାନା ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଭାଇରାଲ ଭିଡିଓଟି ବାସ୍ତବରେ ରଶ୍ମିକାଙ୍କ ନୁହଁ । ଏହି ଭିଡିଓଟି ଜାରା ପଟେଲ ନାମକ ଜଣେ ଯୁବତୀଙ୍କର ଅଟେ । ଭିଡିଓକୁ ଏଡିଟ କରାଯାଇ ତାଙ୍କ ମୁହଁ ପରିବର୍ତ୍ତେ ରଶ୍ମିକାଙ୍କ ମୁହଁ ଯୋଡ଼ା ଯାଇଛି । ଯାହାକୁ ଦେଖି ଏବେ ଫ୍ୟାନ୍ସଙ୍କ ସମେତ ଅମିତାଭ ବଚ୍ଚନ ନିରାଶ ହୋଇଛନ୍ତି । ଏକ୍ସରେ ଭିଡିଓ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି, "ଭାରତର ଫେକ୍‌ ଭିଡିଓର ମୁକାବିଲା ପାଇଁ ଏକ ଆଇନଗତ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣ ଇନଷ୍ଟାଗ୍ରାମରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏହି ଭାଇରାଲ୍ ଭିଡିଓ ଦେଖିଥିବେ, କିନ୍ତୁ ଏହି ଭିଡିଓ ତାଙ୍କର ନୁହେଁ ।

ଏନେଇ ବର୍ତ୍ତମାନ ରଶ୍ମିକା ମନ୍ଦାନା ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଟେକ୍ନୋଲୋଜିର ଅପବ୍ୟବହାର ହେତୁ ଆଜି ଆମେ ଅସୁରକ୍ଷିତ । ଏଭଳି ଘଟଣା କେବଳ ମୋ ପାଇଁ ନୁହଁ ବରଂ ଆମ ସମସ୍ତଙ୍କ ପାଇଁ ଭୟାନକ ଘଟଣା । ଆଜି, ଜଣେ ମହିଳା ଭାବରେ ଏବଂ ଜଣେ ଅଭିନେତା ଭାବରେ, ମୁଁ ମୋର ପରିବାର, ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କ ପାଇଁ କୃତଜ୍ଞ, ଯେଉଁମାନେ ମୋର ସୁରକ୍ଷା ଏବଂ ସମର୍ଥନ କରିଛନ୍ତି । କିନ୍ତୁ ଯଦି ମୁଁ ସ୍କୁଲ କିମ୍ବା କଲେଜରେ ଥିବା ସମୟରେ ଏଭଳି ଘଟିଥାନ୍ତା, ତେବେ ମୁଁ କଳ୍ପନା କରିପାରୁନାହିଁ ଯେ ମୁଁ ଏହାର ମୁକାବିଲା କିପରି କରିଥାନ୍ତି । ଏହିପରି ପରିଚୟ ଚୋରି କରି ଆମ ମଧ୍ୟରୁ ଆଉ କେହି ପ୍ରଭାବିତ ହେବା ପୂର୍ବରୁ ଆମକୁ ଏକାଠି ହୋଇ ତତ୍ପରତା ସହ ଏହାର ସମାଧାନ କରିବାକୁ ପଡିବ ।

ସେପଟେ ଏହି ଭିଡିଓ ଦେଖି ଅମିତାଭ ବଚ୍ଚନ ମଧ୍ୟ ରାଗିଛନ୍ତି । ବିଗ୍ ବି ସୋସିଆଲ ମିଡିଆରେ ୟୁଜର୍ସଙ୍କ ସେହି ଭିଡିଓକୁ ରିଟ୍ବିଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅମିତାଭ ଲେଖିଛନ୍ତି, ହଁ, ଏହା ଏକ ଆଇନଗତ ମାମଲା । ଏଥିସହ ବିଗ ବି' ଜାରା ପଟେଲଙ୍କ ରିଅଲ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏବେ କ୍ୟାପସନରେ ଲେଖିଛନ୍ତି, 'ସୂଚନା' ।

ଏହା ମଧ୍ୟ ପଢନ୍ତୁ: ରଣବୀରଙ୍କ ସହ ଲିପଲକ୍‌କୁ ନେଇ ଟ୍ରୋଲ ହେଲେ ରଶ୍ମିକା, ଏମିତି କମେଣ୍ଟ କଲେ ୟୁଜର୍ସ

ୱାର୍କପ୍ରଣ୍ଟ୍‌ କଥା କହିବାକୁ ଗଲେ, ରଶ୍ମିକାଙ୍କୁ ଶେଷ ଥର ପାଇଁ ବଲିଉଡ ଫିଲ୍ମ ମିଶନ ମଜନୁରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରଶ୍ମିକା ରଣବୀର କପୁରଙ୍କ ସହ ଆନିମଲ ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଡିସେମ୍ବର 1ରେ ରିଲିଜ ହେବାକୁ ଯାଉଛି । ସେପଟେ ଅମିତାଭ ବଚ୍ଚନଙ୍କ କଥା କହିବାକୁ ଗଲେ, ବିଗ ବି'ଙ୍କୁ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି ୨୮୯୮AD' ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ 12ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏଥିସହ ସେ ଥଲାଇୱର୍ 170ରେ ରଜନୀକାନ୍ତଙ୍କ ସହ ମଧ୍ୟ ନଜର ଆସିବେ ।

Last Updated : Nov 29, 2023, 1:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.