ETV Bharat / entertainment

ନ୍ୟାସନାଲ ଆଇକନ ହେଲେ ରାଜକୁମାର ରାଓ, ଭୋଟ ଦେବାକୁ କରାଇବେ ସଚେତନ - ବଲିଉଡ ଲୋକପ୍ରିୟ ଅଭିନେତା ରାଜକୁମାର ରାଓ

ନଭେମ୍ବରରେ ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପୂର୍ବରୁ ଚଳଚ୍ଚିତ୍ର ଅଭିନେତା ରାଜକୁମାର ରାଓଙ୍କୁ ନ୍ୟାସନାଲ ଆଇକନ୍ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ଆଜି(ଗୁରୁବାର ଏହାର ଅଫିସିଆଲ ଘୋଷଣା କରାଯିବ । ଅଧିକ ପଢନ୍ତୁ

ନେସନାଲ ଆଇକନ ହେଲେ ରାଜକୁମାର ରାଓ, ଲୋକଙ୍କୁ ଭୋଟ ଦେବାକୁ କରାଇବେ ସଚେତନ

author img

By ETV Bharat Odisha Team

Published : Oct 26, 2023, 7:48 AM IST

ନୂଆଦିଲ୍ଲୀ: ଭାରତର ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଲିଉଡ ଲୋକପ୍ରିୟ ଅଭିନେତା ରାଜକୁମାର ରାଓଙ୍କୁ ନ୍ୟାସନାଲ ଆଇକନ୍ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ଏହାର ଆନୁଷ୍ଠାନିକ ଘୋଷଣା ଆୟୋଗ ଗୁରୁବାର ଦିନ କରିବେ। ତେବେ ଜାତୀୟ ଆଇକନ୍ ଭାବେ ସେ ଲୋକମାନଙ୍କୁ ଭୋଟ୍ ବିଷୟରେ ସଚେତନ କରାଇବେ । ଭୋଟ୍ ପ୍ରତିଶତ ବୃଦ୍ଧି କରିବା ପାଇଁ ସେ ପ୍ରୟାସ କରିବେ ।

ଅଭିନେତା ରାଜକୁମାର ରାଓ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କର ଅନେକ ଚଳଚ୍ଚିତ୍ର ହିଟ୍ ହୋଇଛି, କିନ୍ତୁ 'ନ୍ୟୁଟନ୍' ଏକ ଚଳଚ୍ଚିତ୍ର ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । 2017ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଇଁ ରାଜକୁମାର ରାଓ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ । ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ନୂତନ କୁମାର ନାମକ ଜଣେ ସରକାରୀ କ୍ଲର୍କ ଭୂମିକାରେ ନଜର ଆସିଥିଲେ । ନୂତନ କୁମାର ଜଣେ କ୍ଲର୍କ ଥିଲେ ଯିଏ ନିରପେକ୍ଷ ଏବଂ ସ୍ବତନ୍ତ୍ର ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ତାଙ୍କ ଚରିତ୍ରକୁ ଆଧାର କରି ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଥିବା ବେଳେ ଭୋଟ୍ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଚାହୁଁଛନ୍ତି ।

ପୂର୍ବ ନିର୍ବାଚନ ଅର୍ଥାତ୍ ଚଳିତ ବର୍ଷ ଅଗଷ୍ଟରେ ନିର୍ବାଚନ ଆୟୋଗ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଏହାର ନ୍ୟାସନାଲ ଆଇକନ୍ କରିଥିଲେ । ବାସ୍ତବରେ ଚଳିତ ମାସର ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ଭାରତରେ ଲୋକସଭା ନିର୍ବାଚନ ନେଇ ଅଧିକରୁ ଅଧିକ ଲୋକଙ୍କୁ ମତଦାନରେ ସାମିଲ କରିବାକୁ ନିର୍ବାଚନ ଆୟୋଗ ଚାହୁଁଛନ୍ତି । ମୁଖ୍ୟତଃ ଯୁବକମାନଙ୍କ ଉପରେ ଫୋକସ କରି ପ୍ରଥମେ ସଚିନ ଏବଂ ପରେ ରାଜକୁମାର ରାଓଙ୍କ ପରି ସେଲିବ୍ରିଟିମାନଙ୍କୁ ନ୍ୟାସନାଲ ଆଇକନ ଭାବେ ବଛାଯାଇଛି ।

ନ୍ୟାସନାଲ୍ ଆଇକନ୍ କ’ଣ କରନ୍ତି?

ଯେତେବେଳେ ନିର୍ବାଚନ ଆୟୋଗ କାହାକୁ ଏହାର ନ୍ୟାସନାଲ ଆଇକନ୍ କରନ୍ତି, ସେତେବେଳେ ସେହି ସେଲିବ୍ରିଟିଙ୍କୁ ନିର୍ବାଚନ ଆୟୋଗଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ପଡିଥାଏ । ଏହି ସ୍ମାରକପତ୍ର ଆଗାମୀ 3 ବର୍ଷ ପାଇଁ ଅଟେ । ଏହା ପରେ ସେ ସେଲିବ୍ରିଟି ବିଜ୍ଞାପନ ମାଧ୍ୟମରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ମତଦାନ ପ୍ରତି ସଚେତନତା କରାଇଥାନ୍ତି । ଏହାପୂର୍ବରୁ ନିର୍ବାଚନ ଆୟୋଗ ଅନେକ ଖେଳାଳି ଏବଂ ଅଭିନେତାଙ୍କୁ ଏହାର ନ୍ୟାସନାଲ ଆଇକନ୍ କରାଇସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହରର କମେଡି ଫିଲ୍ମ ସ୍ତ୍ରୀ-2ର ସୁଟିଂ ଆରମ୍ଭ, ଏହି ଦିନ ରିଲିଜ ହେବ ଫିଲ୍ମ

ସୂଚନା ଥାଉ କି, ନଭେମ୍ବରରେ ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର 7 ରୁ ୩୦ ଯାଏଁ ଭୋଟଗ୍ରହଣ କରାଯିବ । ଯାହାର ଫଳାଫଳ ଡିସେମ୍ବର 3ରେ ଘୋଷଣା କରାଯିବ । ଚଳିତ ମାସରେ ଭାରତର ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​161 ମିଲିୟନରୁ ଅଧିକ ଲୋକ ଭୋଟ୍ ଦେବାକୁ ଯାଉଛନ୍ତି ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.