ମୁମ୍ବାଇ: ପୁଣି ଆଲିଆଙ୍କୁ ପ୍ରଶଂସା କଲେ ଦୀପିକା । ଚଳିତ ବର୍ଷ 'ମେଟ୍ ଗାଲା' ଇଭେଣ୍ଟରେ ଆଲିଆଙ୍କ ଡେବ୍ୟୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତାଙ୍କ ଫ୍ୟାନ୍ସଙ୍କଠୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟି ଖୁବ୍ ପ୍ରଶଂସା କରିଛନ୍ତି । ଏହି କ୍ରମରେ ଯୋଡି ହୋଇଛନ୍ତି ଦୀପିକା ପାଦୁକନ୍ । 'ମେଟ୍ ଗାଲା' ପରେ ଆଲିଆ ପୋଷ୍ଟ କରିଥିବା ଏକ ଭିଡିଓରେ ପ୍ରେମ ସହ ପ୍ରଶଂସା ଭରା କମେଣ୍ଟ କରିଛନ୍ତି ଦୀପିକା ।
- " class="align-text-top noRightClick twitterSection" data="
">
ସୂଚନା ଅନୁସାରେ, ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା 'ମେଟ୍ ଗାଲା'ରେ ଆଲିଆ ଡେବ୍ୟୁ କରିଥିଲେ । ଏହି ଗୌରବ ମୁହୂର୍ତ୍ତର କିଛି ଦୃଶ୍ୟକୁ ନିଜ ଇଷ୍ଟାଗ୍ରାମ୍ ଆଇଡିରେ ପୋଷ୍ଟ କରିଛନ୍ତି । ଏଥିରେ ତାଙ୍କ ଡେବ୍ୟୁ କରିବାର ଫିଲିଙ୍ଗ୍ସ(ମନୋଭାବ) ଏବଂ ସେ କିପରି ନର୍ଭସ୍ ଥିଲେ ସେ ବାବଦରେ ପରିପ୍ରକାଶ କରିଛନ୍ତି । ଦୀପିକା ଆଲିଆଙ୍କ ଏହି ଭିଡିଓରେ ରିଆକ୍ଟ କରିଛନ୍ତି । ସେ ଆଲିଆଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ହାର୍ଟ ଇମୋଜି ଦେଇ "You did it" ବୋଲି ଲେଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- Jawan Release Date: ଶାହାରୁଖ ଖାନଙ୍କ 'ଯବାନ' କେବେ ହେବ ରିଲିଜ୍, ଜାଣନ୍ତୁ
କହି ରଖୁଛୁ ଯେ, 'ମେଟ୍ ଗାଲା'ରେ ଆଲିଆଙ୍କ କଷ୍ଟ୍ୟୁମ୍ର ଖୁବ୍ ଚର୍ଚ୍ଚା ହେଉଛି । ସେ ପିନ୍ଧିଥିବା ହ୍ୱାଇଟ୍ କଲର୍ର ମୋତି ଖଚ୍ଚା ଗାଉନ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସବୁଠୁ ବଡ କଥା ହେଉଛି କି ଆଲିଆଙ୍କ କଷ୍ଟ୍ୟୁମ୍ ସମ୍ପୂର୍ଣ୍ଣ ସ୍ବଦେଶୀ । ଏହା ଭାରତରେ ତିଆରି ହୋଇଥିବାରୁ ମଧ୍ୟ ଆଲିଆ ଖୁବ୍ ଗୌରବାନ୍ବିତ ମନେ କରୁଥିବା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହି ଗାଉନ୍କୁ ଫେମସ୍ ଡିଜାଇନର୍ ପ୍ରବଳ ଗୁରୁଙ୍ଗ ଡିଜାଇନ୍ କରିଛନ୍ତି । ଏଥିରେ ଏକ ଲକ୍ଷରୁ ଅଧିକ ମୋତି ଖଚ୍ଚିତ ହୋଇଥିବା କୁହାଯାଉଛି ।
ସେପଟେ, ନିକଟରେ ଦୀପିକା ମଧ୍ୟ ଭାରତକୁ ବିଶ୍ବସ୍ତରରେ ଗୌରବାନ୍ବିତ କରିଛନ୍ତି । ଓସ୍କାର୍ ଆୱାର୍ଡ ଶୋ'ରେ ଉପସ୍ଥାପନା କରି ଦୀପିକା ଖୁବ୍ ପ୍ରଶଂସିତ ହୋଇଥିଲେ । କଳା ଜଗତରେ ଭାରତର ଏହି ଉନ୍ନତି ନିଶ୍ଚିତ ରୂପେ ପ୍ରଶଂସନୀୟ । ପ୍ରକାଶ ଥାଉ କି, ମେଟ୍ ଗାଲା 2023ରେ ମଧ୍ୟ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନ୍ ନଜର ଆସିଥିଲେ । ପ୍ରିୟଙ୍କାଙ୍କ କଷ୍ଟ୍ୟୁମ୍କୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହୋଇଥିଲା । ତାଙ୍କର ହୀରା ଖଚ୍ଚିତ ନେକଲେସ୍ର ଚର୍ଚ୍ଚା ଅଧିକ ହୋଇଥିଲେ । ସବୁଠୁ ବଡ କଥା ହେଉଛି କି, ନିକ୍ ଏବଂ ପ୍ରିୟଙ୍କାଙ୍କ ଲଭ୍ ଷ୍ଟୋରୀ ମଧ୍ୟ ଏହି ମେଟ୍ ଗାଲା ଇଭେଣ୍ଟରୁ ଆରମ୍ଭ ହୋଇଥିଲା ।