ETV Bharat / entertainment

କର୍କଟରେ ଆକ୍ରାନ୍ତ ଛବି ମିତ୍ତଲ - ଛବି ମିତ୍ତଲ ଖବର

ଟେଲିଭିଜନ ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଛବି ମିତ୍ତଲ । ଛବି ବର୍ତ୍ତମାନ ବ୍ରେଷ୍ଟ କ୍ୟାନ୍ସରରେ ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ଇନଷ୍ଟାଗ୍ରାମ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

କର୍କଟରେ ଆକ୍ରାନ୍ତ ଛବି ମିତ୍ତଲ
କର୍କଟରେ ଆକ୍ରାନ୍ତ ଛବି ମିତ୍ତଲ
author img

By

Published : Apr 17, 2022, 2:00 PM IST

ମୁମ୍ବାଇ: ଟେଲିଭିଜନ ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଛବି ମିତ୍ତଲ । ଛବି ବର୍ତ୍ତମାନ ବ୍ରେଷ୍ଟ କ୍ୟାନ୍ସରରେ ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ଇନଷ୍ଟାଗ୍ରାମ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ସେ କିପରି କ୍ୟାନ୍ସର ସହ ସଂର୍ଘଷ କରୁଛନ୍ତି ତାହା କହିଛନ୍ତି । ଏହା ତାଙ୍କ ପାଇଁ ସହଜ ନୁହେଁ ବୋଲି କହିଛନ୍ତି ।

ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ତାଙ୍କ ପାଇଁ କିଛି ବି ସହଜ ନାହିଁ କିନ୍ତୁ ସେ ଲଢିବାକୁ ପ୍ରସ୍ତୁତ । ମୁଁ ପୂର୍ବ ଭଳି ସାମାନ ଦେଖା ନ ଯାଇ ପାରେ କିନ୍ତୁ ମୋତେ ଭିନ୍ନ ଅନୁଭବ କରିବାକୁ ପଡିବ ନାହିଁ। ରୋଗ ଚିହ୍ନଟ ପାଇଁ ତାଙ୍କୁ 20 ଦିନ ଲାଗିଥିଲା । ଯେତେବେଳେ ଡାକ୍ତର ତାଙ୍କୁ ବାୟୋସ୍ପି କରିବାକୁ କହିଥିଲେ ସେତେବେଳେ ସ୍ବାସ୍ଥ୍ୟଗତ ତ୍ରୁଟି ନେଇ ତାଙ୍କ ମନରେ ଆଶଙ୍କା ଉପୁଜିଥିଲା ।

ଗତ ସୋମବାର ରିପୋର୍ଟ ଆସିବା ପରେ ସେ ଜାଣିବାକୁ ପାଇଥିଲେ ଯେ, ସେ ସ୍ତନ କର୍କଟରେ ଆକ୍ରାନ୍ତ । ସତ ଜାଣିବା ପରେ ସେ ଭାଙ୍ଗି ପଡିଥିଲେ । ପ୍ରତ୍ୟେକ ସମସ୍ୟାର ସମାଧାନ ରହିଥିବାବେଳେ ଏ ପ୍ରକାର ରୋଗର ସମାଧାନ ଖୋଜିବା ଆରମ୍ଭ କରି ଦେଇଥିଲେ ଛବି । ବହୁ ବାଧା ବିଘ୍ନ ଲଢେଇ ତାଙ୍କୁ ଲଢିବା ସହ ଜିତିବାରୁ ଅଛି ବୋଲି ସେ କହିଛନ୍ତି ।

ତିନ ବହୁରାନିୟା ଘର କି ଲକ୍ଷ୍ମୀ, ବେଟିଆ ଓ କୃଷ୍ଣଦାସୀ ଭଳି ଏକାଧିକ ହିନ୍ଦୀ ଧାରାବାହିକରେ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ବ୍ଲଗିଂ ସହ ଛୋଟ ଛୋଟ ସୋସିଆର ଭିଡିଓ ବର୍ତ୍ତା ଦେଇଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.