ETV Bharat / entertainment

KK Death Anniversary: ଆଜି ଦୁନିଆକୁ ଅଲବିଦା କହିଥିଲେ KK, ସଙ୍ଗୀତ ପାଇଁ ଛାଡିଥିଲେ ଚାକିରି - କେକେ

କେକେ । ଏ ନାଁ ଆଜି ବି ସମସ୍ତଙ୍କ ମନରେ ଘର କରିଛି । ଆଜି ବି ଲୋକ କେକେ ଓରଫ କିଷ୍ଣକୁମାର କୁନ୍ନଥଙ୍କ ଗୀତକୁ ଶୁଣି ହଜିଯାଆନ୍ତି କେଉଁ ଆଜଣା ଦୁନିଆରେ । ଅବେଳରେ ଅଦିନରେ କେକେ ଦୁନିଆକୁ ଅଲବିଦା କହିବାକୁ ଆଜି ଗୋଟିଏ ବର୍ଷ ହୋଇଛି ।

singer kk death anniversary
KK Death Anniversary
author img

By

Published : May 31, 2023, 8:46 AM IST

ହାଇଦ୍ରାବାଦ: ତାଙ୍କ କଣ୍ଠରେ ଥିଲା ଯାଦୁ । ତାଙ୍କ ସ୍ବରର ପ୍ରତିଟି ଗୀତ ଅନେକ ହୃଦୟକୁ ଯୋଡିଛି ତ ପୁଣି ବିରହ ବେଦନାରେ ପ୍ରେମରେ ବିଫଳ ହେବାର ସେ କଷ୍ଟକୁ ବଖାଣିଛି । ସୁମଧୁର ସ୍ବରରେ ସଙ୍ଗୀତର ମାହୋଲ ତିଆରି କରୁଥିବା ସେହି ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ଆଉ କେହି ନୁହନ୍ତି କେକ ଓରଫ କିଷ୍ଣକୁମାର କୁନ୍ନଥ । ଆଜି ସେ ନାହାନ୍ତି । ଅବେଳରେ ଅଦିନରେ କେକେ ଦୁନିଆକୁ ଅଲବିଦା କହିବାକୁ ଆଜି ଗୋଟିଏ ବର୍ଷ ହୋଇଛି । ହେଲେ ସେ ଆଜି ବି ସମସ୍ତଙ୍କ ମନରେ ଘର କରିଛନ୍ତି । ଆଜି ବି ଲୋକ କେକେ ଓରଫ କିଷ୍ଣକୁମାର କୁନ୍ନଥଙ୍କ ଗୀତକୁ ଶୁଣି ହଜିଯାଆନ୍ତି କେଉଁ ଅଜଣା ଦୁନିଆରେ ।

2022 ମେ 31 । ଦିନଟି ସମଗ୍ର ବଲିଉଡ ସଙ୍ଗୀତ ଜଗତ ପାଇଁ କଳାଦିନ ଥିଲା । ରାତି ପ୍ରାୟ ସାଢେ 11ଟା ହେବ । ଅଚାନକ ତୀବ୍ର ଗତିରେ ଖବର ବ୍ୟାପି ଯାଇଥିଲେ ବଲିଉଡ ଗାୟକ କେକେ ଆଉ ନାହାନ୍ତି । ଆଉ ତା ପରେ ସ୍ତବ୍ଧ ସମଗ୍ର ସଙ୍ଗୀତ ଜଗତ । ନୀରବ କେକଙ୍କୁ ଭଲ ପାଉଥିବା ପ୍ରତିଟି ସଙ୍ଗୀତ ପ୍ରେମୀ । ମାତ୍ର 53 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ କେକେ । ଯେଉଁ ସଙ୍ଗୀତ ପାଇଁ ପରିଚୟ, ପ୍ରଶଂସା ସାଉଁଟିଥିଲେ ସେହି ଗୀତ ପରିବେଶଷ କରୁ କରୁ ହିଁ ଦୁନିଆରୁ ବିଦାୟ ନେଇଥିଲେ କେକେ ।

କୋଲକାତାରେ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ଗୀତ ପରିବେଶଣ କରିବା ପରେ ସେ ହୋଟେଲକୁ ଫେରିଥିଲେ । ଏହା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ଦେହାନ୍ତ କଳା ଜଗତ ସ୍ତବ୍ଧ କରି ଦେଇଥିଲା । କେକେଙ୍କ ବିୟୋଗକୁ ଶ୍ରୋତାଙ୍କ ବିଶ୍ବାସ କରିବା ଅସମ୍ଭବ ହୋଇଯାଇଥିଲା । ଆଜି କେକେଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ହେଲେ ଆଜି ତାଙ୍କ ଅନୁପସ୍ଥିତିକୁ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକଙ୍କଠୁ ନେଇ ସାଙ୍ଗସାଥୀ ।

ଏହା ବି ପଢନ୍ତୁ...IPL 2023: CSKର ବିଜୟ ଖୁସିରେ ନାଚିଲେ ବିକି-ସାରା, ଭିଡ଼ିଓ ଭାଇରାଲ

ଏହା ବି ପଢନ୍ତୁ...2018 box office: ମନ ଜିତୁଛି ତୋଭିନୋ ଥୋମାସ୍-ଷ୍ଟାରର୍ ଫିଲ୍ମ, 25 ଦିନରେ କଲାଣି ଏତିକି ଆୟ

ସଙ୍ଗୀତ ପାଇଁ ଛାଡିଥିଲେ ଚାକିରି: 1968 ଅଗଷ୍ଟ 23ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ସଙ୍ଗୀତକୁ ଖୁବ ଭଲ ପାଉଥିଲେ । ଗୀତ ପାଇଁ ଚାକିରି ଛାଡିଥିଲେ କେକେ । ବାଣିଜ୍ୟରେ ଗ୍ରାଜୁଏସ ପରେ କିଛି ମାସ ମାର୍କେଟିଂ ଏକ୍ୟୁକେଟିଭରେ ଚାକିରି କରିଥିଲେ । ହେଲେ ସେ ସେଥିରେ ସନ୍ତୁଷ୍ଟ ନଥିଲେ । ତାଙ୍କ ନିଶା ଥିଲା କିଛି ଅଲଗା । ତାହା ଥିଲେ ସଙ୍ଗୀତ । ଗୀତରେ କ୍ୟାରିଅର କରିବାକୁ ସେ ଉକ୍ତ ମାର୍କେଟିଂ ଏକ୍ୟୁକେଟିଭ ଛାଡି ଦେଇଥିଲେ । ଗୀତରେ କ୍ୟାରିଅର କରିବାକୁ ସେ ଆରମ୍ଭ କରିଥିଲେ ଯାତ୍ରା । 1994ରେ ବଲିଉଡ ସଙ୍ଗୀତ ଦୁନିଆରେ ଏଣ୍ଟ୍ରି ମାରିଥିଲେ । ଆଉ ତା ପରେ ତାଙ୍କ ସ୍ବର ଯାଦୁରେ ସମସ୍ତଙ୍କ ମନ ଜିଣିଥିଲେ ।

କେକେଙ୍କ ସ୍ବରରେ ଯାଦୁ ଥିଲା । ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ମରାଠୀ, ବଙ୍ଗଳା, ଗୁଜୁରାଟୀ ଭଳି ଅନେକ ଭାଷାରେ ଗୀତ ଗାଇ କୋଟି କୋଟି ଲୋକଙ୍କ ହୃଦୟରେ ଘର କରିଛନ୍ତି କେକେ । 'ୟାରୋ' ଗୀତରୁ ସଫଳତାର ପାହାଚ ଚଢିଥିଲେ କେକେ । ଫିଲ୍ମ 'ହମ ଦିଲ ଦେ ଚୁକେ ହେ ସନମ'ର 'ତଡପ ତଡପ କେ ଇସ ଦିଲ ସେ' ଗୀତ ତାଙ୍କୁ ଆହୁରି ଲୋକପ୍ରିୟ କରାଇଥିଲା । ଏହାଛଡା 'କାଇଟସ' ଫିଲ୍ମରେ 'ଜିନ୍ଦେଗି ଦୋ ପଲ କି', ଜନ୍ନତ ଫିଲ୍ମର 'ଜରା ସା ଦିଲ ମେଁ ଦେ ଜଗା' ଭଳି ହିଟ ଗୀତ ଗାଇଥିଲେ । ଓମ ଶାନ୍ତି ଓମ ଫିଲ୍ମର 'ଆଖୋ ମେ ତେରୀ ଗୀତ',ବଜରଙ୍ଗୀ ଭାଇଜାନର ଫିଲ୍ମର 'ତୁ ଜୋ ମିଲା' ଭଳି ସୁପରହିଟ ଗୀତ ଗାଇଛନ୍ତି କେକେ । ସେ 200ରୁ ଅଧିକ ଗୀତ ଗାଇଛନ୍ତି । ଏବେ ଆଉ ତାଙ୍କ ସ୍ବର ଶୁଣିବାକୁ ମିଳୁନାହିଁ । ଶ୍ରୋତାଙ୍କ ପାଇଁ ଏ ସ୍ବର ଏବେ ସ୍ମୃତି ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.