ETV Bharat / entertainment

Met Gala 2023: ମେଟ ଗାଲାରେ ବଲିଉଡ ସୁନ୍ଦରୀଙ୍କ ଜଲୱା, ଗର୍ଜିୟସ ଲୁକ୍‌ରେ ଆଲିଆ ଏବଂ ପ୍ରିୟଙ୍କା

ଆନ୍ତଃର୍ଜାତୀୟ ଇଭେଣ୍ଟ ମେଟ ଗାଲା 2023ରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ ରେଡ୍‌ କାର୍ପେଟରେ ନିଜର ଜଲୱା ଦେଖାଇଛନ୍ତି । ଆଲିଆ ଭଟ୍ଟ ଚଳିତ ବର୍ଷ ମେଟ୍‌ ଗାଲା ଡେବ୍ୟୁ କରିଛନ୍ତି । ତେବେ ପ୍ରିୟଙ୍କା ଏବଂ ଆଲିଆଙ୍କ ଲୁକ ବେଶ ଗର୍ଜିୟସ ଥିଲା । ଅଧିକ ପଢନ୍ତୁ

author img

By

Published : May 2, 2023, 11:36 AM IST

Updated : May 2, 2023, 3:20 PM IST

ମେଟ ଗାଲାରେ ବଲିଉଡ ସୁନ୍ଦରୀ ଆଲିଆ ଏବଂ ପ୍ରିୟଙ୍କାଙ୍କ ଗର୍ଜିୟସ ଲୁକ୍

ନ୍ୟୁୟର୍କ: ଫ୍ୟାଶନ ଏବଂ ଗ୍ଲାମରର ସବୁଠାରୁ ବଡ ଇଭେଣ୍ଟ୍‌ ମେଟ ଗାଲା 2023 ଆୟୋଜିତ ହୋଇଛି । ଏହି ଆନ୍ତଃର୍ଜାତୀୟ ଇଭେଣ୍ଟରେ ହଲିଉଡ୍‌ଠାରୁ ଆରମ୍ଭ କରି ଅନ୍ୟ ଇଣ୍ଡଷ୍ଟ୍ରିର ତାରକାମାନେ ନିଜ ଗ୍ଲାମର ଲୁକ୍‌ ସହ ଯୋଗ ଦେଇଥାଆନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ବଲିଉଡର 2 ତାରକା ଏହି ଇଭେଣ୍ଟରେ ଯୋଗ ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଡେବ୍ୟୁ କରିଛନ୍ତି । ସେହିପରି ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଇଭେଣ୍ଟରେ ସାମିଲ ହୋଇଛନ୍ତି ।

ବଲିଉଡ ତାରକା ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପରେ ବର୍ତ୍ତମାନ ଆଲିଆ ଭଟ୍ଟ ମେଟ ଗାଲା 2023 ରେ ଡେବ୍ୟୁ କରିବା ସହ ନିଜର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ଗତ କିଛି ମାସ ଧରି ଆଲିଆ ଭଟ୍ଟ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିଲେ । ମା' ହେବା ପରେ ଅଭିନେତ୍ରୀ ନିଜକୁ ଫିଟ୍‌ ରଖିବା ପାଇଁ କଠିନ ପରିଶ୍ରମ କରି ଓଜନ ହ୍ରାସ କରିଛନ୍ତି ।

ଏହି ଇଭେଣ୍ଟ୍‌ର ରେଡ୍‌ କାର୍ପେଟ୍‌ରେ ଆଲିଆ ଭଟ୍ଟ ହ୍ବାଇଟ୍‌ ମୋତିର ଗାଉନରେ ନଜର ଆସିଥିଲେ । ଯେଉଁଥିରେ ସେ ରାଜକୁମାରୀଠାରୁ କମ୍ ଦେଖାଯାଉ ନଥିଲେ । ଆଲିଆ ପିନ୍ଧିଥିବା ହ୍ୱାଇଟ ଗାଉନର ବିଶେଷତ୍ୱ ହେଉଛି ଏହାର ଡିଜାଇନ୍‌ରେ ଏକ ଲକ୍ଷ ମୋତି ବ୍ୟବହାର ହୋଇଛି । ଏହି ବହୁମୂଲ୍ୟ ଗାଉନ ସହ ତାଙ୍କ କାନଫୁଲ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଥିଲା । ପାପାରାଜିଙ୍କ ଆଗରେ ଆଲିଆ ନିଜ ଗର୍ଜିୟସ ଲୁକ୍‌ରେ ଅନେକ ପୋଜ ଦେଇଥିଲେ । ନିଜର ଲୁକ୍‌ର ଫଟୋ ଆଲିଆ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରିବା ସହ କମେଣ୍ଟ ବର୍ଷା କରିଛନ୍ତି ।

ନିଜ ଇନଷ୍ଟାଗ୍ରାମରେ ଆଲିଆ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଡିଜିଡାଇନର ପ୍ରବାଲ ଗୁରୁଙ୍ଗ ଦ୍ବାରା ଏକ ଲକ୍ଷ୍ ମୋତିରେ ନିର୍ମିତ ଆଉଟଫିଟ୍‌କୁ ମୋର ପ୍ରଥମ ମେଟ୍‌ ଗାଲାରେ ପିନ୍ଧି ମୁଁ ବହୁତ ଗର୍ବିତ । ମେଟ୍‌ ଗାଲାର ରାତିରେ ମୋର ଲୁକ୍ ସୁପରମଡେଲ୍ କ୍ଲାଉଡିଆ ଶିଫର୍ସଙ୍କ 1992 ଚାନେଲ୍ ବ୍ରାଇଡାଲ୍ ଲୁକ୍ ଦ୍ବାରା ଅନୁପ୍ରାଣିତ ହୋଇଛି ।"

ତେବେ ଆଲିଆଙ୍କ ଏହି ଲୁକ୍‌କୁ ଅନେକ ତାରକା ଏବଂ ଫ୍ୟାନ୍ସ ଲାଇକ୍‌ କରିବା ସହ ପ୍ରତିକ୍ରିୟାରେ ଆଲିଆଙ୍କ ସୁନ୍ଦରତାର ପ୍ରଶଂସା କରିଛନ୍ତି । ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଲିଆଙ୍କୁ ଫଟୋ ଲାଇକ୍‌ କରି ବହୁତ ସୁନ୍ଦର ବୋଲି ଲେଖିଛନ୍ତି । ସେହିପରି ଜଣେ ଫ୍ୟାନ୍ସ ଲେଖିଛନ୍ତି, ଗର୍ଜିୟସ । ଅନ୍ୟ ଜଣେ ଲେଖିଛନ୍ତି, 'OMGGGGG'। ଅନ୍ୟ ଜଣେ ଲେଖିଛନ୍ତି, ମେଟ ଗାଲାରେ ତୁମର ସୁନ୍ଦର ଲୁକ୍‌ ଇତିହାସ ରଚିଛି । ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ମଧ୍ୟ ମେଟ୍‌ ଗାଲା 2023ରେ ବ୍ଲାକ୍‌ ଗାଉନ୍‌ରେ ନଜର ଆସିଥିଲେ । ତାଙ୍କ ଲୁକ୍‌ ଏହି ଇଭେଣ୍ଟ୍‌ରେ ଚାର୍‌ ଚାନ୍ଦ ଲଗାଇଥିଲା ।

ଆଲିଆଙ୍କ ବ୍ୟତୀତ ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ମଧ୍ୟ ପ୍ରତିବର୍ଷ ପରି ଏହି ଫ୍ୟାଶନ୍ ଇଭେଣ୍ଟରେ ସାମିଲ ହୋଇଥିଲେ । ପ୍ରିୟଙ୍କାଙ୍କ ସହ ନିକ ଜୋନସ ମଧ୍ୟ ଉପସ୍ଥିତ ଥିଲେ । ଏହି ଦମ୍ପତି ସମସ୍ତଙ୍କୁ ନିଜ ଫ୍ୟାଶନରେ ପ୍ରଭାବିତ କରିଥିଲେ । ଦେଶୀ ଗାର୍ଲ ପ୍ରିୟଙ୍କା ଏକ ଥାଇ ହାଇ ସ୍ଲିଟ୍ ବ୍ଲାକ୍ ଗାଉନରେ ଗର୍ଜିୟସ ଲୁକ୍‌ରେ ନଜର ଆସିଥିଲେ । ଏଥିସହ ପ୍ରିୟଙ୍କାଙ୍କ ହେୟାର ଷ୍ଟାଇଲ୍‌ ବହୁତ ନିଆରା ଥିଲା । ସେପଟେ ନିକ୍‌ ମଧ୍ୟ ବ୍ଲାକ୍‌ ପ୍ୟାଣ୍ଟ୍‌, ଜ୍ୟାକେଟ୍‌ ଏବଂ ହ୍ୱାଇଟ୍‌ ସାର୍ଟରେ ଖୁବ ସୁନ୍ଦର ଲାଗୁଥିଲେ । ପ୍ରିୟଙ୍କା 2017ରେ ମେଟ୍‌ ଗାଲାରେ ଡେବ୍ୟୁ କରିଥିଲେ ।

ସୂଚନା ଥାଉ କି, ପ୍ରତିବର୍ଷ ମେ ମାସର ପ୍ରଥମ ସୋମବାରରେ ମେଟ ଗାଲା 2023 ଅନୁଷ୍ଠିତ ହୋଇଥାଏ । ଏହି ଫ୍ୟାଶନ୍ ଇଭେଣ୍ଟ୍‌, ଡିଜାଇନରମାନଙ୍କର କଳା ପ୍ରଦର୍ଶନ କରିବାକୁ ସବୁଠାରୁ ବଡ ସୁଯୋଗ ଦେଇଥାଏ।

Last Updated : May 2, 2023, 3:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.